Categories
ଆଜିର ଖବର ଧର୍ମ

ଆଜିଠାରୁ ଅଗଷ୍ଟ, ଏହି ମାସଟି ଶିବପୂଜାରୁ ଆରମ୍ଭ ହୋଇ ଗଶେଷ ପୂଜାରେ ଶେଷ ହେବ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ଅଗଷ୍ଟ ମାସ। ହେଲେ ଓଡିଆ ମାସ ହିସାବରେ ଅଗଷ୍ଟ ହେଉଛି ଉଭୟ ଶ୍ରାବଣ ଏବଂ ଭାଦ୍ରବ ମାସ। ତେବେ ଏହି ମାସଟି ହିନ୍ଦୁ ଧର୍ମରେ ଯେମିତି ଗୁରୁତ୍ବ ପୂର୍ଣ୍ଣ ସେହିପରି ଦେଶତ୍ମକବୋଧରେ ମଧ୍ୟ ସେତିକି ଗୁରୁତ୍ବ ରହିଛି।

ତେବେ ଏକ ସଂଯୋଗବସତଃ ଏହି ମାସଟି ଶ୍ରାବଣ ସୋମବାର ବା ଶିବପୂଜାରୁ ଆରମ୍ଭ ହେଉଛି। ସେହିପରି ଏହି ମାସଟି ଗଣେଷ ପୂଜାରେ ଶେଷ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ମାସରେ କଣ ରହିଛି ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ।

ଅଗଷ୍ଟ ୧ ସୋମବାର- ଏହି ଦିନଟି ହେଉଛି ଶ୍ରାବଣ ସୋମବାର, ଏହା ହେଉଛି ତୃତୀୟ ସୋମବାର

ଅଗଷ୍ଟ ୦୨ ମଙ୍ଗଳବାର- ନାଗ ପଞ୍ଚାମୀ, ଶ୍ରାବଣ ମାସର ତୃତୀୟ ମଙ୍ଗଳ ଗୌରୀ ଉପବାସ

ଅଗଷ୍ଟ ୦୮ ସୋମବାର- ଶ୍ରାବଣ ମାସର ଚତୁର୍ଥ ସୋମବାର ବା ଶେଷ ସୋମବାର , ଏହି ପୁତ୍ରଦା ଏକାଦଶୀ ପାଳନ କରାଯିବ

ଅଗଷ୍ଟ ୦୯ ମଙ୍ଗଳବାର:  ଶ୍ରାବଣ ମାସରେ ଚତୁର୍ଥ ମଙ୍ଗଳ ବ୍ରତ ଉପବାସ,  ବିଷ୍ଣୁପବିତ୍ରାରୋପଣ

ଅଗଷ୍ଟ ୧୧ ଗୁରୁବାର- ରାକ୍ଷୀ ବନ୍ଧନ

ଅଗଷ୍ଟ ୧୨ ଶୁକ୍ରବାର- ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା

ଅଗଷ୍ଟ ୧୫ ସୋମବାର- ସ୍ବାଧୀନତା ଦିବସ

ଅଗଷ୍ଟ ୧୭ ବୁଧବାର-ସିଂହ ସଂକ୍ରାନ୍ତୀ

ଅଗଷ୍ଟ ୧୮/ ୧୯ ଶୁକ୍ରବାର/ଶନିବାର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଅଗଷ୍ଟ ୨୩ ମଙ୍ଗଳବାର- କାଳୀୟଦଳନ ଏକାଦଶୀ

ଅଗଷ୍ଟ ୨୫ ଗୁରୁବାର- ଶିବ ଚତୁର୍ଦ୍ଦଶୀ ଉପବାସ

ଅଗଷ୍ଟ ୨୭ ଶନିବାର- ଭାଦ୍ରବ ଅମବାସ୍ୟା ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ

