Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ: ଏହି ଲିଙ୍କରେ କ୍ଲିକ କରି ଦେଖିପାରିବେ ରେଜଲ୍ଟ

ଭୁବନେଶ୍ୱର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍ନ ୪ ଟାରେ ଏହି ପରୀକ୍ଷା ଫଳ ଘୋଷଣା କରାଯିବ।

ପ୍ରଥମେ ମାଧ୍ୟମିକ ଶିକ୍ଷା ପରିଷଦ ବୁକଲେଟ୍ ଜାରି କରିବା ପରେ ୱେବସାଇଟରେ ମାର୍କ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ orissaresults.nic.in କିମ୍ବା chseodisha.nic.in ୱେବସାଇଟ୍ ରେ ପରୀକ୍ଷା ଫଳ ଜାଣିପାରିବେ।

ଉଲ୍ଲେଖ ଥାଉ କି ଗତ ମାସ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌‌ ହାର ୮୪.୯୩% ରହିଥିବା ବେଳେ ବାଣିଜ୍ୟରେ ୮୧.୧୨% ପାସ ହାର ରହିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ

ଭୁବନେଶ୍ଵର: ଆଜି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌‌ ହାର ୮୪.୯୩% ରହିଥିବା ବେଳେ ବାଣିଜ୍ୟରେ ୮୧.୧୨% ପାସ ହାର ରହିଛି। ରେଜଲ୍ଟ ଘୋଷଣା କଲେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି।

ସୂଚନା ଥାଉକି ଚଳିତ ବର୍ଷ ମୋଟ୍ ୧ ହଜାର୧୪୫ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀ ମାନେ www. orissaresults.nic.in ୱବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ଆସନ୍ତାକାଲି ଦିନ ୧୧ ଟାରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଆଶ୍ୱିନ କୁମାର ମିଶ୍ର ସୂଚନା ଦେଇଛନ୍ତି।

ତେବେ ଛାତ୍ରଛାତ୍ରୀମାନେ  www.odisharesults.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହାସହିତ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ମଧ୍ୟ ଫଳ ଉପଲବ୍ଧ ହେବ।

Categories
ଆଜିର ଖବର ଜାତୀୟ ଖବର

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କଲା CISCE, ପଢନ୍ତୁ ଲାଇଭ୍ ଅପଡେଟ୍

ନୂଆଦିଲ୍ଲୀ: କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ (CISCE) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଅଫିସିଆଲ୍ ସାଇଟରେ ଯାଞ୍ଚ କରିପାରିବେ। ଏଥିପାଇଁ ଏହି ଦୁଇଟି ୱେବସାଇଟ୍- cisce.org ଏବଂ ciseresults.in ପରିଦର୍ଶନ କରିପାରିବେ।

ଏହିପରି ଫଳାଫଳ ଯାଞ୍ଚ କରନ୍ତୁ:

ପ୍ରକାଶ ପାଇବା ପରେ ଫଳାଫଳ ଯାଞ୍ଚ କରିବାକୁ, ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ ଯଥା cisceresults.in କିମ୍ବା ଉପରୋକ୍ତ ଅନ୍ୟ ୱେବସାଇଟ୍ କୁ ଯାଆନ୍ତୁ।

ଏଠାରେ, ଶ୍ରେଣୀର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ଏହା କରିବା ପରେ ଏକ ନୂଆ ପୃଷ୍ଠା ଖୋଲିବ। ଏହି ପୃଷ୍ଠାରେ ଆପଣଙ୍କୁ ଆପଣଙ୍କର ଲଗଇନ୍ ପରିଚୟପତ୍ର ପ୍ରବେଶ କରିବାକୁ ପଡିବ। ସେଗୁଡିକୁ ପ୍ରବେଶ କରନ୍ତୁ ଏବଂ ଏଣ୍ଟର୍ ବଟନ୍ ଦବାନ୍ତୁ।

ଏହା କରିବା ଦ୍ୱାରା, ଫଳାଫଳଗୁଡ଼ିକ ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଦେଖାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ପାସ ହାର ୮୨.୧୦ ପ୍ରତିଶତ

