Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ସ୍ଥିତ ପଲ୍ଲୀ ସଂସ୍କୃତି କଳା ପରିଷଦରେ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ପଲ୍ଲୀ ସଂସ୍କୃତି କଳା ପରିଷଦର ସଭାପତି ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ସଭାପତିତ୍ବରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚ଼ନ୍ଦନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଟଳବିହାରୀ ବାଜପେୟୀଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଗୋଲକ ବିହାରୀ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାମନ୍ତରାୟ, ରମେଶ ଚ଼ନ୍ଦ୍ର ସମନ୍ତସିଂହାର, ବିକାଶ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଶରତ ଚନ୍ଦ୍ର ଛାଟୋଇ, ପ୍ରଭାଶିଷ ପ୍ରଧାନ, ପ୍ରକାଶ ଚନ୍ଦ୍ର ବେହେରା, ସଦାନନ୍ଦ ପାଟ୍ଟଶାଣୀ ଓ ସୁଧାକାର ପ୍ରଧାନ ପ୍ରମୁଖ ଅଟଳବିହାରୀ ବାଜପେୟୀଙ୍କ ଦେଶପ୍ରେମ ଓ ଦେଶ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚ଼ନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ସ୍ମୃତିଚ଼ାରଣ ସଭା

ସୀତାରାମ ଅଗ୍ରୱାଲ
ଗମ୍ଭାରିମୁଣ୍ଡା: ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚ଼ାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତିଚ଼ାରଣ ସଭାରେ ବିଶିଷ୍ଟ ଶିକ୍ଷାବିଦ୍ ଗୋଲକ ବିହାରୀ ପଟ୍ଟନାୟକ, ଦକ୍ଷ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ବିଶିଷ୍ଟ ସମାଜସେବୀ ଓ ବୁଦ୍ଧିଜୀବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ସମାଜସେବୀ ଦାଶରଥି ସେଠୀ, ଦେଓଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଛାଟୋଇ, ଦେବେନ୍ଦ୍ର ହରିଚ଼ନ୍ଦନ, ସୌମ୍ୟରଂଜନ ସାମନ୍ତରାୟ, ଶଶୀଭୂଷଣ ହୋତାଙ୍କ ସମେତ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇ ତାଙ୍କର ସ୍ମୃତି ଚ଼ାରଣ କରିଥିଲେ।

ସ୍ବର୍ଗତ ବିଷୋୟୀ ଜଣେ ନିର୍ଭିକ, ପରୋପକାରୀ ବ୍ୟକ୍ତି ଥିବା ସହିତ ଗମ୍ଭାରିମୁଣ୍ଡା ଅଞ୍ଚଳର ସାମୂହିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ତାଙ୍କ ବିୟୋଗ ଗମ୍ଭାରିମୁଣ୍ଡା ଅଞ୍ଚଳ ପାଇଁ ବିରାଟ କ୍ଷତି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।