କଙ୍ଗନା ରଣାୱତଙ୍କ ବିବୃତ୍ତିକୁ ନେଇ ବିବାଦ, ପଦ୍ମଶ୍ରୀ ପୁରଷ୍କାର ଫେରେଇ ଆଣିବା ପାଇଁ ଜୀତନରାମ ମାଞ୍ଝିଙ୍କ ଦାବି

Published: Nov 11, 2021, 7:15 pm IST

ନୂଆଦିଲ୍ଲୀ: ଭାରତର ସ୍ଵାଧୀନତା ଉପରେ ବକ୍ତବ୍ୟ ଦେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିବାଦ ଘେରକୁ ଆସିଛନ୍ତି। କଙ୍ଗନା ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ଭିକ ମାଗିବାରେ ସ୍ୱାଧୀନତା ମିଳେ, ତେବେ ଏହା ସ୍ୱାଧୀନତା ହୋଇପାରେ କି? ପ୍ରକୃତ ସ୍ୱାଧୀନତା ୨୦୧୪ ରେ ମିଳିଥିଲା ବୋଲି କଙ୍ଗନା କହିଛନ୍ତି। ଏହି ବିବୃତ୍ତି ପରେ କଙ୍ଗନା ଟାର୍ଗେଟରେ ଅଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ରାଷ୍ଟ୍ରପତି ଭବନକୁ ଟ୍ୟାଗ୍ କରି ଜିତନ୍ ରାମ ମାଞ୍ଝି ଟୁଇଟ୍ କରି କହିଛନ୍ତି ଯେ, ବିଳମ୍ବ ନକରି କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରାଯାଉ। ସେ ଲେଖିଛନ୍ତି ଯେ, ଅନ୍ୟଥା ଦୁନିଆ ଏହା ବୁଝିବ ଯେ, ଗାନ୍ଧୀ, ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲ, କଲାମ, ମୁଖାର୍ଜୀ, ବୀର ସାବରକର ଭିକ ମାଗିବାରୁ ସ୍ୱାଧୀନତା ମିଳିଛି। ଏହି ବିବୃତ୍ତି ପାଇଁ କଙ୍ଗନା କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି। କଙ୍ଗନାକୁ ନିଷେଧ କରିବା ପାଇଁ ଜିତାନ ରାମ ମାଞ୍ଝି ମଧ୍ୟ ଚ୍ୟାନେଲଗୁଡିକୁ ନିବେଦନ କରିଛନ୍ତି।

Related posts