Categories
ଆଜିର ଖବର ରାଜ୍ୟ ଖବର

ସଟ୍‌ ଡାଉନ୍‌ରେ ବନ୍ଦ ରହିବ ପାର୍କ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ତରଫରୁ ଅନଲକ୍ 1.0ରେ ଜାରି କରାଯାଇଥିବା ନୂତନ ଗାଇଡ୍‌ ଲାଇନ୍‌ ଅନୁସାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ 11ଟି ଜିଲ୍ଲା ସଟ୍‌ ଡାଉନ୍‌ ରହିବ । ଏହି ସମୟରେ ପାର୍କ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସୂଚନା ରହିଛି ।

ସେହିପରି ବିଏମ୍‌ସି ଅଧୀନ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ 5ଟାରୁ ସକାଳ 10 ଘଟିକା ପର୍ଯ୍ୟନ୍ତ ପାର୍କଯ ଖୋଲାରିବ ।ସେହିପରି ଅପରାହ୍ନ 4ରୁ ସନ୍ଧ୍ୟା 6 ଯାଏଁ ଖୋଲିବ ପାର୍କ । ସେହିପରି 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସକାଳ 5ଟାରୁ 7ଟା ଯାଏଁ ପାର୍କ ଯିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ଅନ୍ୟ ବୟସର ଲୋକଙ୍କ ପାଇଁ ପାର୍କ ଯିବାକୁ ବାରଣ କରାଯାଇଛି । ସକାଳ 5ଟାରୁ ସକାଳ 7ଟା ବ୍ୟତୀତ ଅନ୍ୟ ସମୟରେ ବୟସ୍କ ଲୋକଙ୍କ ପାର୍କ ଯିବାକୁ ବାରଣ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ଦ୍ବୈତନଗରୀରେ ବନ୍ଦ ରହିବ ସମସ୍ତ ପାର୍କ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି । କରୋନା ସତର୍କତା ପାଇଁ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନା ସତର୍କତା ପାଇଁ ମଲ୍‌, ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍‌ଟ, ହୋଟେଲ୍‌, ବାର୍‌, କଫି ସଫ୍‌ ଇତ୍ୟାଦିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏବେ ପାର୍କ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଦ୍ବୈତନଗରୀ ଭୁବନେଶ୍ବର ଏବଂ କଟକରେ ବନ୍ଦ ରହିବ ସବୁ ପାର୍କ । ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ସୂଚନା ରହିଛି । ଆସନ୍ତାକାଲିଠାରୁ 31 ପର୍ଯ୍ୟନ୍ତ ସମସ୍ତ ପାର୍କ ବନ୍ଦ ରହିବ । କରୋନା ମୁକାବିଲା ନେଇ ପାର୍କ ବନ୍ଦ କଲା ବିଏମସି, ସିଏମସି । ପୂର୍ବରୁ ସହରାୟ୍ଚଳରେ  ଥିବା ସମସ୍ତ ପାର୍କକୁ ଦିନ ଦୁଇଟା ପରେ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।