Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରବଳ ବର୍ଷିବ, ବଙ୍ଗୋପ ସାଗରରେ ଗୋଟିଏ ଘୂର୍ଣ୍ଣି ବଳୟ ସହ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣ ବଳୟ ସୃଷ୍ଟି ହୋଇଛି, ଯାହା ଫଳେରେ ଆଜିଠାରୁ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଏହି ବର୍ଷାର ପ୍ରକୋପ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି। କାରଣ ପଶ୍ଚିମ କେନ୍ଦୀୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ପ୍ରଦାନ କରାଯାଇଛି। ଏଥିସହିତ ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 9 ତାରିଖ ଯାଏଁ ବର୍ଷା ଲାଗି ରହିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଏସ୍‌ଆରସି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା 9ତାରିଖ ଯାଏଁ ବର୍ଷା ଲାଗି ରହିବ । ଆସନ୍ତା ଦୁଇରୁ ତିନ ଦିନ ପର୍ଯ୍ୟନ୍ତ କୋହଲା ପାଗରୁ ନିସ୍ତାର ମିଳିବ ନାହିଁ। ଆସନ୍ତା 10 ତାରିଖ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।  ଏହାପରେ ଶୀତ ବଢିବ ବୋଲି ସମ୍ଭାବନା ରହିଛି ।  ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି । 30ରୁ 40 କିମି ବେଗରେ ପବନ ବହିବ । ବର୍ଷା ସହ  କୁଆପଥର ପଡ଼ିବା ସମ୍ଭାବନା  ରହିଛି । ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା 24ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସେହିପରି ବର୍ଷା ଓ ଘଡଘଡିକୁ ନେଇ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍‌ଆରସି ଚିଠି ଦେଇଛନ୍ତି ।