Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ ‘ସନ୍ତାନ’ ର ବ୍ରାଣ୍ଡ ଆମ୍ବାସଡର
ବିଶେଷ ଖବର

ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ ‘ସନ୍ତାନ’ ର ବ୍ରାଣ୍ଡ ଆମ୍ବାସଡର

March 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
AnuChoudhry
ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ 'ସନ୍ତାନ' ର ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ,ଏହା ଜାତୀୟ ପୁରସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ  ଅନୁ ଚୌଧୁରୀଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ କରିଛି। ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ ଅଭିନୀତ ନୂଆ ଅଡିଓ ଭିଜୁଆଲ କମର୍ସିଆଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ‘ସନ୍ତାନ ଭଳି ଏକ ବ୍ରାଣ୍ଡ ସହଜ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ। ଗତ ୭ ବର୍ଷ ମଧ୍ୟରେ ସନ୍ତାନ ଏହାର ‘ସାଇନ୍ସ ଫର୍ ସ୍ମାଇଲ୍‌ସ’  ଅଭିଯାନ ମାଧ୍ୟମରେ ଏକ ସମାନୁଭୂତି ଶୈଳୀରେ ସର୍ବୋତମ ଟେକ୍ନୋଲୋଜି (ବିଜ୍ଞାନ)ର ବ୍ୟବହାର କରି ଓଡିଶାର ୭୦୦୦ରୁ ଅଧିକ ଦମ୍ପତିଙ୍କ ଜୀବନରେ ଖୁସି ଆଣିପାରିଛି।

ମୁଁ ବନ୍ଧ୍ୟାପଣକୁ ନେଇ ରହିଥିବା ଗୁଜବ ଓ ଅପପ୍ରଚାରଗୁଡିକୁ ଦୂର କରିବା ପାଇଁ ଗ୍ରହଣ କରିଥିବା ରୋଗୀ ସଚେତନ କାର‌୍ୟ୍ୟକ୍ରମ ଦ୍ୱାରା ଖୁବ୍ ଅନୁପ୍ରାଣିତ ହୋଇଛି ଯାହା ମହିଳମାନଙ୍କୁ ସମସ୍ୟାକୁ ବୁଝିବା ଏବଂ ନିଜ ପରିବାରକୁ ପୂରଣ କରିବା ପାଇଁ ସେବାଗୁଡିକୁ ବ୍ୟବହାର କରିବାରେ ସାହାଯ୍ୟ କରିଛି। ମୁଁ ସନ୍ତାନର ଅଭିନବ ବୈଜ୍ଞାନିକ ସମାଧାନଗୁଡିକର ବ୍ୟବହାର ମାଧ୍ୟମରେ ମହିଳା ଓ ସେମାନଙ୍କ ପରିବାରକୁ ସଶକ୍ତ କରିବାର ମହତ୍ୱପୂର୍ଣ୍ଣ ଲକ୍ଷ୍ୟର ଅଂଶ ହେବା ପାଇଁ ଉତ୍ସାହିତ ରହିଛି।

ଏହି ଅବସରରେ ସନ୍ତାନର ସିଇଓ ରାଘବ ପଣ୍ଡା କହିଛନ୍ତି, ‘ଆମେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗ୍ରହ ପାଇଛୁ ଏବଂ ଆମେ ସମ୍ପ୍ରସାରଣର ଉକ୍ତ ସୁଯୋଗଗୁଡିକୁ ଏବେ ମୂଲ୍ୟାଙ୍କନ କରୁଛୁ।’ ସନ୍ତାନର ସହପ୍ରତିଷ୍ଠାତା ଓ କ୍ଲିନିକାଲ ଡାଇରେକ୍ଟର ଡଃ ଦୀପିକା କେଏନ୍ ପାଢୀ କହିଛନ୍ତି, ‘ଯେତେବେଳେ ବ୍ରହ୍ମପୁରରେ ପ୍ରଥମ ସେଂଟର୍ ସହିତ ଆମେ ଆରମ୍ଭ କରିଥିଲୁ, ସେତେବେଳେ  ଏହାର ସମ୍ଭାବ୍ୟତା ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା।

ଆମେ ନୂତନ ଟେକ୍ନୋଲୋଜି ଓ ଆବଶ୍ୟକ ସେବାକୁ ନେଇ ଆମର ନିଷ୍ପତି ଉପରେ ସ୍ଥିର ରହିଥିଲୁ ଯାହାକୁ ମୋର ହୋମ୍‌ଟାଉନ୍‌ରେ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ଥିଲୁ। ମୁଁ ବହୁତ ଖୁସି ଅନୁଭବ କରୁଛି ଯେ, ଆମର ମଡେଲ୍ ବିଭିନ୍ନ ସ୍ଥାନକୁ ଯାଉଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି।’

ସେହିପରି ସନ୍ତାନ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଶନ୍ସର ପ୍ରତିଷ୍ଠାତା ଡଃ ସତିଶ ପ୍ରସାଦ ରଥ କହିଛନ୍ତି, ‘ଆମେ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ସ୍ୱାସ୍ଥ୍ୟସେବାକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିପାରିବା। ଏହା ହିଁ ମୋ ଜୀବନର ଲକ୍ଷ୍ୟ ଅଟେ। ଆମେ ଆରମ୍ଭରେ ଆମ ସେବାକୁ ଓଡିଶାରେ ଆରମ୍ଭ କରିଥିଲୁ କାରଣ ଏହା ଆମର ଘରୋଇ ରାଜ୍ୟ ଅଟେ ଏବଂ ଆମେ ଏକ ହସ ସହିତ ସ୍ୱାସ୍ଥ୍ୟସେବାକୁ ପହଂଚଯୋଗ୍ୟ କରିବାରେ ଟେକ୍ନୋଲୋଜିର ସକାରାତ୍ମକ ଶକ୍ତିରେ ବିଶ୍ୱାସ କରୁ।’

ରାଜ୍ୟରେ (ବ୍ରହ୍ମପୁର ଓ ଭୁବନେଶ୍ୱର) ସ୍ଥିରତାର ପ୍ରଥମ ପର୍ଯ୍ୟାୟ ପରେ ସନ୍ତାନ ଏବେ ଏହାର ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରୁଛି। ସନ୍ତାନ ପକ୍ଷରୁ ବେଙ୍ଗାଲୁରୁ, କର୍ଣ୍ଣାଟକ, ଅମ୍ବୁର, ତାମିଲନାଡୁରେ ନୂଆ ସେଂଟର୍‌ଗୁଡିକର ଶୁଭାରମ୍ଭ କରାଯାଇଛି । ସନ୍ତାନ  ଅନୁଗୁଳ ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାରେ ମଧ୍ୟ ନୂଆ ସେଂଟର ସ୍ଥାପନ କରିବାକୁ ଯାଉଛି।

ଅନୁ ଚୌଧୁରୀ ସନ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.