Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

କଲରା ତରକାରୀ ରାନ୍ଧିବା ପୂର୍ବରୁ ଅନୁସରଣ କରନ୍ତୁ ଏହି ଉପାୟ, ଲାଗିବନି ପିତା

ଜୀବନ ଶୈଳୀ: ସୁସ୍ଥ ପନିପରିବାରେ ମଧ୍ୟରେ କଲରା ଅନ୍ତର୍ଭୁକ୍ତ। ଏହାର ପିତା ଗୁଣ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ କିଛି ଲୋକ କଲରା ପିତା ହେତୁ ଏହାକୁ ଖାଆନ୍ତି ନାହିଁ। ବିଶେଷକରି ପିଲାମାନେ କଲରା ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ତେଣୁ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଆଜି ଆମେ ଆପଣଙ୍କୁ କଲରାର ପିତାକୁ ଦୂର କରିବା ପାଇଁ କିଛି ଟିପ୍ସ କହୁଛୁ।  ସେଗୁଡିକୁ ଅନୁସରଣ କରିବା ପରେ, କଲରା ଆଦୌ ପିତା ଅନୁଭବ କରିବେ ନାହିଁ।

୧- ଏହାର ଚୋପାକୁ ଭଲଭାବେ ଚାଞ୍ଛି ଦିଅନ୍ତୁ: ସର୍ବପ୍ରଥମେ କଲରାକୁ ଭଲଭାବେ ଚାଞ୍ଚି ଦିଅନ୍ତୁ। କଲରାରୁ ପିତା ଦୂର କରିବା ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ। କଲରାର ପୁରା ଚୋପାକୁ ବାହାର କରନ୍ତୁ। ଏହା ସବୁଠାରୁ ପିତା ଅଟେ। ଆପଣ ଚାହିଁଲେ ସେଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଚୋପାକୁ ଟିକେ ଲୁଣ ପକାଇ ଖରାରେ ଶୁଖାନ୍ତୁ। ଏବେ ଏହାକୁ ମସଲା ସହିତ ଭାଜନ୍ତୁ।

୨- ମଞ୍ଜି କାଢିଦିଅନ୍ତୁ: କଲରାର ପିତାକୁ ଦୂର କରିବାର ଅନ୍ୟ ଏକ ଉପାୟ ହେଉଛି କାଟିବାବେଳେ ଏହାର ସମସ୍ତ ମଞ୍ଜି ବାହାର କରିଦେବା। କଲରା ମଞ୍ଜିରେ ମଧ୍ୟ ପିତା ଥାଏ। କିଛି ଲୋକ କଲରା ମଞ୍ଜି ପାଇବାକୁ ପସନ୍ଦ କରନ୍ତି ନାହିଁ। ଏହି ଉପାୟରେ ଆପଣ ମଞ୍ଜି ବାହାର କରିପାରିବେ।

୩- ଲୁଣ ପକାଇ ରଖନ୍ତୁ: କଲରା ତରକାରୀ ତିଆରି କରିବା ପୂର୍ବରୁ ଏଥିରେ ଲୁଣ ମିଶାଇ ରଖନ୍ତୁ ଏବଂ ଏହାକୁ କିଛି ସମୟ ରଖନ୍ତୁ, ଏହା ଦ୍ଵାରା ପିତା ଦୂର କରିହେବ। ପ୍ରାୟ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଲୁଣ ସହିତ କଲରାକୁ ରଖନ୍ତୁ। ଏହା ପରେ କଲରାକୁ ଧୋଇ ଦିଅନ୍ତୁ।  ବର୍ତ୍ତମାନ ଆପଣଙ୍କର କଲରା ପିତା ହେବ ନାହିଁ।

୪- ଦହି ବ୍ୟବହାର କରନ୍ତୁ: କଲରାର ପିତାକୁ ଦୂର କରିବା ପାଇଁ ଆପଣ ଦହି ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ କଲରାକୁ ଛୋଟ ଛୋଟ ଖଣ୍ଡ କରି କାଟି ୧ ଘଣ୍ଟା ଦହି ସହିତ ରଖନ୍ତୁ। ଏହା ଦ୍ୱାରା କଲରାର ପିତା ଦୂର ହୋଇଯିବ ଏବଂ ଏହାକୁ ଦହିରୁ ବାହାର କରିସାରିବା ପରେ, କଲରାକୁ ରାନ୍ଧନ୍ତୁ।

୫- ପିଆଜ ଏବଂ ପାନମଧୁରୀ: ଯଦି ଆପଣ କଲରା ତରକାରୀ ତିଆରି କରୁଛନ୍ତି, ତେବେ ସେଥିରେ ପିଆଜ ଏବଂ ପାନମଧୁରୀ ବ୍ୟବହାର କରନ୍ତୁ। ଏହା ତରକାରୀର ପିତାକୁ ଦୂର କରିବ। ପ୍ରଥମେ ତେଲରେ ପାନମଧୁରୀ ପକାଇ ତା’ପରେ ପିଆଜକୁ ଟିକେ ବଡ଼ କରି କାଟି କଡେଇରେ ପକାନ୍ତୁ।  ଏହାପରେ କଲରା ଏବଂ ଲୁଣ ପକାଇ ଭାଜନ୍ତୁ। ଏହା ତରକାରୀକୁ ଆଦୌ ପିତା କରିବ ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତାନ୍ତ୍ରିକର କଥାରେ ପଡି ପାଞ୍ଚ ସନ୍ତାନର ହତ୍ୟା କଲା ପିତା

ଜିନ୍ଦ : ହରିୟାଣାର ଜିଲ୍ଲା ଜିନ୍ଦ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଦିଡ୍‌ଓ୍ବାଡା ଗ୍ରାମରେ ଜଣଷ ପିତା ତାନ୍ତ୍ରିକର କଥାରେ 5 ବର୍ଷରେ ନିଜର 5ଟି ସନ୍ତାନର ହତା କରିଛି । ଜୁଲାଇ 17 ତାରିଖରେ ଏହି ଗ୍ରାମରୁ ଦୁଇ ଝିଅ ଗାଏବ ହୋଇଥିଲେ । ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଜଣକ ଏହି ଗ୍ରାମର ଜୁମ୍ମା ବୋଲି ସୂଚନା ରହିଛି । ଜୁମ୍ମା ଜଣେ ତାନ୍ତ୍ରିକର କଥାରେ ଏପରି ବୀଭତ୍ସ କାଣ୍ଡ ଘଟାଇଥିବାର ଜଣାପଡିଛି । ମରିଥିବା ସମସ୍ତ ସନ୍ତାନଙ୍କର ବୟସ 11 ବର୍ଷରୁ କମ୍‌ ରହିଛି । ଏଥିରେ ତିନିଜଣ ଝିଅ ଓ ଦୁଇ ଜଣ ପୁଅ ରହିଛନ୍ତି । ପୂରା ମାମଲା ସାମ୍ନାକୁ ଆସିବା ପରେ ବ୍ୟକ୍ତି ଜଣକ ପଞ୍ଚାୟତ ସାମ୍ନାରେ ଅପରାଧ ସ୍ବୀକାର କରି  କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ପୋଲିସ୍‌ ଅଭିଯୁକ୍ତ ଗିରଫ କରି ଏହି ଘଟଣାରେ ଆଉ କିଏ କିଏ ସାମିଲ୍‌ ରହିଛନ୍ତି ତାହା ନେଇ ତଦନ୍ତ ଆରମ୍ଭ କରୁଛି । (ଏଜେନ୍ସି)