ଅଗଷ୍ଟ ୩୧ ବୁଧବାର: ଗଣେଶ ଚତୁର୍ଥୀ

Categories
ଆଜିର ଖବର ଧର୍ମ

ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ମେ ମାସ। ଏହି ମାସରେ ରହିଛି ଅନେକ ପବିତ୍ର ଦିନ। ଯାହା ଅନେକଙ୍କୁ ଜଣା ନ ଥାଏ। ତେବେ ଏହି ମାସରେ ଏପରି ଏକ ଦିନ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆସନ୍ତୁ ଜାଣିବା ଏହି ମାସରେ କଣ କଣ ପର୍ବ ପର୍ବାଣୀ ରହିଛି।

ଶ୍ରମିକ ଦିବସ- ମେ 1 ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ।

ଅକ୍ଷୟ ତୃତୀୟା- ମେ 3 ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।

ରଥ ଅନୁକୂଳ- ମେ 3 ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ। ଏହି ଦିନ ଜଗନ୍ନାଥ ସଂସ୍କୃତିରେ ଶୁଭ କାମ ଆରମ୍ଭ ହେଉଥିବାରୁ ରଥ ଅନୁକୂଳ କରାଯାଇଥାଏ। ସେଥିପାଇଁ ଓଡିଆ ସଂସ୍କୃତିରେ ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହେବାର ପରଂପରା ରହିଛି।

ଚନ୍ଦନ ଯାତ୍ରା- ଏହି ମେ 3 ତାରିଖରେ ମଧ୍ୟ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୃ ପୁରୀର ନରେନ୍ଦ୍ର ପୋଖରୀରେ ନୌକା ବିହାର କରିବେ।

ସୀତା ନବମୀ-  ମେ 10 ତାରିଖରେ ପଡୁଛି ସୀତା ନବମୀ। ରାମ ନବମୀରେ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବା ବେଳେ ବୈଶାଖ ମାସ ନବମୀରେ ସୀତା ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହିଦିନକୁ ସୀତା ନବମୀ ଭାବେ ପାଳନ କରାଯାଉଛି।

ନୃସିଂହ ଜନ୍ମ- ମେ 14 ତାରିଖରେ ପଡୁଛି ନୃସିଂହ ଚତୁର୍ଦ୍ଦଶୀ। ଏହି ଦିନ ସଂନ୍ଧ୍ୟା ସମୟରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଷ୍ୟପୁଙ୍କୁ ବଧ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ହିନ୍ଦୁମାନେ ନୃସିଂହ ଉପାସନା କରିଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ମଧ୍ୟ ନୃସିଂହ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ବୃଷ ସଂକ୍ରାନ୍ତି- ମେ 15 ତାରିଖରେ ପଡୁଛି ବୃଷ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ।

ଚନ୍ଦନ ପୂର୍ଣ୍ଣିମା/ ବୁଦ୍ଧ ଜୟନ୍ତୀ- ମେ 16 ତାରିଖରେ ପଡୁଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ। ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଏଥିସହିତ ଏହିଦିନ ବୈଦ୍ଧ ଧର୍ମାଲମ୍ବୀଙ୍କ ପାଇଁ ବଡ ପବିତ୍ର ଦିନ।

ସାବିତ୍ରୀ ବ୍ରତ- ଏଥର ସାବିତ୍ରୀ ବ୍ରତ ବା ଅମବାସ୍ୟା ମେ ମାସ 30 ତାରିଖରେ ପଡୁଛି। ଏହି ବ୍ରତ ଓଡିଆ ନାରୀମାନଙ୍କ ପାଇଁ ଏକ ବିଶେଷ ପର୍ବ। ଏହିଦିନ ସଧବା ନାରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ମା ସାବିତ୍ରୀଙ୍କୁ ପୂଜା କରି ଉପବାସ ରହିଥାନ୍ତି।

Categories
ଆଜିର ଖବର ଧର୍ମ

ଆଉ ଦିନ କେଇଟା ପରେ ଆସିବ ନୂଆ ବର୍ଷ, ଜାଣନ୍ତୁ ଜାନୁୟାରୀ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଉ ଚାରିଦିନ ପରେ 2021 ଶେଷ ହେବ ଆସିବ 2022। ଏହିଦିନକୁ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ। ତେବେ ଏହା ହିନ୍ଦୁ ଧର୍ମର କୌଣସି ପର୍ବପର୍ବାଣୀରେ ଆସେ ନାହିଁ। ତେବେ ଜାନୁୟାରୀ ମାସରେ କଣ ରହିଛି ବଡ ପର୍ବ ଆସନ୍ତୁ ଜାଣିବା।

