ତାନ୍ତ୍ରିକର କଥାରେ ପଡି ପାଞ୍ଚ ସନ୍ତାନର ହତ୍ୟା କଲା ପିତା

Published: Jul 24, 2020, 12:49 pm IST

ଜିନ୍ଦ : ହରିୟାଣାର ଜିଲ୍ଲା ଜିନ୍ଦ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଦିଡ୍‌ଓ୍ବାଡା ଗ୍ରାମରେ ଜଣଷ ପିତା ତାନ୍ତ୍ରିକର କଥାରେ 5 ବର୍ଷରେ ନିଜର 5ଟି ସନ୍ତାନର ହତା କରିଛି । ଜୁଲାଇ 17 ତାରିଖରେ ଏହି ଗ୍ରାମରୁ ଦୁଇ ଝିଅ ଗାଏବ ହୋଇଥିଲେ । ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଜଣକ ଏହି ଗ୍ରାମର ଜୁମ୍ମା ବୋଲି ସୂଚନା ରହିଛି । ଜୁମ୍ମା ଜଣେ ତାନ୍ତ୍ରିକର କଥାରେ ଏପରି ବୀଭତ୍ସ କାଣ୍ଡ ଘଟାଇଥିବାର ଜଣାପଡିଛି । ମରିଥିବା ସମସ୍ତ ସନ୍ତାନଙ୍କର ବୟସ 11 ବର୍ଷରୁ କମ୍‌ ରହିଛି । ଏଥିରେ ତିନିଜଣ ଝିଅ ଓ ଦୁଇ ଜଣ ପୁଅ ରହିଛନ୍ତି । ପୂରା ମାମଲା ସାମ୍ନାକୁ ଆସିବା ପରେ ବ୍ୟକ୍ତି ଜଣକ ପଞ୍ଚାୟତ ସାମ୍ନାରେ ଅପରାଧ ସ୍ବୀକାର କରି  କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ପୋଲିସ୍‌ ଅଭିଯୁକ୍ତ ଗିରଫ କରି ଏହି ଘଟଣାରେ ଆଉ କିଏ କିଏ ସାମିଲ୍‌ ରହିଛନ୍ତି ତାହା ନେଇ ତଦନ୍ତ ଆରମ୍ଭ କରୁଛି । (ଏଜେନ୍ସି)

Related posts