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି। ୨ ଲକ୍ଷ ୮ ହଜାର ୬୩୧ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କଳାରେ ୯୦ ହଜାର ୨୦୭ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୬୭ ହଜାର ୭୨୮ ପାସ କରିଛନ୍ତି। ପୁଅଙ୍କ ପାସ ହାର ୭୫.୦୮ ପ୍ରତିଶତ ରହିଛି। ସେହିଭଳି କଳାରେ ୧ ଲକ୍ଷ ୧୮ ହଜାର ୪୨୪ ଛାତ୍ରୀ ପରୀକ୍ଷା ଦେଇଥିବାଆ ବେଳେ ୧ ଲକ୍ଷ ୩ ହଜାର ୫୬୦ ଛାତ୍ରୀ ପାସ କରିଛନ୍ତି। ଛାତ୍ରୀଙ୍କ ପାସ ହାର ୮୭.୪୫ ପ୍ରତିଶତ ରହିଛି। ୧୭୭ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ମାର୍କ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜେଇଇ ମେନ୍ ପରୀକ୍ଷା ଫଳ: ୪୪ ଜଣ ପରୀକ୍ଷାର୍ଥୀ ରଖିଲେ ୧୦୦ ପ୍ରତିଶତ ମାର୍କ, ଶୀର୍ଷରେ ୧୮

ନୂଆଦିଲ୍ଲୀ: ଗତକାଲି ରାତିରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ-ମେନ୍ ର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ ମୋଟ ୪୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ୧୮ ଜଣ ପ୍ରାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି।

ଚଳିତ ବର୍ଷଠାରୁ ସଂଯୁକ୍ତ ପ୍ରବେଶିକା ପରୀକ୍ଷା-ମେନ୍ ର ଛାତ୍ରଛାତ୍ରୀମାନେ ରେଜଲ୍ଟରେ ଉନ୍ନତି ଆଣିବା ପାଇଁ ବର୍ଷକୁ ଚାରିଥର ଆୟୋଜନ କରାଯାଉଛି। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚରେ କରାଯାଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ଏବଂ ମେ ମାସରେ ହେବାକୁ ଥିଲା, କିନ୍ତୁ ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଆର୍କିଟେକ୍ଚର, ଫାର୍ମାସୀର ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ବିପିୟୁଟି ୱେବସାଇଟ www.bputexam.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ: ଏଭଳି ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ରେଗୁଲାର ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ତେବେ କଳାରେ ୯୮.୫୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରେଗୁଲାରରେ ୩୦ ହଜାର ୫୧୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଜଣ ଏବଂ ୧୦ ହଜାର ୭୪ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କ ରଖିଛନ୍ତି। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଫଳରେ ଅସନ୍ତୋଷ କିମ୍ବା କୌଣସି କାରଣରୁ ଫର୍ମ ପୂରଣ କରିନଥିଲେ, ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ଧନ୍ଦାମୂଳକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ଆସନ୍ତାକାଲି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ: ଏହି ଓ୍ଵେବସାଇଟ୍ ରେ ଦେଖିବେ ରେଜଲ୍ଟ

ଭୁବନେଶ୍ବର: ଆଜି ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଗତକାଲି ସିବିଏସଇର ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆଜି ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ।  ଛାତ୍ରଛାତ୍ରୀମାନେ orissaresults.nic.in ଓ୍ଵେବସାଇଟ୍ ରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ କରୋନା ସ୍ଥିତି ସୁଧୁରିଲାପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା।

ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ: ପାସ୍ ହାର ରହିଛି ୯୯.୩୭ ପ୍ରତିଶତ

