Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୂରିୟା ରାଓ

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୁରିୟା ରାଓ। ସେ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବରର ଶଙ୍ଖ ଭବନରେ ସେ ଶଙ୍ଖ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇଥିଲେ। ସେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

କେ ସୂରିୟା ରାଓ ପାରଳାଖେମୁଣ୍ଡିରେ ୨୦୧୪ ରେ କଂଗ୍ରେସ ବିଧାୟକ ଥିଲେ। ବିଜେଡିରେ ମିଶିବା ପରେ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆକର୍ଶିତ ହୋଇ ବିଜେଡିରେ ସାମିଲ ହେଲି।

Categories
ଆଜିର ଖବର ରାଜ୍ୟ ଖବର

୯୫ ବର୍ଷ ବୟସ୍କା ମହିଳାଙ୍କୁ ସହାୟ ହେଲା ଡାକ ବିଭାଗ: ଏଣିକି ଘରେ ବସି ପାଇବେ ପେନ୍ସନ୍

ଭୁବନେଶ୍ଵର: ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ ଏକ ପରିବାରର ୯୫ ବର୍ଷ ବୟସ୍କା ମହିଳାଙ୍କୁ ସାଇକେଲ ରିକ୍ସାରେ ନିଆଯାଇ ବୃଦ୍ଧାବୃଦ୍ଧ ପେନ୍‌ସନ୍‌ ସଂଗ୍ରହ କରିଥିଲେ। ଏହି ମହିଳା ଜଣକ ଗତ ତିନିମାସ ଧରି ତାଙ୍କ ପେନ୍ସନ୍ ପାଇନଥିଲେ। ଗାଡି ଭଡା କରିବାକୁ ଟଙ୍କା ନ ଥିବାରୁ ଲାବଙ୍ଗା ଗୟାଙ୍କ ପରିବାର ସଦସ୍ୟ ତାଙ୍କୁ ଟ୍ରଲିରେ ବ୍ୟାଙ୍କକୁ ନେଇ ଯାଇଥିଲେ।

ବ୍ୟାଙ୍କ ତାଙ୍କୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଯିବା ପାଇଁ ପରାମର୍ଶ ଦେଇଥିଲା। ଏହିଭଳି ତିନି ଚାରିଥର ଦୌଡିବା ଦ୍ୱାରା ତାଙ୍କୁ ତାଙ୍କର ପେନସନ ବ୍ୟାଙ୍କ ରୁ ମିଳିଥିଲା। ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଏହି ଖବର ଶୁଣିବାପରେ ଗତକାଲି ତାଙ୍କ ଘରେ ପହଞ୍ଚି ଶୂନ୍ୟ ବାଲାନ୍ସ ଯୁକ୍ତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ।

ବର୍ତ୍ତମାନ ଲାବଙ୍ଗା ଗୟା ପ୍ରତି ମାସରେ ବ୍ୟାଙ୍କ ଦୌଡିବା ପରିବର୍ତ୍ତେ ନିଜ ଘରେ ରହି ପେନ୍ସନ୍ ପାଇବାକୁ ସକ୍ଷମ ହେବେ। ପାଖରେ ରହୁଥିବା ତାଙ୍କ ଝିଅ ଡାକ ବିଭାଗର ଏହି ସେବା ସୁବିଧା ପ୍ରଦାନ ପାଇଁ ଡାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଖୁଣ୍ଟକୁ ପିଟିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀ କାଳୁଆ ଛକରେ ଏକ ଯାତ୍ରୀବାହୀ ବସ୍ (ଇସ୍ପାତ) ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଛି। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ଵର ଯାଉଥିବା ଉକ୍ତ ବସ୍ ଉକ୍ତ ଦୁର୍ଘଟଣା ସ୍ଥାନରେ ଦଣ୍ଡୁଆ ଦଳ ପାର ହେଉଥିବା ଦେଖି ଡ୍ରାଇଭର ନିଜକୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ବସ୍ କୁ ଉଦ୍ଧାର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଳିଆଗଦାରେ ପଡ଼ିଛି ଶତାଧିକ ସ୍ବାସ୍ଥ୍ୟ ବୀମା କାର୍ଡ

