Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟ ନିର୍ବାଚନ କମିଶନର ଘୋଷଣା କଲେ ପଞ୍ଚାୟତ ନିର୍ବାଚନର ଫଳାଫଳ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ରାଜ୍ୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଗତକାଲି ଏହି ଗଣତି ବିଭିନ୍ନ ବ୍ଲକରେ କରାଯାଇଥିଲା। ତେବେ ସୂଚନା ଅନୁସାରେ

ଗଣନା ତାରିଖ- ୨୭.୦୨.୨୨
ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ -୩୦୫
ଫଳାଫଳ ଘୋଷିତ- ୨୯୫
ବିଜେଡି -୨୬୦
ବିଜେପି – ୧୬
କଂଗ୍ରେସ – ୧୬
ସ୍ବାଧୀନ – ୦୧
ଅନ୍ୟମାନେ – ୦୨

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ କରିବେ ରାଜ୍ୟ ନିର୍ବାଚନ କମିଶନର, ଜାଣନ୍ତୁ କେବେ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ।

ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି ।

ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର

ଭୁବନେଶ୍ବର, ଏଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଭିନ୍ନ ଧରଣର ହେବ। ସେ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଲୋକଙ୍କର ମତ ମାଗିଛି। ଏହି ନୂଆ ପକ୍ରିୟା ଅନୁସାରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସାରା ଓଡିଶାରେ କରାଯିବ। ସେଥିପାଇଁ ଗୋଟିଏ ତାରିଖ ଘୋଷଣା କରାଯିବ। ସେହି ଦିନ ରାଜ୍ୟର ସମସ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଭୋଟ ଗ୍ରହଣ ଦିନ ଭୋଟ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଏବଂ ଏଜେଣ୍ଟମାନଙ୍କ ଆଗରେ ଭୋଟ ବାକ୍ସରେ ଜଉ ମୁଦ କରାଯାଇ ବ୍ଲକ ହେଡ କ୍ବାଟରକୁ ପଠାଯିବ। ସେଠାରେ ଭୋଟ ବାକ୍ସକୁ ସୁରକ୍ଷିତ କରି ରଖାଯିବ। ଯେଉଁଦିନ ଭୋଟ ଗଣତି ପାଇଁ ତାରିଖ ଘୋଷଣା ହୋଇଥିବ ସେହି ଦିନ ତାହା ଖୋଲାଯିବ।

ଏଥିପାଇଁ ବିଧାନସଭା ଭୋଟ ଗଣତି ପରି ପଞ୍ଚାୟତ ଭୋଟ ଗଣତିରେ ମଧ୍ୟ ଗଣତି କାଉଣ୍ଟର କରାଯିବ। ସେହି ବ୍ଲକ ଅଧିନରେ ଯେତୋଟି ବୁଥ ଥିବ ସବୁ ଭୋଟ ବାକ୍ସ ବିଭିନ୍ନ କାଉଣ୍ଟରକୁ ନିଆଯିବ। ସେଠାରେ ସଂପୃକ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଏହି ଭୋଟ ବାକ୍ସ ଖୋଲାଯାଇ ଗଣତି କରାଯିବ।

ତେବେ ପୂର୍ବରୁ ଯେଉଁଦିନ ଭୋଟ ଗ୍ରହଣ ହେଉଥିଲା ସେହିଦିନ ସେହି ବୁଥରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଉଥିଲା। ଫଳରେ ଏହାକୁ ନେଇ ନିର୍ବାଚନ ପ୍ରଭାବିତ ହେବାରେ ଲାଗିଲା। 2017 ମସିହାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ଏହା ପରିଲକ୍ଷିତ ହେବାରୁ ସରକାର ଏଥିରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଉଛନ୍ତି।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ବହୁ ପର୍ଯାୟରେ ଅନୁଷ୍ଟିତ ହୋଇଥାଏ। ଯେଉଁଦିନ ଭୋଟ ଗ୍ରହଣ ହୁଏ ସେହିଦିନ ସେହିଠାରେ ଭୋଟ ଗଣତି ହୁଏ। ଫଳରେ ପଞ୍ଚାୟତର ଫଳାଫଳ ଭୋଟ ଗ୍ରହଣ ଦିନ ଜଣାପଡିଯାଏ। ଏହା ଦ୍ବାରା ଏହାର ପ୍ରଭାବ ଅନ୍ୟ ପଞ୍ଚାୟତରେ ପଡୁଥିବାରୁ ସରକାର ଏଥିରେ ପରିବର୍ତ୍ତନ କରୁଛନ୍ତି। ଏ ନେଇ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି। ସେମାନଙ୍କ ମତ ଆସିବା ପରେ ଏହାର ଗେଜେଟ ନୋଟିଫିକେସନ ବାହାରି କାର୍ଯ୍ୟକାରୀ କରାଯିବ।