Categories
ବିଶେଷ ଖବର

ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଜମ୍ମୁରେ ଅନେକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜମ୍ମୁ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ରଦ୍ଦ ହେବା ଏବଂ ରାଜ୍ୟରେ ସ୍ଵତନ୍ତ୍ର ମାନ୍ୟତା ପାଇବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ। ତାଙ୍କ ସହ ମଞ୍ଚରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ବନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିଛନ୍ତି, ଯାହା ଜାମ୍ମୁ କାଶ୍ମୀରର ଅଞ୍ଚଳକୁ ନିକଟତର କରିବାରେ ସାହାଯ୍ୟ କରିବ। ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ଏବଂ ରାତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଯାଇଛି। ଅଗଷ୍ଟ, ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଟନ କରିଛନ୍ତି। ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ। ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି। ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି। ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ।

ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ଅମ୍ରିତ ସରୋବର ନାମରେ ନୂତନ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳାଇବା ଏହାର ଲକ୍ଷ୍ୟ। ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନରେ ସରକାରଙ୍କ ଏହା ଆଉ ଏକ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

Categories
ଆଞ୍ଚଳିକ

ଜଗତସିଂହପୁର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପିଏମ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ସିସି ଟିଭି ସ୍ଥାପନର ଶୁଭ ଉଦଘାଟନ ଓ ବସଷ୍ଟାଣ୍ଡ ଠାରେ ସର୍ବସାଧାରଣ ଶୌଚାଳୟର ଉଦଘାଟନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ହୋଇଯାଇଛି।

ପରେ ପୌରପରିଷଦ ମଧ୍ୟରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଦିନରାତି ଅହରହ ଉଦ୍ୟମ କରି ଜଗତସିଂହପୁର ପୌର ପରିଷଦକୁ ଏକ ସରସ ସୁନ୍ଦର ଏବଂ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଯେପରି ସବୁ ପ୍ରକାର ସମସ୍ତ ସୁବିଧା ସୁଯୋଗ ମିଳିପାରିବ ସେଥିପ୍ରତି ଉଦ୍ୟମ ଅବ୍ୟାହତ ରହିବ। ପ୍ରତି ମାସରେ ଗୋଟିଏ ଗୋଟିଏ ପ୍ରୋଜେକ୍ଟର ଶୁଭାରମ୍ଭ ହେବ। ଆଗାମୀ ଦିନରେ ସଦର ମହକୁମା ହସପିଟାଲକୁ ୩୦୦ଶଯ୍ୟା ବିଶିଷ୍ଟ କରାଯିବ ଏବଂ ଏହାପରେ ସୁପର ହସପିଟାଲ ପାଇଁ ଉଦ୍ୟମ କରାଯିବ।

ଜଗତସିଂହପୁର ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।ସହରରେ ସିସି ଟିଭି ସ୍ଥାପନର ଯେଉଁ ପରିକଳ୍ପନା ଜିଲ୍ଲାପାଳ କରିଥିଲେ ତାହା ଆଜି ସାକାର ହୋଇଛି। ମାଟିର ଦାୟାଦ ହିସାବରେ ସମସ୍ତଙ୍କର ସହଭାଗିତା ଦରକାର। ଦଳମତ ନିର୍ବିଶେଷରେ ସମସ୍ତେ ଗଠନ ମୂଳକ ପ୍ରସ୍ତାବ ଦେଲେ କାମ କରିବା ପାଇଁ ସାମର୍ଥ୍ୟ ମିଳିବ।

ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଲେ ଜଗତସିଂହପୁର ପୌରାଞ୍ଚଳକୁ ସରସ ସୁନ୍ଦର ଓ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ୬୦କୋଟି ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଆଗାମୀ ୫ବର୍ଷ ଭିତରେ ଜଗତସିଂହପୁର ସହରର ନବକଳେବର ହେବ। ଜଗତସିଂହପୁର ସହରରେ ଏକ ଇଣ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସ କରିବା ପାଇଁ ୨୫କୋଟିର ପ୍ରସ୍ତାବ, ଜଗତସିଂହପୁର ସଦର ମହକୁମା ଚିକିତ୍ସାଳୟରେ ୧୦୦ ଶଯ୍ୟାରୁ ୩୦୦ଶଯ୍ୟା ବିଶିଷ୍ଟ କରିବା ପାଇଁ ପ୍ରସ୍ତାବ, ଯୋଗଧାରି ଠାରୁ ଜଇପୁର ରାସ୍ତାକୁ ସିଧା ସଂଯୋଗୀକରଣ ପାଇଁ ୨୦କୋଟି ଟଙ୍କାର ପ୍ରସ୍ତାବ, ଜଗତସିଂହପୁର ଠାରେ ୫କୋଟି ଟଙ୍କାର ଏକ ସଂଗ୍ରହାଳୟ ସ୍ଥାପନ ପ୍ରସ୍ତାବ, ୯ନଂ କେନାଲ କଲେଜଛକ ଠାରୁ ହାଟପୋଲ ପର୍ଯ୍ୟନ୍ତ କେନାଲ ଉପରେ ବକ୍ସ ପାଟରନ ସ୍ଥାପନ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି।

ଏହି ଉତ୍ସବକୁ ପୌରପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପରିଚାଳନା କରିଥିଲେ। ଏଥିସହିତ ୪୮ଜଣ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୭ଜଣ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ବିଧାୟକ ଓ ଜିଲ୍ଲାପାଳ ପ୍ରଦାନ କରିଥିଲେ।

ପରେ ଥାନାଛକ ନିକଟରେ ୧୧ଲକ୍ଷ ଟଙ୍କାର ସିସି କ୍ୟାମେରା ସ୍ଥାପନର ଉଦଘାଟନ ଏବଂ ବସଷ୍ଟାଣ୍ଡ ଠାରେ ନିର୍ମିତ ସର୍ବସାଧାରଣ ଶୌଚାଳୟକୁ ବିଧାୟକ ଓ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୌରପରିଷଦର ସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜ ଷଡଙ୍ଗୀ, ପୌରପରିଷଦର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।