ନୂଆଦିଲ୍ଲୀ: ପପ୍ ଗାୟକ ଶାକିରା ଏବେ ସମସ୍ୟାରେ ଅଛନ୍ତି। ଶାକିରାଙ୍କ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କୁ ଜେଲ ଯାଇପାରେ। ଶାକିରାଙ୍କୁ ୧୪.୫ ନିୟୁତ ୟୁରୋ (୧୧୭ କୋଟି) ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସ୍ପେନର ଓକିଲ କହିଛନ୍ତି ଯେ, ଶାକିରାଙ୍କୁ ୮ ବର୍ଷ ଜେଲ ଦଣ୍ଡ ପାଇଁ ଦାବି କରିବେ। କାରଣ ସେ ଟିକସ ଚୋରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ଏତିକି ନୁହେଁ, ପ୍ରାୟ ୨୪ ନିୟୁତ ୟୁରୋ ଜରିମାନା ଦେବାକୁ ଓକିଲ ଦାବି କରିଛନ୍ତି। ଏହା ପରେ ଶାକିରାଙ୍କ ସମସ୍ୟା ବଢିପାରେ।
୨୦୧୨-୧୪ ମସିହାରେ ଶାକିରା ତାଙ୍କ ରୋଜଗାର ଉପରେ ଟିକସ ଜମା କରିନଥିଲେ। ଏହି ଟ୍ୟାକ୍ସ ପ୍ରାୟ ୧୪.୫ ନିୟୁତ ୟୁରୋ ଥିଲା। ବୁଧବାର ଶାକିରାଙ୍କ ଓକିଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ସେ ତାଙ୍କ ସଚ୍ଚୋଟତା ଉପରେ ସମ୍ପୂର୍ଣ୍ଣ ନିଶ୍ଚିତ ଏବଂ ସେଥିପାଇଁ ସେ କୋର୍ଟକୁ ଯିବାକୁ ଅନୁମତି ଦେଇଛନ୍ତି। ଶାକିରା ନିଶ୍ଚିତ ଯେ ତାଙ୍କର ସଚ୍ଚୋଟତା ପ୍ରମାଣିତ ହେବ।