Categories
ବିଶେଷ ଖବର ରାଜ୍ୟ ଖବର

ସାତ ଜଣ ଓଡିଆଙ୍କୁ ମିଳିବ ପଦ୍ମ ପୁରସ୍କାର, ଜାଣନ୍ତୁ କେଉଁମାନଙ୍କ ନାମ ହେଲା ଘୋଷଣା

ନୂଆଦିଲ୍ଲୀ: ଆଜି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡିଶାର ସାତ ଜଣ ପଦ୍ମ ପୁରସ୍କାର ପାଇବେ ବୋଲି ମନୋନିତ କରାଯାଇଛି। ମୁଖ୍ୟତଃ ଗଣତନ୍ତ୍ର ଦିବସ ପୂର୍ବରୁ ଏହି ଘୋଷଣା କରାଯାଇଥାଏ। ତେବେ ଯେଉଁ ଓଡିଆଙ୍କ ନାମ ଏହି ତାଲିକାରେ ରହିଛି ସେମାନଙ୍କ ମଧ୍ୟରେ ଛଅ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେହିପରି ଜଣଙ୍କୁ ପଦ୍ମଭୂଷଣ ପାଉଁ ମନୋନିତ କରାଯାଇଛି। ସେମାନେ ହେଲେ

1- ସାହିତ୍ୟ ପାଇଁ ଡ. ପ୍ରତିଭା ରାୟ- ପଦ୍ମଭୂଷଣ

ସେହିପରି ଯେଉଁମାନେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ହୋଇଛନ୍ତି ସେମାନେ ହେଲେ

2- ପାରା ଆଥଲେଟ୍‌ ପ୍ରମୋଦ ଭଗତ

3- ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ମହାରାଜ ଶ୍ରୀମଦ୍‌ ବାବା ବଳିଆ

4- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ

5- କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ

6- ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁ

7-ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ

ପଢନ୍ତୁ- ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର, ଜାଣନ୍ତୁ ଦେଶର କେଉଁମାନଙ୍କୁ କରାଯାଇଛି ମନୋନିତ

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

କଙ୍ଗନା ରଣାୱତଙ୍କ ବିବୃତ୍ତିକୁ ନେଇ ବିବାଦ, ପଦ୍ମଶ୍ରୀ ପୁରଷ୍କାର ଫେରେଇ ଆଣିବା ପାଇଁ ଜୀତନରାମ ମାଞ୍ଝିଙ୍କ ଦାବି

ନୂଆଦିଲ୍ଲୀ: ଭାରତର ସ୍ଵାଧୀନତା ଉପରେ ବକ୍ତବ୍ୟ ଦେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିବାଦ ଘେରକୁ ଆସିଛନ୍ତି। କଙ୍ଗନା ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ଭିକ ମାଗିବାରେ ସ୍ୱାଧୀନତା ମିଳେ, ତେବେ ଏହା ସ୍ୱାଧୀନତା ହୋଇପାରେ କି? ପ୍ରକୃତ ସ୍ୱାଧୀନତା ୨୦୧୪ ରେ ମିଳିଥିଲା ବୋଲି କଙ୍ଗନା କହିଛନ୍ତି। ଏହି ବିବୃତ୍ତି ପରେ କଙ୍ଗନା ଟାର୍ଗେଟରେ ଅଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ରାଷ୍ଟ୍ରପତି ଭବନକୁ ଟ୍ୟାଗ୍ କରି ଜିତନ୍ ରାମ ମାଞ୍ଝି ଟୁଇଟ୍ କରି କହିଛନ୍ତି ଯେ, ବିଳମ୍ବ ନକରି କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରାଯାଉ। ସେ ଲେଖିଛନ୍ତି ଯେ, ଅନ୍ୟଥା ଦୁନିଆ ଏହା ବୁଝିବ ଯେ, ଗାନ୍ଧୀ, ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲ, କଲାମ, ମୁଖାର୍ଜୀ, ବୀର ସାବରକର ଭିକ ମାଗିବାରୁ ସ୍ୱାଧୀନତା ମିଳିଛି। ଏହି ବିବୃତ୍ତି ପାଇଁ କଙ୍ଗନା କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି। କଙ୍ଗନାକୁ ନିଷେଧ କରିବା ପାଇଁ ଜିତାନ ରାମ ମାଞ୍ଝି ମଧ୍ୟ ଚ୍ୟାନେଲଗୁଡିକୁ ନିବେଦନ କରିଛନ୍ତି।