Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୟାଗଡ଼ ଜିଲ୍ଲାର ୬ ଟି ସ୍ଥାନରେ ପାଳନ ହେଲା ମକରମେଳା

ନୟାଗଡ: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଜି ନୟାଗଡ଼ ଜିଲାର ୬ଟି ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ମେଳା ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାପୁର ବ୍ଲକର ବେଗୁନିଆଁ, ରଣପୁର ବ୍ଲକର ଶ୍ୟାମଘନପୁର, ଖଣ୍ଡପଡା ବ୍ଲକର ତେନ୍ତୁଳିଆପଲ୍ଲୀ, ସିଧାମୂଳା, ଗଣିଆ ବ୍ଲକର ୱାଲିପୁର, ଦଶପଲ୍ଲା ବ୍ଲକର ସରିଗଣ୍ଡା ପ୍ରଭୃତି ଗ୍ରାମରେ ଏହି ମେଳା ଅନୁଷ୍ଠିତ ହୋଇଥିଲା।

ଏଠାରେ ଶତାଧିକ ଛୋଟବଡ଼ ଦୋକାନ ବସିଥିଲା ବେଳେ ଲୋକମାନଙ୍କ ମନୋରଞ୍ଜନ ନିମନ୍ତେ ଗ୍ରାମବାସୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ବ୍ୟବସ୍ଥା କରାଯାଇଛି। ମେଳା ଦେଖିବା ନିମନ୍ତେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ସେହିଭଳି, ଜିଲ୍ଲାର ପ୍ରସିଦ୍ଧ କଣ୍ଟିଲୋର ନୀଳମାଧବ, ଶରଣକୂଳର ଲଡ଼ୁବାବା, ଝାମୁପାଟଣା ଦୂତୀକେଶ୍ବର, ରଣପୁର ଜଗନ୍ନାଥ ମନ୍ଦିର , ନୟାଗଡ ଜଗନ୍ନାଥ ମନ୍ଦିର,ଦଶପଲ୍ଲାର ମହାବୀର ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ପୂଜାନୀତି କରାଯାଇଛି ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି, ଜାଣନ୍ତୁ କେତେବେଳେ ରହିଛି ଶୁଭ ମୁର୍ହୁତ୍ତ ଓ ପୂଜା ସମୟ

ଭୁବନେଶ୍ବର: ପବିତ୍ର ମକର ସଂକ୍ରାନ୍ତି ଆସନ୍ତାକାଲି ଅର୍ଥାତ ୨୦୨୫ ଜାନୁଆରୀ ୧୪ ମଙ୍ଗଳବାର ରେ ପାଳିତ ହେବ। ଏହା ସୂର‌୍ୟ୍ୟଙ୍କ ମକର ରାଶିରେ ପ୍ରବେଶ ଓ ଶୀତ ଋତୁର ଶେଷ ସମୟକୁ ସୂଚିତ କରେ। ଏହି ପବିତ୍ର ଦିନ ଭାରତର ବିଭିନ୍ନ ସଂସ୍କୃତି ଓ ପାରମ୍ପରିକ ଉତ୍ସବଗୁଡ଼ିକ ସହିତ ଉଦ୍ଦିପନାରେ ପୂର୍ଣ୍ଣ ଭାବେ ପାଳନ କରାଯାଇଥାଏ।

ଶୁଭ ସମୟ

ପୁଣ୍ୟ କାଳ (ଶୁଭ ସମୟ): ଜାନୁଆରୀ ୧୪ ରେ ସକାଳ ୯:୦୩ ଠାରୁ ସନ୍ଧ୍ୟା ୫:୪୬ ପର୍ଯ୍ୟନ୍ତ ରହିବ। ଏହା ଆରାଧନା ଏବଂ ପୂଜା ପାଇଁ ଉପଯୁକ୍ତ ସମୟ।

