Categories
ଆଜିର ଖବର ଜାତୀୟ ଖବର

ଜବାହାରଲାଲ ନେହୁରଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ସୋନିଆ, ଖଡଗେ

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କୁ ଜନ୍ମ ତିଥୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ସୋନିଆ ଗାନ୍ଧୀ। ଆଜି ସକାଳୁ ସେ ନେହୁରଙ୍କ ସମାଧୀପିଠକୁ ଯାଇ ସେଠାରେ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ଏଥିସହିତ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନେହୁରଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେ ସୋନିଆଙ୍କ ସହିତ ନେହୁରଙ୍କ ସମାଧୀପିଠକୁ ଯାଇ ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ନେହୁରଙ୍କ ଜନ୍ମତିଥୀରେ ସାରା ଭାରତରେ ଶିଶୁ ଦିବସ ପାଳିତ ହୁଏ।

Categories
ଆଜିର ଖବର

ନଭେମ୍ବର ୧୪ ରେ ଶିଶୁ ଦିବସ, ହେଲେ ପ୍ରଥମେ ଭିନ୍ନ ଏକ ଦିନରେ ଏହା ହେଉଥିଲା ପାଳନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମ ବାର୍ଷିକୀ। ଦେଶର ସ୍ବାଧୀନତା ପରେ, ୧୫ ଅଗଷ୍ଟ ୧୯୪୭ ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ ୧୯୬୪ ପୂର୍ବରୁ ଅର୍ଥାତ ନେହେରୁଙ୍କ ମୃତ୍ୟୁ ପୂର୍ବରୁ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନ ଅର୍ଥାତ୍ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।

ନେହେରୁ ୧୫ ବର୍ଷ ବୟସରେ ଇଂଲଣ୍ଡ ଯାଇଥିଲେ ଏବଂ ହାରୋରେ ଦୁଇ ବର୍ଷ ରହିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, ଯେଉଁଠାରୁ ସେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୨ ମସିହାରେ ଭାରତ ଫେରିବା ପରେ ସେ ସିଧା ରାଜନୀତିରେ ଯୋଗ ଦେଇଥିଲେ। ୧୯୧୨ ମସିହାରେ ସେ ପ୍ରତିନିଧୀ ଭାବରେ ବାଙ୍କିପୁର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୧୯ ମସିହାରେ ହୋମ ରୁଲ ଲିଗ ଅଫ ଆହ୍ଲାବାଦର ସଚିବ ହୋଇଥିଲେ। ୧୯୧୬ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ, ଯାହାଙ୍କଠାରୁ ସେ ବହୁତ ଅନୁପ୍ରାଣିତ ମଧ୍ୟ ହୋଇଥିଲେ।

ପଣ୍ଡିତ ନେହେରୁ ୧୪ ନଭେମ୍ବର ୧୮୮୯ ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ନେହେରୁ ପିଲାମାନଙ୍କୁ ଅଧିକ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେଥିପାଇଁ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୪୭ ମସିହାରେ ଦେଶର ସ୍ବାଧୀନତା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ପରଲୋକ ହୋଇଥିଲା।

ଅନେକ ଦେଶରେ ଜୁନ୍ ୧ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ କିଛି ଦେଶ ନଭେମ୍ବର ୨୦ ରେ ଶିଶୁ ଦିବସ ମଧ୍ୟ ପାଳନ କରୁଛନ୍ତି।