Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ସ୍ମୃତିଚ଼ାରଣ ସଭା
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ସ୍ମୃତିଚ଼ାରଣ ସଭା

March 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଗମ୍ଭାରିମୁଣ୍ଡା: ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚ଼ାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତିଚ଼ାରଣ ସଭାରେ ବିଶିଷ୍ଟ ଶିକ୍ଷାବିଦ୍ ଗୋଲକ ବିହାରୀ ପଟ୍ଟନାୟକ, ଦକ୍ଷ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ବିଶିଷ୍ଟ ସମାଜସେବୀ ଓ ବୁଦ୍ଧିଜୀବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ସମାଜସେବୀ ଦାଶରଥି ସେଠୀ, ଦେଓଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଛାଟୋଇ, ଦେବେନ୍ଦ୍ର ହରିଚ଼ନ୍ଦନ, ସୌମ୍ୟରଂଜନ ସାମନ୍ତରାୟ, ଶଶୀଭୂଷଣ ହୋତାଙ୍କ ସମେତ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇ ତାଙ୍କର ସ୍ମୃତି ଚ଼ାରଣ କରିଥିଲେ।

ସ୍ବର୍ଗତ ବିଷୋୟୀ ଜଣେ ନିର୍ଭିକ, ପରୋପକାରୀ ବ୍ୟକ୍ତି ଥିବା ସହିତ ଗମ୍ଭାରିମୁଣ୍ଡା ଅଞ୍ଚଳର ସାମୂହିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ତାଙ୍କ ବିୟୋଗ ଗମ୍ଭାରିମୁଣ୍ଡା ଅଞ୍ଚଳ ପାଇଁ ବିରାଟ କ୍ଷତି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ପଲ୍ଲୀ ସଂସ୍କୃତି କଳା ପରିଷଦ ବିଶିଷ୍ଟ ସମାଜସେବୀ ସ୍ମୃତିଚାରଣ ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026
Latest News

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ଅଘଟଣ: ବଜ୍ରପାତରେ ନାବାଳକ ମୃତ

September 6, 2026

ଚଳନ୍ତା କାରରେ ହଠାତ୍‌ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

September 6, 2026

ଦୁର୍ଘଟଣାରେ ଗୋଟିଏ ପରିବାର ୧୧ଜଣ ଆହତ

September 6, 2026

ରାଜ୍ୟରେ ବିଜେପି ସରକାର ରିପିଟ୍ କରିବା ନେଇ ଗୁରୁମନ୍ତ୍ର

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.