Categories
ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ବର୍ଷାରେ ଭିଜାଇ ପୁରୀ ଅତିକ୍ରମ କଲା ଜୱାଦ, ସୋମବାରରୁ ପାଗ ଶୁଖିଲା ହେବା ସମ୍ଭାବନା

ଭୁବନେଶ୍ବର: ଦୁର୍ବଳ ହୋଇ ଅବପାତର ରୂପ ନେବା ପରେ ପୁରୀ ଅତିକ୍ରମ କରିଛି ଜଓ୍ବାଦ୍ । ବର୍ତ୍ତମାନ ଏହା ପଶ୍ଚିମବଂଗ ଏବଂ ବାଙ୍ଗଲାଦେଶ ଆଡକୁ ମୁହାଁଇଚି। ପାଣିପାଗ ସୂଚନା ଅନୁସାରେ ଆଜି ମଧ୍ୟରାତ୍ରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ ଜୱାଦ। ତେବେ ଏହାର ପ୍ରଭାବରେ  ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ।

ସେଥିପାଇଁ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଜୱାଦ ପ୍ରଭାବରେ ଶନିବାର ରାତିରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆଜି ସକାଳୁ ଓଡିଶାର ପାଗ ପୁରା ମେଘୁଆ ରହି ପ୍ରବଳ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି, ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିମି ବର୍ଷା ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅବପାତର ପ୍ରଭାବ କମି ନଥିବାରୁ ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇ ଥିବା ଭୁବନେଶ୍ବର ପାଣିପାଗ ତରଫରୁ କୁହାଯାଇଛି। ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ । ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ। ହେଲେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ନଭେମ୍ବର ୧୬ ତାରିଖରୁ ଖୋଲିବ ସମସ୍ତ ସ୍କୁଲ କଲେଜ, ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

କୋଲକାତା: ଆସନ୍ତା ନଭେମ୍ବର ୧୬ ତାରିଖରୁ ସମସ୍ତ କଲେଜ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଂଗ ସରକାର ଗତକାଲି ରାତିରେ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଏ ନେଇ ଆଜି ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ନଭେମ୍ବର ୧୬ ତାରିଖରୁ ପୂର୍ବପରି ଯେପରି କ୍ଲାସରେ ପାଠ ପଢାଯାଉଥିଲା ସେହିପରି ପାଠ ପଢାଯିବ। ତେବେ କୋଭିଡ କଟକଣାକୁ ମାନି ଏହି କ୍ଲାସ କରାଯିବ। ସେଥିପାଇଁ କଲେଜ କିମ୍ବା ସ୍କୁଲ କର୍ତ୍ତପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ।

ଯେହେତୁ ୨୦ ମାସ ଧରି ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା, ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗଦେବେ। ଏଥିସହିତ ଜିଲ୍ଲପାଳମାନଙ୍କୁ ମଧ୍ୟ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନଭେମ୍ବର ୧୬ ତାରିଖରେ ଶିକ୍ଷାନୁଷ୍ଠାନ ଖୋଲିବା ଉପଯୁକ୍ତ ବୋଲି ନିଶ୍ଚିତ କରିବେ।

ସେହିପରି ରେଳ ଏବଂ ବସ ସେବାରେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦେବା ପାଇଁ ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ଯାତାୟତ ପାଶ ବ୍ୟବସ୍ଥା କରିବାକୁ ମଧ୍ୟ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି। ଏହି ନିର୍ଦ୍ଦେଶନାମା ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯାଇଛି।

ଗତ ସୋମବାର ଦିନ ସିଲିଗୁଡିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ନଭେମ୍ବର ୧୬ ତାରିଖରେ ଖୋଲିବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରି ଗତକାଲି ନିର୍ଦ୍ଦେଶନାମା ଜାରୀ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

BREAKING: ପଶ୍ଚିମବଂଗର ନିର୍ବାଚନ ପରବର୍ତ୍ତି ହିିଂସାକୁ ସିବିଆଇ କରିବ ତଦନ୍ତ

କୋଲକାତା, ଆଜି କୋଲକତା ଉଚ୍ଚ ନ୍ୟାୟଳୟ ଏକ ବଡ ରାୟ ପ୍ରକାଶ କରିଛନ୍ତି। ତାହା ହେଲା ପଶ୍ଚିମବଂଗରେ ନିର୍ବାଚନ ପରେ ହୋଇଥିବା ହିଂସାକାଣ୍ଡ ଓ ଧର୍ଷଣ ଉପରେ ସିବିଆଇ ତଦନ୍ତ କରିବ। ଏ ନେଇ ଆଜି ଉଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାୟରେ କୁହାଯାଇଛି ଯେ, ଏହି ତଦନ୍ତ ଚଳିତ ବର୍ଷ ମେ ମାସ ପରଠାରୁ ହୋଇଥିବା ହତ୍ୟାକାଣ୍ଡ, ଧର୍ଷଣ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଉପରେ ତଦନ୍ତ କରିବ। ଏହି ତଦନ୍ତ ହାଇକୋର୍ଟ ତତ୍ବାବଧାନରେ ହେବ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି।

ଆଜି କୋର୍ଟର ପାଞ୍ଚ ଜଣିଆ ବେଞ୍ଚ ଏହାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।