Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସନ୍ତାନମାନଙ୍କୁ କିପରି ପାଳନ କରିବେ?: ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଅଦ୍ଭୁତ ଉପଦେଶ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି।

ସେହିପରି ବାପାମା ନିଜ ସନ୍ତାନକୁ କିପରି ପାଳନ କରିବେ ସେ ନେଇ ଅଦ୍ଭୁତ ଉପଦେଶ ଚାଣକ୍ୟ ଦେଇଛନ୍ତି। ଯାହା ପ୍ରତିଟି ପିତାମାତା ଜାଣିବା ଉଚିତ। ସେ କହିଛନ୍ତି ଯେ, ପିଲାଙ୍କୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ନେହ ପ୍ରଦାନ କରିବେ। ଏହାପରେ ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶାସନ କରିବା ଉଚିତ।

ଷୋହଳ ବର୍ଷ ବୟସ ପରେ ତାହା ସହିତ ମିତ୍ରତା ବ୍ୟବହାର ପ୍ରଦାନ କରିବେ। ଏହାଦ୍ବାରା ଶିଶୁଟି ପିଲାଟି ଦିନରୁ ବାପାମାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପରିଲକ୍ଷିତ ହେବ। ପିଲାଟି ବୟସ ହେବା ପରେ ତାହାକୁ ଯଦି ଶାସନ କରିବେ ତେବେ ସେ ତାହା ଗ୍ରହଣ କରିବ ନାହିଁ। ସେଥିପାଇଁ କେଉଁ ବୟସରେ ପିଲାମାନଙ୍କ ପ୍ରତି କଣ କରିବା ଉଚିତ ତାହା ସୁନ୍ଦର ଭାବ ଚାଣକ୍ୟ ବର୍ଣ୍ଣନା କରିଛନ୍ତି।

Categories
ବିଶେଷ ଖବର ମନୋରଂଜନ

ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ ‘ସନ୍ତାନ’ ର ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ,ଏହା ଜାତୀୟ ପୁରସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ  ଅନୁ ଚୌଧୁରୀଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ କରିଛି। ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ ଅଭିନୀତ ନୂଆ ଅଡିଓ ଭିଜୁଆଲ କମର୍ସିଆଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ‘ସନ୍ତାନ ଭଳି ଏକ ବ୍ରାଣ୍ଡ ସହଜ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ। ଗତ ୭ ବର୍ଷ ମଧ୍ୟରେ ସନ୍ତାନ ଏହାର ‘ସାଇନ୍ସ ଫର୍ ସ୍ମାଇଲ୍‌ସ’  ଅଭିଯାନ ମାଧ୍ୟମରେ ଏକ ସମାନୁଭୂତି ଶୈଳୀରେ ସର୍ବୋତମ ଟେକ୍ନୋଲୋଜି (ବିଜ୍ଞାନ)ର ବ୍ୟବହାର କରି ଓଡିଶାର ୭୦୦୦ରୁ ଅଧିକ ଦମ୍ପତିଙ୍କ ଜୀବନରେ ଖୁସି ଆଣିପାରିଛି।

ମୁଁ ବନ୍ଧ୍ୟାପଣକୁ ନେଇ ରହିଥିବା ଗୁଜବ ଓ ଅପପ୍ରଚାରଗୁଡିକୁ ଦୂର କରିବା ପାଇଁ ଗ୍ରହଣ କରିଥିବା ରୋଗୀ ସଚେତନ କାର‌୍ୟ୍ୟକ୍ରମ ଦ୍ୱାରା ଖୁବ୍ ଅନୁପ୍ରାଣିତ ହୋଇଛି ଯାହା ମହିଳମାନଙ୍କୁ ସମସ୍ୟାକୁ ବୁଝିବା ଏବଂ ନିଜ ପରିବାରକୁ ପୂରଣ କରିବା ପାଇଁ ସେବାଗୁଡିକୁ ବ୍ୟବହାର କରିବାରେ ସାହାଯ୍ୟ କରିଛି। ମୁଁ ସନ୍ତାନର ଅଭିନବ ବୈଜ୍ଞାନିକ ସମାଧାନଗୁଡିକର ବ୍ୟବହାର ମାଧ୍ୟମରେ ମହିଳା ଓ ସେମାନଙ୍କ ପରିବାରକୁ ସଶକ୍ତ କରିବାର ମହତ୍ୱପୂର୍ଣ୍ଣ ଲକ୍ଷ୍ୟର ଅଂଶ ହେବା ପାଇଁ ଉତ୍ସାହିତ ରହିଛି।

ଏହି ଅବସରରେ ସନ୍ତାନର ସିଇଓ ରାଘବ ପଣ୍ଡା କହିଛନ୍ତି, ‘ଆମେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗ୍ରହ ପାଇଛୁ ଏବଂ ଆମେ ସମ୍ପ୍ରସାରଣର ଉକ୍ତ ସୁଯୋଗଗୁଡିକୁ ଏବେ ମୂଲ୍ୟାଙ୍କନ କରୁଛୁ।’ ସନ୍ତାନର ସହପ୍ରତିଷ୍ଠାତା ଓ କ୍ଲିନିକାଲ ଡାଇରେକ୍ଟର ଡଃ ଦୀପିକା କେଏନ୍ ପାଢୀ କହିଛନ୍ତି, ‘ଯେତେବେଳେ ବ୍ରହ୍ମପୁରରେ ପ୍ରଥମ ସେଂଟର୍ ସହିତ ଆମେ ଆରମ୍ଭ କରିଥିଲୁ, ସେତେବେଳେ  ଏହାର ସମ୍ଭାବ୍ୟତା ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା।

