Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏ ଟି ଏମ୍ ମେସିନ ଭାଙ୍ଗି ନଗଦ ୧୨ ଲକ୍ଷ ଲୁଟ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏ ଟି ଏମ୍ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୧୬ ନଂ ଜାତୀୟ ରାଜପଥ କେଶପୁର ଛକରେ ଅବସ୍ଥିତ ଏ ଟି ଏମ୍ କାଉଣ୍ଟରରେ ଏଭଳି ଘଟଣା ଘଟିଛି। ଏକ ଦାମିକିଆ କାର୍ ଆସି ଗ୍ୟାସ୍ କଟରରେ ଏ ଟି ଏମ୍ ମେସିନ ଭାଙ୍ଗି ଭିତରେ ଥିବା କ୍ୟାସ୍ ବକ୍ସ କୁ ଲୁଟି ନେଇଥିବା ଜଣାପଡିଛି ଓ ସେଥିରେ ନଗଦ ୧୨ ଟଙ୍କା ଥିଲା ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ।

ଏହି ସବୁ ଘଟଣା ସି ସି କ୍ୟାମେରା ଫୁଟେଜ ରେ ରେକର୍ଡ ହୋଇଥିବା ଜଣାପଡିଛି। ଖବର ପାଇ ଖଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।