Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ ତଟରକ୍ଷୀ ବାହିନୀ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଛନ୍ତି। ଏହି ଡଙ୍ଗାରେ ୧୦ ଜଣ ପାକିସ୍ତାନୀ ଥିଲେ। ଆଇସିଜି ଏହି ଡଙ୍ଗାରୁ ୪୦ କିଲୋଗ୍ରାମ ଡ୍ରଗ୍ସ ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏହି ଡ୍ରଗ୍ସର ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇସିଜି କହିଛି ଯେ, ଏହି ଅପରେସନ୍ ଡିସେମ୍ବର୨୫ ତାରିଖ ଏବଂ ୨୬ ତାରିଖ ରାତିରେ କରାଯାଇଥିଲା।

ଆଇସିଜି ଅଧିକାରୀ କହିଛନ୍ତି ଯେ, ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବାର ଗୁଜୁରାଟ ଏଟିଏସକୁ ସୂଚନା ମିଳିଥିଲା। ଏହା ପରେ ଡିସେମ୍ମ୍ବର ୨୫ ତାରିଖ ଏବଂ ୨୬ ତାରିଖ ରାତିରେ ଏକ ଅପରେସନ୍ କରାଯାଇଥିଲା, ଯେଉଁଥିରେ ଆଇଜିସି ଏହାର ଜାହାଜ ଅରିଞ୍ଜୟକୁ ପାକିସ୍ତାନ ସହିତ ସାମୁଦ୍ରିକ ସୀମାରେ ନିୟୋଜିତ କରିଥିଲା।

ଏହା ପରେ ଅଲ ସୋହେଲି ନାମକ ଏକ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାକୁ ଅଟକାଯାଇଇଥିଲା। ଯେତେବେଳେ ଯାଞ୍ଚ କରାଯାଇଥିଲା, ସେଥିରୁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ୪୦କିଲୋଗ୍ରାମ ନିଶା ସାମଗ୍ରୀ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୪୦୦ କୋଟି ମୂଲ୍ୟର ହିରୋଇନ, ୬ ଚାଲାଣକାରୀ ଗିରଫ

ନୂଆଦିଲ୍ଲୀ: ଆଜି ଗୁଜୁରାଟରେ ଏଟିଏସ୍ ଏବଂ କୋଷ୍ଟଗାର୍ଡର ମିଳିତ ମିଳିତ ଅପରେସନ୍ ରେ ୭୭ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଏହି ମାମଲାରେ ୬ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇଛି। କ୍ରୁ ସଦସ୍ୟମାନେ ପାକିସ୍ତାନୀ ଡଙ୍ଗା ଅଲ ହୁସେନିରେ ଥିଲେ ଏବଂ ସେମାନେ କରାଚିର ବାସିନ୍ଦା ବୋଲି ଜଣାପଡିଛି। ଗୁଜୁରାଟର ଡିଜିପି ଆଶିଷ ଭାଟିଆ ଏନେଇ ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି। ଏହି ହିରୋଇନ୍ ବିକ୍ରୟ କରିବାକୁ ସେମାନେ ଯୋଜନା କରୁଥିଲେ।