ବକୁଳ ଅମବାସ୍ୟା- ଜାନୁୟାରୀ 2 ତାରିଖରେ ପଡୁଛି ବକୁଳ ଅମବାସ୍ୟା। ଏହି ଅମବାସ୍ୟା ହିନ୍ଦୁ ଧର୍ମରେ ବେଶ୍ ମହତ୍ବ ରଖେ। କାରଣ ଏହିଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କରାଯାଏ। ଏହିଦିନ ଆମ୍ବ ଗଛରେ ବଉଳ ଧରେ। ସେଥିପାଇଁ ଏହାକୁ ବଉଳ ଅମବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ବରାହଙ୍କ ଜନ୍ମଦିନ।

ଶାମ୍ବ ଦଶମୀ- ଜାନୁୟାରୀ 12 ତାରିଖରେ ପଡୁଛି ଶାମ୍ବ ଦଶମୀ। ଏହିଦିନ ଓଡିଶାର ଘରେ ଘେ ସୂର୍ଯ୍ୟ ପୂଜା କରାଯାଇଥାଏ। ଖୋଲା ସ୍ଥାନରେ ସୂର୍ଯ୍ୟ ପୂଜା କରାଯାଏ। ଏଥିରେ ଘଡଘଡିଆ ତରକାରୀ ଏବଂ ସ୍ବତନ୍ତ୍ର ପିଠା ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ।

ମକର ସଂକ୍ରାନ୍ତି- ଜାନୁୟାରୀ 14 ତାରିଖରେ ପଡୁଛି ମକର ସଂକ୍ରାନ୍ତି। ଏହିଦିନ ଘରେଘରେ ମକର ଚାଉଳ ପ୍ରସ୍ତୁ କରି ପୂଜା କରାଯାଇଥାଏ। ଏହିଦିନ ଓଡିଆମାନେ ସାଙ୍ଗର ସଂପର୍କକୁ ବୃଦ୍ଧି କରିବା ପାଇଁ ମକର ବସିଥାନ୍ତି। ଏହି ଦିନ ଦକ୍ଷିଣ ଭାରତରେ ପୋଙ୍ଗଲ ମଧ୍ୟ ପାଳନ କରାଯାଏ। ଏହି ଦିନରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ।

ପୁଷ୍ୟାଭିଷେକ- ଏହି ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ ।

ଏଥିସହିତ ଜାନୁୟାରୀ 23 ତାରିଖରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତି ପାଳନ କରାଯିବ। ସେହିପରି ଜାନୁୟାରୀ 26 ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯିବ।

( ଫଟୋ- ପୁରୀର ଶ୍ରୀରାଧାବଲ୍ଲଭ ମଠ ତରଫରୁ ପ୍ରତିବର୍ଷ ଶ୍ରୀଜିୟୁଙ୍କ ପାଇଁ ମକର ଚାଉଳ ଭୋଗ ପଠାଯାଇଥାଏ। ତାହାର ପ୍ରସ୍ତୁତି କରାଯାଉଛି। ଫଟୋଟି  2021 ଜାନୁୟାରୀ 14 ତାରିଖର )

Categories
ଆଜିର ଖବର ଧର୍ମ

ଜାଣନ୍ତୁ ଚଳିତ ଡିସେମ୍ବର ମାସରେ କଣ ରହିଛି ମୁଖ୍ୟ ପର୍ବପର୍ବାଣୀ

ଭୁବନେଶ୍ବର: ଡିସେମ୍ବର ହେଉଛି ଇଂରାଜୀ କ୍ୟାଲେଣ୍ଡରର ଶେଷ ମାସ। ଏହି ମାସଟି ବିଦାୟ ମାସ ବୋଲି କୁହାଯାଇଥାଏ। ତେବେ ଏହି ମାସରେ ମଧ୍ୟ ରହିଛି ବହୁ ପର୍ବପର୍ବାଣୀ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ମାସରେ କଣ ରହିଛି ପର୍ବାଣୀ ଆସନ୍ତୁ ଜାଣିବା।