ନୂଆଦିଲ୍ଲୀ: ଆଜି ଲକ୍ଷ ଲକ୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଦ୍ଵାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ସିବିଏସଇ ବୋର୍ଡ ଅଫିସିଆଲ୍ ୱେବସାଇଟରେ ଫଳାଫଳ ଲିଙ୍କକୁ ସକ୍ରିୟ କରିଛି। ଏହି ବର୍ଷ ୯୯.୩୭% ଛାତ୍ରଛାତ୍ରୀ ଦ୍ୱାଦଶରେ ପାସ୍ କରିଛନ୍ତି। ସିବିଏସ୍ଇ ବୋର୍ଡ ଦ୍ୱାଦଶ ଫଳାଫଳ ଚଳିତ ବର୍ଷ ଛାତ୍ରୀମାନଙ୍କ ପାସ୍ ହାର ୯୯.୬୭ ପ୍ରତିଶତ ଥିବା ବେଳେ ଛାତ୍ରମାନଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ଅଟେ। ଏହି ବର୍ଷ ଦିଲ୍ଲୀ ଅଞ୍ଚଳରେ ୯୯.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ results.cisce.org ୱେବସାଇଟରେ ଉପଲବ୍ଧ ହେଉଛି। କରୋନା ଯୋଗୁଁ ଚଳିତ ବର୍ଷ ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ହୋଇପାରନଥିଲା।

ତେବେ ପୂର୍ବ ପରୀକ୍ଷା ଆଧାରରେ ଏହି ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ ସିବିଏସଇ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ଏଯାଏଁ ଘୋଷଣା ହୋଇପାରିନାହିଁ। ଖୁବ ଶୀଘ୍ର ସେହି ପରୀକ୍ଷାର ଫଳ ପ୍ରକାଶ କରିବା ପାଇଁ ସିବିଏସଇ କର୍ତ୍ତୁପକ୍ଷ ଉଦ୍ୟମ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କଲା ସିଏଚଏସଇ: ଜାଣନ୍ତୁ କେବେ ଏବଂ କେମିତି ହେବ ମୂଲ୍ୟାୟନ

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି। ଅଗଷ୍ଟ ୨ ୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଘୋଷଣା ହେବ। ପରୀକ୍ଷା ଫଳ ମୂଲ୍ୟାୟନ ବ୍ୟବସ୍ଥା ଉପରେ ସିଏଚଏସଇ ଘୋଷଣା କରିଛି। ରେଗୁଲାର ପିଲାଙ୍କ ପାଇଁ ଦଶମ ପରିକ୍ଷା ଫଳ ଆଧାରରେ ମୂଲ୍ୟାୟନ ହେବ। ଏକ୍ସରେଗୁଲାର ପିଲାଙ୍କର ପୂର୍ବଥର ପରୀକ୍ଷାକୁ ନେଇ ମୂଲ୍ୟାୟନ ହେବ। ପୂର୍ବ ପରୀକ୍ଷାରେ ପାସ ନମ୍ବରକୁ ଦେଖି ମୂଲ୍ୟାୟନ ହେବ। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେବେ, ସେମାନେ ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ: ଜାଣନ୍ତୁ କେମିତି ହେବ ମୂଲ୍ୟାୟନ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି। ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ। ମୂଲ୍ଯାୟାନ ସମୟରେ ଦଶମ ଏବଂ ଏକାଦଶ ପରୀକ୍ଷା ଫଳର ୩୦ ପ୍ରତିଶତ ନମ୍ବରକୁ ବିଚାର କରାଯିବାକୁ ଥିବା ବେଳେ ଦ୍ଵାଦଶର ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: କରୋନା ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧୀନରେ ଥିବା ଦଶମ ବୋର୍ଡ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଥିଲେ। ହେଲେ ଏହି ପରୀକ୍ଷାର ଫଳାଫଳ ମୂଲ୍ୟାୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଦଶମ ପରୀକ୍ଷା ଫଳ ଘୋଷଣା ହେବ ବୋଲି ଶ୍ରୀ ଦାଶ କହିଛନ୍ତି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ଘୋଷଣା ହେବା ପାଇଁ ଚେଷ୍ଟା କରାଯାଉଛି। ସେଥିପାଇଁ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବେ ଚାଲିଥିବା ସେ କହିଛନ୍ତି।

