Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ଆଜ୍ଞାମାଳକୁ ଗ୍ରହଣ କଲେ ରାଜା ସନ୍ତୋଷ କୁମାର: ଭଉଣୀ କାଳିଜାଇଙ୍କ ପୀଠରେ ମକର ମେଳା ଆରମ୍ଭ
ଆଜିର ଖବର

ମା’ଭଗବତୀଙ୍କ ଆଜ୍ଞାମାଳକୁ ଗ୍ରହଣ କଲେ ରାଜା ସନ୍ତୋଷ କୁମାର: ଭଉଣୀ କାଳିଜାଇଙ୍କ ପୀଠରେ ମକର ମେଳା ଆରମ୍ଭ

January 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର ମକର ସଂକ୍ରାନ୍ତି ଅବସରରେ କୃଷ୍ଣପ୍ରସାଦଗଡ଼ର ଆରାଧ୍ୟା ଦେବୀ, ନୀଳାମ୍ବୁ ଚିଲିକା ମଧ୍ୟରେ ପୂଜିତା ମା’ ଭଗବତୀଙ୍କ ପୂର୍ବଦିଗରକ୍ଷାକାରିଣୀ ଭଉଣୀମା’ କାଳିଜାଇ ଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା। ପରମ୍ପରା କ୍ରମେ କାହିଁ କେଉଁ କାଳରୁ ଅନୁଷ୍ଠିତ ଏହି ମେଳାରେ ଯୋଗ ଦେବାପାଇଁ ପବିତ୍ର ମାସନ୍ତତିଥିରେ ମା’ କାଳିଜାଇ ବଡ ଭଉଣୀ ମା’ ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ପାନ ଗୁଆ ମହାପ୍ରସାଦ ନଡ଼ିଆ ପଇତା , ପୁଷ୍ପଚନ୍ଦନ ସହିତ ଶାଢି ଚୁଡି ସିନ୍ଦୁର ଗଡ଼ର ରାଜଗୁରୁଙ୍କ ହାତରେ ପଠାଇଥିଲେ।

ଭଉଣୀର ନିମନ୍ତ୍ରଣ ସ୍ଵୀକର କରି ମା’ ଭଗବତୀ ନିଜର ଆଜ୍ଞାମାଳ ସହ ସାନ ଭଉଣୀ ପାଇଁ ଶାଢି ଚୁଡି ସିନ୍ଦୁର ଅଳତା ସହିତ ମନ୍ଦାରମାଳ ନଡ଼ିଆ ଗଜାମୁଆଁ କାଠିନାହାକ ଗଣେଶ ନାୟକ, ହାତରେ ଭଉଣୀ ଘରକୁ ପଠାଇଥିଲେ। ମା’ କାଳିଜାଇ ଓ ମା’ ଭଗବତୀଙ୍କ ଆଦ୍ୟସେବକ କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ମାଙ୍କ ତରଫରୁ ନିମନ୍ତ୍ରଣ ପଠାଇଥିବାବେଳେ ଶ୍ରୀ ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ନିମନ୍ତ୍ରଣକୁ ଗ୍ରହଣ କରି ମା’ ଭଗବତୀଙ୍କ ଠାରୁ ଆଜ୍ଞାମାଳ ପ୍ରେରଣ କରିଥିଲେ।

ପ୍ରକାଶ ଥାଉକି ଦୁଇ ପ୍ରସିଦ୍ଧ ଶକ୍ତିପୀଠର ଆରାଧ୍ୟା ଦୁଇ ଭଉଣୀଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ପର୍ବପର୍ବାଣୀଜାନିଯାତ୍ରାରେ ନିମନ୍ତ୍ରଣ ଦିଆନିଆ,ଅସୀମ ସ୍ନେହ ଶ୍ରଦ୍ଧାର ସଂପର୍କ, ପ୍ରାଚୀନ ଉତ୍କଳୀୟ ଶକ୍ତି ଉପାସନାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।ମା’ଭଗବତୀ ମଧ୍ୟ ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀରେ ଶାରଦୀୟ ପର୍ବରେ ଯୋଗଦାନ ପାଇଁ ମା କାଳିଜାଇ ଙ୍କୁ ନିମନ୍ତ୍ରଣ ଧରି ଚିଲିକାକୁ ନୌବିହାର କରିବାକୁ ଯାଇ ମା’ଙ୍କ ଆଜ୍ଞାମାଳ ଧରି ଆସିଥାନ୍ତି। ରାଜାଙ୍କ ରାଜଗୁରୁ, ମନ୍ଦିର ପରିଛା ସଆନ୍ତ ବିନାୟକ ମହାପାତ୍ର,ପାଳିଆ ମାଳି ମୁନାନାୟକ, ମନ୍ଦିର ପ୍ରତିନିଧି ନବ ପ୍ରଧାନ, ସେବାୟତ ସୁଧାକର ଭୋପା, ସହଦେବ ନାୟକ, ସୁକାନ୍ତନାୟକ, କମଳ ମିଶ୍ର, ମଶାଲତି ନାରଣ ବାରିକ ଏହି ପବିତ୍ର ଦେବ କାର୍ଯ୍ୟରେ ସହଯୋଗ କରିଥିଲେ।

chilika Kalijai Maa Bhagabati Makar Sankranti ପବିତ୍ର ମକର ସଂକ୍ରାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.