Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୧୪ ରେ ଶିଶୁ ଦିବସ, ହେଲେ ପ୍ରଥମେ ଭିନ୍ନ ଏକ ଦିନରେ ଏହା ହେଉଥିଲା ପାଳନ
ଆଜିର ଖବର

ନଭେମ୍ବର ୧୪ ରେ ଶିଶୁ ଦିବସ, ହେଲେ ପ୍ରଥମେ ଭିନ୍ନ ଏକ ଦିନରେ ଏହା ହେଉଥିଲା ପାଳନ

November 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ନଭେମ୍ବର ୧୪ ରେ ଶିଶୁ ଦିବସ, ହେଲେ ପ୍ରଥମେ ଭିନ୍ନ ଏକ ଦିନରେ ଏହା ହେଉଥିଲା ପାଳନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମ ବାର୍ଷିକୀ। ଦେଶର ସ୍ବାଧୀନତା ପରେ, ୧୫ ଅଗଷ୍ଟ ୧୯୪୭ ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ ୧୯୬୪ ପୂର୍ବରୁ ଅର୍ଥାତ ନେହେରୁଙ୍କ ମୃତ୍ୟୁ ପୂର୍ବରୁ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନ ଅର୍ଥାତ୍ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।

ନେହେରୁ ୧୫ ବର୍ଷ ବୟସରେ ଇଂଲଣ୍ଡ ଯାଇଥିଲେ ଏବଂ ହାରୋରେ ଦୁଇ ବର୍ଷ ରହିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, ଯେଉଁଠାରୁ ସେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୨ ମସିହାରେ ଭାରତ ଫେରିବା ପରେ ସେ ସିଧା ରାଜନୀତିରେ ଯୋଗ ଦେଇଥିଲେ। ୧୯୧୨ ମସିହାରେ ସେ ପ୍ରତିନିଧୀ ଭାବରେ ବାଙ୍କିପୁର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୧୯ ମସିହାରେ ହୋମ ରୁଲ ଲିଗ ଅଫ ଆହ୍ଲାବାଦର ସଚିବ ହୋଇଥିଲେ। ୧୯୧୬ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ, ଯାହାଙ୍କଠାରୁ ସେ ବହୁତ ଅନୁପ୍ରାଣିତ ମଧ୍ୟ ହୋଇଥିଲେ।

ପଣ୍ଡିତ ନେହେରୁ ୧୪ ନଭେମ୍ବର ୧୮୮୯ ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ନେହେରୁ ପିଲାମାନଙ୍କୁ ଅଧିକ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେଥିପାଇଁ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୪୭ ମସିହାରେ ଦେଶର ସ୍ବାଧୀନତା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୬୪ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ପରଲୋକ ହୋଇଥିଲା।

ଅନେକ ଦେଶରେ ଜୁନ୍ ୧ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ କିଛି ଦେଶ ନଭେମ୍ବର ୨୦ ରେ ଶିଶୁ ଦିବସ ମଧ୍ୟ ପାଳନ କରୁଛନ୍ତି।

Childern's Day ନଭେମ୍ବର ୧୪ ତାରିଖ ପଣ୍ଡିତ ଜବାହାରଲାଲ ନେହୁର ଶିଶୁ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026
Latest News

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.