Categories
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ସ୍ମୃତିଚ଼ାରଣ ସଭା

ସୀତାରାମ ଅଗ୍ରୱାଲ
ଗମ୍ଭାରିମୁଣ୍ଡା: ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚ଼ାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତିଚ଼ାରଣ ସଭାରେ ବିଶିଷ୍ଟ ଶିକ୍ଷାବିଦ୍ ଗୋଲକ ବିହାରୀ ପଟ୍ଟନାୟକ, ଦକ୍ଷ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ବିଶିଷ୍ଟ ସମାଜସେବୀ ଓ ବୁଦ୍ଧିଜୀବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ସମାଜସେବୀ ଦାଶରଥି ସେଠୀ, ଦେଓଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଛାଟୋଇ, ଦେବେନ୍ଦ୍ର ହରିଚ଼ନ୍ଦନ, ସୌମ୍ୟରଂଜନ ସାମନ୍ତରାୟ, ଶଶୀଭୂଷଣ ହୋତାଙ୍କ ସମେତ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇ ତାଙ୍କର ସ୍ମୃତି ଚ଼ାରଣ କରିଥିଲେ।

ସ୍ବର୍ଗତ ବିଷୋୟୀ ଜଣେ ନିର୍ଭିକ, ପରୋପକାରୀ ବ୍ୟକ୍ତି ଥିବା ସହିତ ଗମ୍ଭାରିମୁଣ୍ଡା ଅଞ୍ଚଳର ସାମୂହିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ତାଙ୍କ ବିୟୋଗ ଗମ୍ଭାରିମୁଣ୍ଡା ଅଞ୍ଚଳ ପାଇଁ ବିରାଟ କ୍ଷତି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Categories
ଆଞ୍ଚଳିକ

ତିର୍ତ୍ତୋଲ ବାର୍ ଆସୋସିଏସନରେ ବରିଷ୍ଠ ଆଇନଜୀବୀ ରାଜକିଶୋର ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା

ରମେଶ ମହାନ୍ତି

ଜଗତସିଂହପୁର :ତିର୍ତ୍ତୋଲ ବାର୍ ଆସୋସିଏସନର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ଆଇନଜିବୀ ରାଜକିଶୋର ପଟ୍ଟନାୟକଙ୍କ ଗତ ଶନିବାର ତା ୨୬.୯.୨୦ରିଖ ଦିନ ୧୦ଟା୧୫ ମିନିଟରେ ହୃଦଘାତରେ ପରଲୋକ ହେବା ପରେ ଆଜି ତିର୍ତ୍ତୋଲ ବାର୍ ଆସୋସିଏସନ ସଭାଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଶାନ୍ତ କୁମାର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଲ୍ହାଦ ପରିଜା, ସୁଧିରଖୁଣ୍ଟିଆ, ସରୋଜ ପାଣିଗ୍ରାହି,ଟୁକନ ସେଠୀ,ଶୁଭେନ୍ଦୁ ରାୟ,ଗୋବିନ୍ଦ ସ୍ୱାଇଁ,ଅମର ସାହୁ,ଶାରଦା ଚୈଧୁରୀ,ଦେବେନ୍ଦ ନାୟକ,ସରତ ସାହୁ,ସୁବୋଧ ଖୁଣ୍ଟିଆ,ନାରାୟଣ ମହାନ୍ତି,ରିତା ମାହାନ୍ତି,ପ୍ରକାଶ ରାୟ,ପ୍ରମୁଖ ଆଇନଜିବୀ ଓ ନୃସିଂହ ବ୍ରହ୍ମ,ପ୍ରଦିପ ନାୟକ,ତୁଶାର ରାୟ,ପ୍ରକାଶ ମାହାନ୍ତି,ଲଳିତ ମୋହନ ପାଣି,ନୀରଂଜନ ସାମଲ,ଶିବ ମଲ୍ଲିକ,ତର୍ପଣ ସତପଥି, ମନୋରଂଜନ ନାୟକ,ଅକ୍ଷୟ ପରିଡା,ଜତିନ୍ଦ୍ର ଦାସ,ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଏହି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିସହିତ ସ୍ଥାନୀୟ କୋର୍ଟ କାର୍ଯ୍ୟ ଆଜି ଦିନକ ପାଇଁ ବନ୍ଦ ରହିଥିବା ଜଣାପଡ଼ିଛି।