ମାଣବସା ଗୁରୁବାର– ଡିସେମ୍ବର 2 ତାରିଖରେ ପଡୁଛି ଏହି ପର୍ବ। ଏହା ହେଉଛି ଓଡିଆ ଘରର ଏକ ବଡ ଲୋକପ୍ରିୟ ପର୍ବ। ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଥାଏ।

ମହୋଦଧୀ ଅମାବାସ୍ୟା– ଡିସେମ୍ବର 4 ତାରିଖ ହେଉଛି ମହୋଦଧୀ ଅମବାସ୍ୟା। ଏହିଦିନ ସୂର୍ଯ୍ୟ ଗ୍ରହଣ ହେଉଥିଲେ ମଧ୍ୟ ଭାରତରେ ତାହା ଦୃଶ୍ୟମାନ ହେବ ନାହିଁ।

ଦେବଦୀପାବଳୀ ସମାପ୍ତ- ଡିସେମ୍ବର 5 ତାରିଖରେ ଦେବ ଦୀପାବଳି ଶେଷ ହେବ। ଏହା ସାରା ଭରତରେ ପାଳନ କରାଯାଉ ନ ଥିଲେ ମଧ୍ୟ ଦକ୍ଷିଣ ଭାରତରେ ଏହାର ପାଳନ ପରିଲକ୍ଷିତ ହୋଇଛି।

କୁରାଳ ପଞ୍ଚମୀ– ଡିସେମ୍ବର 8 ତାରିଖରେ ପଡୁଛି କୁରଳା ପଞ୍ଚମୀ

ଧନୁ ସଂକ୍ରାନ୍ତି- ଡିସେମ୍ବର 16 ତାରିଖରେ ପଡୁଛି ଧନୁ ସଂକ୍ରାନ୍ତି। ଏହା ଏକ ବଡ ସଂକ୍ରାନ୍ତି। କାରଣ ଏହିଦିନ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ। ଏଥିସହିତ ଏହିଦିନ ଶେଷ ଗୁରୁବାର। ମାଣବସାର ଶେଷ ପାଳି।

ପଣ୍ଡୁ ପୂର୍ଣ୍ଣିମା- ଡିସେମ୍ବର 19 ତାରିଖରେ ପଡୁଛି ପୂର୍ଣ୍ଣିମା। ଏହି ପୂର୍ଣ୍ଣିମାକୁ ପଣ୍ଡୁ ପୂର୍ଣ୍ଣିମା ଭାବେ କୁହାଯାଇଥାଏ।  ଏହାର ପୂର୍ବଦିନ ଅର୍ଥାତ 18 ତାରିଖରେ ପଣ୍ଡୁ ଓଷା ଆରମ୍ଭ ହୋଇଥାଏ।

ଯୀଶୁଖ୍ରୀଷ୍ଟଙ୍କ ଜନ୍ମ- ଡିସେମ୍ବର 25 ତାରିଖ ହେଉଛି ଖ୍ରୀଷ୍ଟୀୟାନମାନଙ୍କର ସବୁଠାରୁ ବଡଦିନ। ଏହାକୁ ପ୍ରକୃତରେ ବଡଦିନ ବୋଲି କୁହାଯାଏ। କାରଣ ଏହିଦିନ ପ୍ରଭୃ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ।

ସଫଳା ଏକାଦଶୀ- ଡିସେମ୍ବର 30 ତାରିଖରେ ପଡୁଛି ସଫଳା ଏକାଦଶୀ। ଏହିଦିନ ଅନେକ ବିଷ୍ଣୁଦେବଙ୍କୁ ପୂଜା କରି ଉପବାସ ବ୍ରତ ପାଳନ କରିଥାନ୍ତି।

ବର୍ଷ ଶେଷ- ଡିସେମ୍ବର 31 ତାରିଖ ହେଉଛି 2021 ମସିହାରେ ଶେଷ ଦିନ। ଏହା ପରଦିନ ନୂଆ ବର୍ଷ 2022 ଆରମ୍ଭ ହେବ।