ସୂର୍ଯ୍ୟଙ୍କ ମକରରେ ପ୍ରବେଶ: ସୂର୍ଯ୍ୟ ୮:୪୧ ରେ ମକର ରାଶିରେ ପ୍ରବେଶ କରିବେ।

ଗଙ୍ଗା ସ୍ନାନ ମୁହୂର୍ତ୍ତ: ପବିତ୍ର ଗଙ୍ଗା ସ୍ନାନର ସର୍ବଶ୍ରେଷ୍ଠ ସମୟ ହେଉଛି ସକାଳ ୮:୫୫ ଠାରୁ ଦିନ ୧୨:୫୧ ପର୍ଯ୍ୟନ୍ତ।

ଏହାର ମଧ୍ୟରୁ ସକାଳ ୮:୫୫ ଠାରୁ ୯:୨୯ ମଧ୍ୟରେ ଅମୃତ କାଳ ଥାଏ, ଯାହା ଧାର୍ମିକ ଏବଂ ପୂଜାକାର୍ଯ୍ୟ ପାଇଁ ଅତ୍ୟନ୍ତ ଶୁଭ।

ପଞ୍ଜିକାର ବିବରଣୀ (ଜାନୁଆରୀ ୧୪, ୨୦୨୫):

ତିଥି (ଚନ୍ଦ୍ରଦିନ): ପ୍ରଥମା ୨୧:୫୬ ପର୍ଯ୍ୟନ୍ତ।
ନକ୍ଷତ୍ର: ପୁଷ୍ୟା ୨୮:୫୭ ପର୍ଯ୍ୟନ୍ତ
ଯୋଗ: ବିଷ୍କୁମ୍ଭ ୨୧:୩୨ ପର୍ଯ୍ୟନ୍ତ

କରଣ:

ପ୍ରଥମ କରଣ: ବଳବ ୧୦:୦୬ ପର୍ଯ୍ୟନ୍ତ
ଦ୍ୱିତୀୟ କରଣ: କୌଳବ ୨୧:୫୬ ପର୍ଯ୍ୟନ୍ତ

ଦିନ: ମଙ୍ଗଳବାର

ଗୁରୁତ୍ୱପୂର୍ଣ୍ଣ ସମୟ:

ସୂର୍ଯ୍ୟୋଦୟ: ସକାଳ ୬: ୨୫
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫: ୫୭
ଚନ୍ଦ୍ରୋଦୟ: ସନ୍ଧ୍ୟା ୪:୪୩
ଚନ୍ଦ୍ରାସ୍ତ: ସକାଳ ୮:୫୪

ଶୁଭ ଓ ଅଶୁଭ ସମୟଗୁଡ଼ିକ:

ଗୁଳିକା କାଳ: ଦିନ ୧୨:୦୯  – ୧:୧୦ ଅପରାହ୍ନ (ଅଶୁଭ)।
ଯମଗଣ୍ଡ: ୧୦:୦୮ ସକାଳ – ୧୧:୦୯ ଦିନ (ନୂଆ କାର୍ଯ୍ୟ ଆରମ୍ଭରେ ବିରତି)।
ରାହୁ କାଳ: ୨:୧୧ ଅପରାହ୍ନ – ୩:୧୨ ଅପରାହ୍ନ (ଅଶୁଭ ସମୟ)।
ଅଭିଜିତ ମୁହୂର୍ତ୍ତ: ୧୧:୫୩ ଦିନ – ୧୨:୨୬ ଦିନ (ଅତ୍ୟନ୍ତ ଶୁଭ ସମୟ)।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଆଜ୍ଞାମାଳକୁ ଗ୍ରହଣ କଲେ ରାଜା ସନ୍ତୋଷ କୁମାର: ଭଉଣୀ କାଳିଜାଇଙ୍କ ପୀଠରେ ମକର ମେଳା ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର ମକର ସଂକ୍ରାନ୍ତି ଅବସରରେ କୃଷ୍ଣପ୍ରସାଦଗଡ଼ର ଆରାଧ୍ୟା ଦେବୀ, ନୀଳାମ୍ବୁ ଚିଲିକା ମଧ୍ୟରେ ପୂଜିତା ମା’ ଭଗବତୀଙ୍କ ପୂର୍ବଦିଗରକ୍ଷାକାରିଣୀ ଭଉଣୀମା’ କାଳିଜାଇ ଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା। ପରମ୍ପରା କ୍ରମେ କାହିଁ କେଉଁ କାଳରୁ ଅନୁଷ୍ଠିତ ଏହି ମେଳାରେ ଯୋଗ ଦେବାପାଇଁ ପବିତ୍ର ମାସନ୍ତତିଥିରେ ମା’ କାଳିଜାଇ ବଡ ଭଉଣୀ ମା’ ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ପାନ ଗୁଆ ମହାପ୍ରସାଦ ନଡ଼ିଆ ପଇତା , ପୁଷ୍ପଚନ୍ଦନ ସହିତ ଶାଢି ଚୁଡି ସିନ୍ଦୁର ଗଡ଼ର ରାଜଗୁରୁଙ୍କ ହାତରେ ପଠାଇଥିଲେ।