ଆମେ ନୂତନ ଟେକ୍ନୋଲୋଜି ଓ ଆବଶ୍ୟକ ସେବାକୁ ନେଇ ଆମର ନିଷ୍ପତି ଉପରେ ସ୍ଥିର ରହିଥିଲୁ ଯାହାକୁ ମୋର ହୋମ୍‌ଟାଉନ୍‌ରେ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ଥିଲୁ। ମୁଁ ବହୁତ ଖୁସି ଅନୁଭବ କରୁଛି ଯେ, ଆମର ମଡେଲ୍ ବିଭିନ୍ନ ସ୍ଥାନକୁ ଯାଉଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି।’

ସେହିପରି ସନ୍ତାନ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଶନ୍ସର ପ୍ରତିଷ୍ଠାତା ଡଃ ସତିଶ ପ୍ରସାଦ ରଥ କହିଛନ୍ତି, ‘ଆମେ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ସ୍ୱାସ୍ଥ୍ୟସେବାକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିପାରିବା। ଏହା ହିଁ ମୋ ଜୀବନର ଲକ୍ଷ୍ୟ ଅଟେ। ଆମେ ଆରମ୍ଭରେ ଆମ ସେବାକୁ ଓଡିଶାରେ ଆରମ୍ଭ କରିଥିଲୁ କାରଣ ଏହା ଆମର ଘରୋଇ ରାଜ୍ୟ ଅଟେ ଏବଂ ଆମେ ଏକ ହସ ସହିତ ସ୍ୱାସ୍ଥ୍ୟସେବାକୁ ପହଂଚଯୋଗ୍ୟ କରିବାରେ ଟେକ୍ନୋଲୋଜିର ସକାରାତ୍ମକ ଶକ୍ତିରେ ବିଶ୍ୱାସ କରୁ।’

ରାଜ୍ୟରେ (ବ୍ରହ୍ମପୁର ଓ ଭୁବନେଶ୍ୱର) ସ୍ଥିରତାର ପ୍ରଥମ ପର୍ଯ୍ୟାୟ ପରେ ସନ୍ତାନ ଏବେ ଏହାର ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରୁଛି। ସନ୍ତାନ ପକ୍ଷରୁ ବେଙ୍ଗାଲୁରୁ, କର୍ଣ୍ଣାଟକ, ଅମ୍ବୁର, ତାମିଲନାଡୁରେ ନୂଆ ସେଂଟର୍‌ଗୁଡିକର ଶୁଭାରମ୍ଭ କରାଯାଇଛି । ସନ୍ତାନ  ଅନୁଗୁଳ ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାରେ ମଧ୍ୟ ନୂଆ ସେଂଟର ସ୍ଥାପନ କରିବାକୁ ଯାଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତାନ୍ତ୍ରିକର କଥାରେ ପଡି ପାଞ୍ଚ ସନ୍ତାନର ହତ୍ୟା କଲା ପିତା

ଜିନ୍ଦ : ହରିୟାଣାର ଜିଲ୍ଲା ଜିନ୍ଦ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଦିଡ୍‌ଓ୍ବାଡା ଗ୍ରାମରେ ଜଣଷ ପିତା ତାନ୍ତ୍ରିକର କଥାରେ 5 ବର୍ଷରେ ନିଜର 5ଟି ସନ୍ତାନର ହତା କରିଛି । ଜୁଲାଇ 17 ତାରିଖରେ ଏହି ଗ୍ରାମରୁ ଦୁଇ ଝିଅ ଗାଏବ ହୋଇଥିଲେ । ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଜଣକ ଏହି ଗ୍ରାମର ଜୁମ୍ମା ବୋଲି ସୂଚନା ରହିଛି । ଜୁମ୍ମା ଜଣେ ତାନ୍ତ୍ରିକର କଥାରେ ଏପରି ବୀଭତ୍ସ କାଣ୍ଡ ଘଟାଇଥିବାର ଜଣାପଡିଛି । ମରିଥିବା ସମସ୍ତ ସନ୍ତାନଙ୍କର ବୟସ 11 ବର୍ଷରୁ କମ୍‌ ରହିଛି । ଏଥିରେ ତିନିଜଣ ଝିଅ ଓ ଦୁଇ ଜଣ ପୁଅ ରହିଛନ୍ତି । ପୂରା ମାମଲା ସାମ୍ନାକୁ ଆସିବା ପରେ ବ୍ୟକ୍ତି ଜଣକ ପଞ୍ଚାୟତ ସାମ୍ନାରେ ଅପରାଧ ସ୍ବୀକାର କରି  କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ପୋଲିସ୍‌ ଅଭିଯୁକ୍ତ ଗିରଫ କରି ଏହି ଘଟଣାରେ ଆଉ କିଏ କିଏ ସାମିଲ୍‌ ରହିଛନ୍ତି ତାହା ନେଇ ତଦନ୍ତ ଆରମ୍ଭ କରୁଛି । (ଏଜେନ୍ସି)