ଗଜପତି: ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସର ଅଳିଆଗଦାରେ (ପାରଳାଖେମୁଣ୍ଡି) ଜାତୀୟ ସ୍ବାସ୍ଥ୍ୟ ବିମା ଯୋଜନାର ଶତାଧିକ କାର୍ଡ୍ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହି ସବୁ କାର୍ଡ ହିତାଧିକାରୀ ମୋହନା ଅଞ୍ଚଳର ବୋଲି ଉଲ୍ଲେଖ ଅଛି। କିନ୍ତୁ ଏତେ ସଂଖ୍ୟକ କାର୍ଡ କିଏ ଓ କାହିଁକି ଏଠି ଫୋପାଡିଛି ତାହା ସନ୍ଦେହ ଘେରରେ ରହିଛି।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ: ଆଜିଠାରୁ ରାଜ୍ୟରେ ବଢିବ ତାତି, ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା

ଭୁବନେଶ୍ବର: ଆଜି ରାଜ୍ୟରେ ତାପମାତ୍ରା ଆହୁରି ଅଧିକ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଆଜି ଓଡ଼ିଶାର ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଫଳରେ କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ପାଖାପାଖି ହେବ ବୋଲି ଅନୁମାନ କରାଯାଇଛି।

ଗତକାଲି ବୌଦ୍ଧ ଏବଂ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପାମାତ୍ରା ଅନୁଭୂତ ହୋଇଥିଲା। ଏହି ଦୁଇ ସହରର ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ରହିଥିଲା। ସେହିପରି ଭୁବନେଶ୍ବରରେ ସର୍ବାଧିକ ତାତି ୪୦.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏହା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ଆଉ ଜଣେ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି: ଆଜି ଆଉ ଜଣେ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଭିଜିଲାନ୍ସ ଧରିଛି। ଜଣେ ଶିକ୍ଷକଙ୍କ ଏରିଅର ବିଲ କରେଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶ୍ରୀ ନାୟକ ଧରାପଡିଛନ୍ତି। ବର୍ତ୍ତମାନ ଏହି ଶିକ୍ଷା ଅଧିକାରୀଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।

Categories
ଆଞ୍ଚଳିକ

ପାରଳାଖେମୁଣ୍ଡିଠାରେ ପରିବାର ଅଦାଲତ ଉଦ୍‌ଘାଟିତ

ଭୁବନେଶ୍ୱର: ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍‌. ମୂରଲୀଧର ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ପରିବାର ଅଦାଲତ ଉଦ୍‌ଘାଟନ କରିଛନ୍ତି । ସେଠାରେ ଏକ ପରିବାର ଅଦାଲତ ସ୍ଥାପନ ଯୋଗୁଁ ଜନସାଧରଣଙ୍କର ବହୁ ପ୍ରତିକ୍ଷିତ ସ୍ୱପ୍ନ ସାକାର ହୋଇଛି। ଏହି ଭର୍ଚୁଆଲ ଉଦ୍‌ଘାଟନ ଉତ୍ସବରେ ଜଷ୍ଟିସ୍‌ ବି.ଆର୍‌.ଷଡ଼ଙ୍ଗୀ, ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକ ଏବଂ ଜଷ୍ଟିସ୍‌ ଏ.କେ. ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ ।

ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍‌ ଶ୍ରୀ ଏସ୍‌. ପୂଜାହାରି ଏବଂ ମାନ୍ୟବର ଜଷ୍ଟିସ୍‌ ଶ୍ରୀ ଅରିନ୍ଦମ ସିହ୍ନା, ମାନ୍ୟବର ଜଷ୍ଟିସ ଶ୍ରୀ ଏସ୍‌.କେ.ପାଣିଗ୍ରାହୀ ଏବଂ ମାନ୍ୟବର ଜଷ୍ଟିସ ଶ୍ରୀ ଶଶିକାନ୍ତ ମିଶ୍ର ଏହି ଭର୍ଚୁଆଲ ଉତ୍ସବରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିଶ୍ୱଜିତ୍‌ ମହାନ୍ତି ରେଜିଷ୍ଟା୍ରର ଏବଂ ହାଇକୋର୍ଟ ରେଜିଷ୍ଟ୍ରୀର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଜଜ୍‌ ସତ୍ୟପି୍ରୟ ମିଶ୍ର, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ପୋଲିସ ଏସ୍‌.ପି. ଶ୍ରୀ ଜୟରାମ ଶତପଥୀ ଓ ଜିଲ୍ଲା ବାର୍‌ ଆସୋସିଏସନ ଏବଂ ସେକ୍ରେଟାରୀ ବାର୍‌ ଆସୋସିଏସନ୍‌ ଏହି ଭର୍ଚୁଆଲ ଉତ୍ସବରେ ଉପସ୍ଥିତ ଥିଲେ ।

Categories
ଫଟୋ ଖବର

ପାରଳାରେ ଥିବା ପ୍ରାଚୀନ ହନୁମାନ ଦେଉଳ ଯାହାକୁ ଗଜପତି ପ୍ରତାପରୁଦ୍ର ନିର୍ମାଣ କରିଥିଲେ

ପାରଳାରେ ଥିବା ପ୍ରାଚୀନ ହନୁମାନ ଦେଉଳ ଯାହାକୁ ଗଜପତି ପ୍ରତାପରୁଦ୍ର ନିର୍ମାଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର/ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମେଡ଼ିକାଲ୍ ଛକ ଠାରୁ ପୁରୁଣାପାଟଣା ଯାଉଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଦୁଇଟି ନାଳ ରହିଛି। ଏହି ନାଳରେ ସହରର ପ୍ରାୟ ୩ଟି ୱାର୍ଡ଼ର ମଇଳା ପାଣି ଆବର୍ଜନା ସବୁ ଏହି ଡ଼୍ରେନରେ ଆସି ୧୫ ନଂ ୱାର୍ଡ଼ର କାମାକ୍ଷୀ ନଗର, ସତ୍ୟସାଇ ନଗର, ଶ୍ରୀଧର ନଗର, ମହେନ୍ଦ୍ର ନଗର, ଗଜପତି ନଗର, ରାଧାକୃଷ୍ଣ ନଗର, ମହେନ୍ଦ୍ର ତନେୟା ନଗର ପ୍ରଭୃତି ଅଂଚଳରେ ଡ଼୍ରେନ୍‌ଗୁଡ଼ିକରେ ଜମି ରହି ପାଣି ନିଷ୍କାସିତ ହୋଇପାରୁନାହିଁ। ଏହା ଦ୍ୱାରା ଏ ଅଂଚଳରେ ବିଭିନ୍ନ ମଶାମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଏ ଅଂଚଳରେ ଡ଼େଙ୍ଗୁ, ମ୍ୟାଲେରିଆ ବ୍ୟାପିବାରେ ଲାଗିଛି।

ମେଡ଼ିକାଲ୍ ଛକଠାରୁ ପୁରୁଣା ପାଟଣା ରାସ୍ତାରେ ଦୁଇଟି ବାର ରେଷ୍ଟୁରାଣ୍ଟ ରହିଥିବା ଯୋଗୁଁ ଏହି ଡ଼୍ରେନ୍‌ରେ ମଦ ବୋତଲଠାରୁ ଆରମ୍ଭ କରି ମଦ ପିଇବା ଗ୍ଲାସ, ପାଣି ବୋତଲ ପ୍ରଭୃତି ଭତ୍ତି ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ହୋଟେଲ୍‌, ଜଳଖିଆ ଦୋକାନ ଓ ପରିବା ଦୋକାନ, ଚା’ ଦୋକାନ ପ୍ରଭୃତିରୁ ବାହାରୁଥିବା କୁଢ଼ କୁଢ଼ ମଇଳା ଡ଼୍ରେନ ପାଣିରେ ଭାସି ଆସି ସାହିଗୁଡ଼ିକର ଆରମ୍ଭ ଓ ଶେଷରେ ଜମା ହୋଇ ପରିବେଶକୁ ଅତ୍ୟନ୍ତ ପୂତି ଗନ୍ଧମୟ କରି ପକାଉଛି। ରାସ୍ତାର ଉଭୟ ପାଶ୍ୱର୍ରେ ହୋଇଥିବା ଡ଼୍ରେନ୍‌ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଉନଥିବାରୁ ଡ଼୍ରେନ ପାଣି ନିଷ୍କାସନ ହୋଇପାରୁନାହିଁ।