ତେବେ ସ୍କୁଲ କେବେ ଖୋଲିବ ତାହା କହିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ବିଶେଷଜ୍ଞ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ବିରୋଧ କଲା ଓଷ୍ଟା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସିବିଏସଇ ଭଳି  ବିଏସଇ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲା। କରୋନା ଯୋଗୁଁ ବିଏସଇ ବୋର୍ଡ ପରିକ୍ଷାକୁ ବିଏସଇ ବାତିଲ କରିଦେଇଥିଲା। ହେଲେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ନେଇ ବିଏସଇ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଏସଇ ନିର୍ଦ୍ଦେଶ ଦେଇଛି।

ବୋର୍ଡ଼ ଦ୍ଵାରା ନିର୍ଦ୍ଧାରିତ ଫର୍ମାଟରେ ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରସ୍ତୁତ ଲାଗି ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ସେହି ଫର୍ମାଟରେ ସ୍କୁଲର ନାମ, ନମ୍ବର ଓ ରୋଲ ନମ୍ବର ଆଦି ରହିଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ମାଧ୍ୟମରେ ନିର୍ଦ୍ଧେଶ ଦେଇଛି।। ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷାର ନମ୍ବର ମାଗିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ହୋଇଛି। ଉଭୟ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ନମ୍ବରକୁ ପ୍ରଧାନ ଶିକ୍ଷକମାନେ ଦାଖଲ କରିବା ପାଇଁ ଡିଇଓଙ୍କୁ କୁହାଯାଇଛି। ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ କୁହାଯାଇଛି।

କିନ୍ତୁ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ ଦ୍ଵାରା କରାଯାଇଥିବା ପ୍ରକ୍ରିୟାକୁ ଓଷ୍ଟା ବିରୋଧ କରିଛି। ଏହି ପ୍ରକ୍ରିୟାକୁ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି ବିରୋଧ କରିଛନ୍ତି। ଗୋଟିଏ ଦିନରେ ଫର୍ମାଟ କିପରି ପ୍ରସ୍ତୁତ କରାଯାଇପାରିବ ବୋଲି ଓଷ୍ଟା ସମ୍ପାଦକ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା: ୧୦ ତାରିଖରେ ପ୍ରକାଶିତ ହେବ ପରୀକ୍ଷା ଫଳ

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପରୀକ୍ଷା ଚାଲିବ। ପ୍ରତିଦିନ ଦୁଇଟି ଲେଖାଏଁ ସିଟିଂ ପରୀକ୍ଷା କରାଯାଉଛି।

ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏଁ ଚାଲିବ। ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ।

ପ୍ରାୟ ୬ ହଜାରରୁ ଅଧିକ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ସ୍କୁଲରେ ଏହି ପରୀକ୍ଷା କରାଯାଉଛି। ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ସାମ୍ଭାବ୍ୟ ପ୍ରଶ୍ନପତ୍ର ଢାଞ୍ଚାରେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ।

ତେବେ ଆସନ୍ତା ୮ ତାରିଖ ଓଷ୍ଟା ୱେବସାଇଟରେ ossta.in ପ୍ରି-ବୋର୍ଡ ପରୀକ୍ଷାର ଆଦର୍ଶ ଉତ୍ତର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଲେଖିଥିବା ଉତ୍ତରକୁ ନିଜେ ସମୀକ୍ଷା କରିବେ। ଶିକ୍ଷକମାନେ ମଧ୍ୟ ସେହି ଆଦର୍ଶ ଉତ୍ତର ମାଧ୍ୟମରେ ଖାତା ମୂଳ୍ୟାୟନ କରିବେ। ସମଗ୍ର ରାଜ୍ୟରେ ଅପ୍ରେଲ ୧୦ ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶିତ ହେବ। ଉତ୍ତରକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଦିଆଯିବ।

ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାକୁ ଆଧାର କରି ବୋର୍ଡ ପରୀକ୍ଷାରେ ଆହୁରି ଅଧିକ ନମ୍ବର ରଖିବାକୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଶିକ୍ଷକମାନେ ଯୋଗାଇ ଦେବେ। ସେହିଭଳି ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅପ୍ରେଲ ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।