ଭଉଣୀର ନିମନ୍ତ୍ରଣ ସ୍ଵୀକର କରି ମା’ ଭଗବତୀ ନିଜର ଆଜ୍ଞାମାଳ ସହ ସାନ ଭଉଣୀ ପାଇଁ ଶାଢି ଚୁଡି ସିନ୍ଦୁର ଅଳତା ସହିତ ମନ୍ଦାରମାଳ ନଡ଼ିଆ ଗଜାମୁଆଁ କାଠିନାହାକ ଗଣେଶ ନାୟକ, ହାତରେ ଭଉଣୀ ଘରକୁ ପଠାଇଥିଲେ। ମା’ କାଳିଜାଇ ଓ ମା’ ଭଗବତୀଙ୍କ ଆଦ୍ୟସେବକ କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ମାଙ୍କ ତରଫରୁ ନିମନ୍ତ୍ରଣ ପଠାଇଥିବାବେଳେ ଶ୍ରୀ ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ନିମନ୍ତ୍ରଣକୁ ଗ୍ରହଣ କରି ମା’ ଭଗବତୀଙ୍କ ଠାରୁ ଆଜ୍ଞାମାଳ ପ୍ରେରଣ କରିଥିଲେ।

ପ୍ରକାଶ ଥାଉକି ଦୁଇ ପ୍ରସିଦ୍ଧ ଶକ୍ତିପୀଠର ଆରାଧ୍ୟା ଦୁଇ ଭଉଣୀଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ପର୍ବପର୍ବାଣୀଜାନିଯାତ୍ରାରେ ନିମନ୍ତ୍ରଣ ଦିଆନିଆ,ଅସୀମ ସ୍ନେହ ଶ୍ରଦ୍ଧାର ସଂପର୍କ, ପ୍ରାଚୀନ ଉତ୍କଳୀୟ ଶକ୍ତି ଉପାସନାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।ମା’ଭଗବତୀ ମଧ୍ୟ ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀରେ ଶାରଦୀୟ ପର୍ବରେ ଯୋଗଦାନ ପାଇଁ ମା କାଳିଜାଇ ଙ୍କୁ ନିମନ୍ତ୍ରଣ ଧରି ଚିଲିକାକୁ ନୌବିହାର କରିବାକୁ ଯାଇ ମା’ଙ୍କ ଆଜ୍ଞାମାଳ ଧରି ଆସିଥାନ୍ତି। ରାଜାଙ୍କ ରାଜଗୁରୁ, ମନ୍ଦିର ପରିଛା ସଆନ୍ତ ବିନାୟକ ମହାପାତ୍ର,ପାଳିଆ ମାଳି ମୁନାନାୟକ, ମନ୍ଦିର ପ୍ରତିନିଧି ନବ ପ୍ରଧାନ, ସେବାୟତ ସୁଧାକର ଭୋପା, ସହଦେବ ନାୟକ, ସୁକାନ୍ତନାୟକ, କମଳ ମିଶ୍ର, ମଶାଲତି ନାରଣ ବାରିକ ଏହି ପବିତ୍ର ଦେବ କାର୍ଯ୍ୟରେ ସହଯୋଗ କରିଥିଲେ।