Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୯୪ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୮୪ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୬ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୩ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣଙ୍କୁ ‌୨୦ ହଜାର ଟଙ୍କାର CMRF ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ, ସି ଡ଼ି ଏମ୍ ଓ ଡଃ ଆର୍ତ୍ତଵନ୍ଧୁ ନାୟକ, ବିଡିଓ  ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଟିଏମସି-ବିଜେପି ମଧ୍ୟରୁ ଜିତିଲା କିଏ: ଶୁଭେନ୍ଦୁ ଅଧିକାରୀଙ୍କ ଗଡରେ ପଞ୍ଚାୟତ ସମିତି ପାଇଁ ହେଲା ଟସ୍

କଲିକତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ଗଡ଼। ଏଠାରେ ତାଙ୍କ ଦଳ ଦୁଇଟି ପଞ୍ଚାୟତ ସମିତିର ନିୟନ୍ତ୍ରଣ ପାଇଛି। ସୋମବାର ଦିନ ନନ୍ଦିଗ୍ରାମ ୧ ଏବଂ ନନ୍ଦିଗ୍ରାମ ୨ ପଞ୍ଚାୟତ ସମିତିକୁ ବିଜେପି କବଜା କରିଛି।

ବାସ୍ତବରେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ​​ଉଭୟ ବିଜେପି ଏବଂ ଟିଏମସି ଏହି ଅଞ୍ଚଳରେ ପ୍ରତ୍ୟେକ ୧୫ ଟି ଲେଖାଏଁ ଆସନ ଜିତିଥିଲେ। ବିଜେପି ସପକ୍ଷରେ ଏହି ନିଷ୍ପତ୍ତି ପରେ ସ୍ଥାନୀୟ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଏହି ଅଞ୍ଚଳକୁ ଅଧିକ ଦୃଢ କରିଛି ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବେଗୁନିଆ ପଡ଼ା ବ୍ଳକ ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରେଣୁବାଳା ଗୌଡ଼ଙ୍କ ସଭାପତିତ୍ବରେ ଏହି ବୈଠକରେ ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଥାନା ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ସହକାରୀ ଯନ୍ତ୍ରୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।

ଉକ୍ତ ବୈଠକରେ ବ୍ଳକ ଅଞ୍ଚଳରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଯୋଗ ଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, କୃଷି, ଅଙ୍ଗନବାଡ଼ି କେନ୍ଦ୍ର ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଓ ନିରାପତ୍ତା ସମସ୍ୟା ବିଷୟରେ ଆଲୋଚନା କରିବା ସହ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଗୁଡିକ ଯଥା ଶିଘ୍ର ସମାଧାନ ପାଇଁ ଦାବି ଉପସ୍ଥାପନ କରିଥିଲେ।

Categories
ଆଞ୍ଚଳିକ

କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବାଣପୁର ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହରେ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଉପାଧ୍ୟକ୍ଷ ରୀନା ଦେଇ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବିଡ଼ିଓ ବୁଲବୁଲ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ମମତା ମଞ୍ଜରୀ ଚିନ୍ନାରାଙ୍କ ସମେତ ସତର ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ, କୃଷି ବିଭାଗ ଏବଂ ଅନ୍ୟ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମିତିର ସମସ୍ତ ସଭ୍ୟ ଓ ସଭ୍ୟାମାନେ ବୈଠକରେ ଉପସ୍ଥିତ ରହି ସକାରାତ୍ମକ ଆଲୋଚନାରେ ଭାଗ ନେଇଥିବା ବେଳେ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। କୃଷି ବିଭାଗ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସମିତି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଫଳରେ ବିଭାଗର ସମସ୍ତ ତଥ୍ୟ ସମିତିର ସଭ୍ୟମାନଙ୍କୁ ଅବଗତ କରାଇବାକୁ ନେଇ ବ୍ଲକ କୃଷି ଅଧିକାରୀଙ୍କୁ ତାଗିଦ କରଯାଇଛି।

ଉନ୍ନୟନ ମୁଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ତାହାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ସର୍ବ ସହମତକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣି ଶ୍ରୀମତୀ ଚିନ୍ନାରା ସୂଚନା ଦେଇଛନ୍ତି। ତେବେ ରାଜନୈତିକ ପାଣିପାଗ ମୁତାବକ ବାଣପୁର ବ୍ଲକ ବେଶ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସମିତି ବୈଠକ ନିମନ୍ତେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏବଂ ଆଇଆଇସି ଜୟପ୍ରକାଶ ପରିଡାଙ୍କ ଉପସ୍ଥିତିକ୍ରମେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଅନୁରୂପ ଭାବେ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମଧ୍ୟ ସମିତି ବୈଠକ ଚାଲୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

PANCHAYAT BREAKING: ଘୋଷଣା ହେଲା ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ତାରିଖ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହିତ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି। ଜାଣନ୍ତୁ କେଉଁ ତାରିଖରେ କେଉଁ ନିର୍ବାଚନ ହେବ

ପଞ୍ଚାୟତ ନିର୍ବାଚନ

ବିଜ୍ଞପ୍ତି ପ୍ରକାଶ – ୧୩ ଜାନୁୟାରୀ

ପ୍ରାର୍ଥୀ ପତ୍ର ଦାଖଲ- ୧୭ ଜାନୁୟାରୀ ରୁ ୨୧ ଜାନୁୟାରୀ

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ୨୫ ଜାନୁୟାରୀ

ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ- ୨୫ ଜାନୁୟାରୀ

ଭୋଟ ଗ୍ରହଣ

ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ

ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ

ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ

ଭୋଟ ଗଣତି- ଫେବୃୟାରୀ ୨୬-୨୭ ଓ ୨୮ ତାରିଖ

ଅନ୍ୟ ପଦବୀ ପାଇଁ ନିର୍ବାଚନ ତାରିଖ

ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ

ପଞ୍ଚାୟତ ସମିତି ଅଧ୍ୟକ୍ଷ -ମାର୍ଚ୍ଚ ୧୨ ତାରିଖ

ପଞ୍ଚାୟତ ସମିତି ଉପାଧ୍ୟକ୍ଷ- ମାର୍ଚ୍ଚ ୨୩ ତାରିଖରେ

ଜିଲ୍ଲା ପରିଷଦ ଅଧ୍ୟକ୍ଷ-ମାର୍ଚ୍ଚ ୧୩ ତାରିଖ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ- ମାର୍ଚ୍ଚ ୨୫ ତାରିଖ