ଏ ଅଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ପୌରପରିଷଦ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ। ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ସଫେଇ ଓ ସ୍ୱରେଜ ବ୍ୟବସ୍ଥା ପାଇଁ ପୌର ପରିଷଦ ଗୁଡ଼ିକୁ ବ୍ୟାପକ ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ମିଳୁôଥବା ଅର୍ଥ ବାଟମାରଣା ହେଉଥିବା ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରୁଛନ୍ତି ଏ ଅଂଚଳର ଜନସାଧାରଣ। ଏ ସବୁ ଦିଗରେ ପୌରପରିଷଦ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ତିନି ଦିନ ପାଇଁ ସଟଡାଉନ ହେଲା ପାରଳାଖେମୁଣ୍ଡି ସହର, ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାପାଳ ଆଜି ପାରଳାଖେମୁଣ୍ଡି ସହରରୁ 3 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର, ଶନିବାର ଓ ରବିବାର ଦିନ ସହର ସଟଡାଉନ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ପାରଳାଖେମୁଣ୍ଡି ସହରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ। 60ଟି ମେଡିକାଲ ଟିମ୍ ଦ୍ବାରା ସହରରେ ସ୍କ୍ରିନିଂ କରାଯିବ।

ପାରଳାଖେମୁଣ୍ଡି ଏକ ସୀମାନ୍ତ ସହର ହୋଇଥିବାରୁ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଏଠାରୁ ରାସ୍ତା ସଂଯୋଗ ରହିଛି। ତେଣୁ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତ୍ରି। ଗଜପତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 521 ଥିବା ବେଳେ 362 ଜଣ ସୁସ୍ଥ ହୋଇଛନ୍ତି ଏବଂ 158 ଜଣ ଆକ୍ଟିଭ କେସ୍ ରହିଛି। ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନ ପାଇଁ ପାରଳାଖେମୁଣ୍ଡି ସହର ସଟ୍‌ଡାଉନ୍‌

ପାରଳାଖେମୁଣ୍ଡି : ତିନିଦିନ ପାଇଁ ପାରଳାଖେମୁଣ୍ଡି ସହରକୁ ସଟ୍‌ଡାଉନ୍‌ ଘୋଷଣା କଲେ ଗଜପତି ଜିଲ୍ଲାପାଳ । 28 ତାରିଖରୁଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ । କେବଳ ଜରୁରୀ ମେଡ଼ିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି । କରୋନା ଲକ୍ଷଣ ଯାଞ୍ଚ ପାଇଁ 40 ମେଡ଼ିକାଲ ଟିମ୍‌ କାର୍ଯ୍ୟ କରିବେ। ସଟ୍‌ଡାଉନ୍‌ ସମୟରେ  ଜନସାଧାରଣଙ୍କୁ ସହଯୋଗ ପାଇଁ ଟୁଇଟ୍‌ ଯୋଗେ ଜିଲ୍ଲାପାଳ ନିବେଦନ କରିଛନ୍ତି । କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ । ଗୋଷଣୀ ଓ ଗୁମ୍ମା, ବ୍ଲକ ମଧ୍ୟ ସଟ୍‌ଡାଉନ୍‌ ରହିବ। ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରକୁ 4 ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି ।