Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

October 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା
ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

ଚିଲିକା: ଚିଲିକା ବ୍ଳକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଥିବା ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦ ପକ୍ଷରୁ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ପୃଷ୍ଠପୋଷକତାରେ ସ୍ୱର୍ଗତ ବିଶ୍ୱନାଥ ସ୍ୱାଇଁଙ୍କ ୧୦ମ ବାର୍ଷିକ ସ୍ମୃତି ଚାରଣ ସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବୋଲଗଡ଼ ବ୍ଳକ ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା ମୁଖ୍ୟ ଅତିଥି, ହରିପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଠାଣି ବଳବନ୍ତରାୟ ମୁଖ୍ୟ ବକ୍ତା, ଗଞ୍ଜାମ ଜିଲ୍ଲା ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ବେଗୁନିଆ “ମନୁଆ'”ସାହିତ୍ୟ ସଂସଦର ସଭାପତି ରାମଚନ୍ଦ୍ର ସାହୁ, ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ – ପଞ୍ଚସଖା ଶିକ୍ଷା ସେତୁର ଅଧ୍ୟକ୍ଷ ମାୟାଧର ମାର୍ଥା ଏବଂ ଉପାଧ୍ୟକ୍ଷ ଭବାନୀଶଙ୍କର ଜୟସିଂହ, ବେଗୁନିଆ ଗ୍ରାମ୍ୟ କମିଟିର ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ, ଚିଲିକା ବ୍ଳକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ,ବୋଲଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅପର୍ତି ଅଟ୍ଟ, ସହ ସମ୍ପାଦକ ସୁକାନ୍ତ କୁମାର ଜେନା, ମିଡିଆ ସଂଯୋଜକ ଭିକାରୀ ପୁଷ୍ଟି, ଉପଦେଷ୍ଟା ବିଜୟ କୁମାର ସାହୁ, ନାଚୁଣୀ ସ୍ଥିତ ଟୁଇଟ୍ ବାର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ସମ୍ପାଦକ ଶ୍ରୀ ସ୍ୱାଇଁ ଏକ ନିଆରା ଢଙ୍ଗରେ ନିଜ ସ୍ୱର୍ଗତ ପିତା ବିଶ୍ୱନାଥ ସ୍ୱାଇଁଙ୍କ ଶ୍ରାଦ୍ଧ ଦିବସକୁ ପୂଜ୍ୟପୂଜା ଏବଂ କୃତି ସମ୍ମାନର ପର୍ବ ରୂପେ ପାଳନ କରିଥିବାରୁ ଅତିଥି ମାନେ ତାଙ୍କୁ ସାଧୁବାଦ ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସ୍ୱାଇଁ ୨୨ ଜଣ ବରିଷ୍ଠ ନାଗରିକଙ୍କ ପଦ ପ୍ରକ୍ଷାଳନପୂର୍ବକ ମସ୍ତକରେ ଚନ୍ଦନ ତିଳକ ଲଗାଇବା ପରେ ଅତିଥିମାନେ ସେମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ସାମ୍ବାଦିକ ମନୋଜ ମୋହନ ବରାଳ, ଅଖିଳ କୁମାର ପଲାଇ, ସୁଧୀର କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ସୁଆର, ସଂଗ୍ରାମ କୁମାର ରଣା, ଦିଲ୍ଲିପ କୁମାର ସ୍ବାଇଁ (ପ୍ରମେୟ), ଦିଲ୍ଲିପ କୁମାର ସ୍ବାଇଁ (ଧରିତ୍ରୀ), ଦିଲ୍ଲିପ କୁମାର ଶତପଥୀ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ତାପରେ ସମାଜସେବୀ ଶରତ କୁମାର ସ୍ବାଇଁ, ବାଙ୍କନିଧିଦେବ ନାଟ୍ୟ ସଂସଦ ର ପରିଚାଳକ ଚନ୍ଦ୍ର ଶେଖର ପ୍ରଧାନ, ସଫଳ କୃଷକ ରବୀନ୍ଦ୍ର ପ୍ରଧାନ, ରାଜମିସ୍ତ୍ରୀ ବ୍ରଜ କିଶୋର ମହାରଣା ଏବଂ ଡଙ୍ଗା ନିର୍ମାତା ସଞ୍ଜୟ କୁମାର ମହାରଣାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା, ପ୍ରବନ୍ଧ, ବକ୍ତୃତା, ଗଳ୍ପ କଥନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ଅଞ୍ଚଳର ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ଯୁକ୍ତ ତିନି ପର୍ଯ୍ୟନ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ସ୍ବାଇଁ ସଂଯୋଜନା କରିଥିଲେ। ଅର୍ଜୁନ ସ୍ୱାଇଁ,ଝୁଲିଆ ସ୍ୱାଇଁ, ସହଦେବ ଜେନା, ଜଗନ୍ନାଥ ଖୁଣ୍ଟିଆ, ସୁକାନ୍ତି ଦେବୀ ଓ ବାସନ୍ତୀ ଖୁଣ୍ଟିଆ ଓ ଦେବେନ୍ଦ୍ର ସାମନ୍ତସି°ହାର ସହଯୋଗ କରିଥିଲେ।ପରିଶେଷରେ ବିଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଚିଲିକା ନାଚୁଣୀ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା ସ୍ମୃତିଚାରଣ ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.