Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ମାନେକା ଗାନ୍ଧୀ, ରାଜ୍ୟରେ ପ୍ରାଣୀ ନିଷ୍ଠୁରତା ଉଦବେଗଜନକ ବୋଲି କାହିଁକି କହିଲେ

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରୋଟାରୀ ଭବନଠାରେ ପିପୁଲ ଫର ଆନିମଲର ଅଧ୍ୟକ୍ଷା ମାନେକା ଗାନ୍ଧୀଙ୍କ ପୌରହିତରେ ପ୍ରାଣୀମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ନିରୋଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ପ୍ରାଣୀ ସ୍ବେଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ରାଜ୍ୟରେ ଗୋସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟ କର୍ତା ଅଂଶଗ୍ରହଣ କରିଥିଲେ।

କର୍ମଶାଳା ପ୍ରାରମ୍ଭରେ ସେ ଭୁବନେଶ୍ବର ବିମାନ ବନ୍ଦର ଅଂଚଳରେ ବିଷ ପ୍ରୟୋଗ କରି ସତୁରିରୁ ଉର୍ଦ୍ଧ୍ବ କୁକୁରଙ୍କୁ ମାରି ଦିଆଯାଇ ଥିବା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସ୍ବେଛାସେବୀ ସମୁହ ପ୍ରତିବାଦ କିମ୍ବା ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗଲେ ନାହିଁ, ସେ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଓଡ଼ିଶାରେ ପ୍ରାଣୀ ସୁରକ୍ଷା ପାଇଁ ସମସ୍ତ ସ୍ବେଛାସେବୀଏବଂ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ମିଳିତ ଭାବେ ମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜୀବେ ନିଷ୍ଠୁରତା ନିରୋଧ ପାଇଁ ବ୍ୟବହୃତ ବିହିନ୍ୟ ଆଇନ ଓ ଏହାର ଧାରା ସମ୍ପର୍କରେ ଆଲୋଚନା କରିଥିଲେ।

ସେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାଣୀ ସଂଗଠନ କର୍ମକର୍ତ୍ତା ଙ୍କ ସହିତ ରାଜ୍ୟରେ ପ୍ରାଣୀ କଲ୍ୟାଣ ନିମନ୍ତେ ବାର୍ତ୍ତାଲାପ କରିଥିଲେ। ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ଦୀର୍ଘ କୋଡିଏ ବର୍ଷ ଧରି କିଭଳି ଅକର୍ମଣ୍ୟ ଅବସ୍ଥାରେ ରହିଛି ଏବଂ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ହେଉ ନାହିଁ ସେ ସମ୍ପର୍କରେ ସମିତି ସଭ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ପ୍ରକାଶ କରିଥିଲେ।

ସେଇଭଳି ବିଭିନ୍ନ ଗୋ ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟର ରାଜରାସ୍ତାରେ କିଭଳି ବିଭତ୍ସ ଭାବେ ବେଆଇନ ଗୋ ଚାଲାଣ ହେଉଛି, ପ୍ରତ୍ୟେକ ରାତ୍ରିରେ ଗୋ ସଙ୍ଗଠନ କର୍ମକର୍ତ୍ତା କିଭଳି ସେମାନଙ୍କ ସହିତ ଲଢ଼ୁଥିବା କଥା ସେ ପ୍ରକାଶ କରିଥିଲେ। ରାଜ୍ୟରେ ଏସ ପି ସି ଏ ସମ୍ପୂର୍ଣ୍ଣ ଭାବେ ଅକର୍ମଣ୍ୟ ଅବସ୍ଥାରେ ପହଂଚି ଯାଇଥିବା ବେଳେ ପ୍ରାଣୀ ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ଯାଇଥିବା ଉପସ୍ଥିତ ବହୁ ସଦସ୍ୟ କହିଥିଲେ।

ଭୁବନେଶ୍ୱରରେ ପ୍ରାଣୀ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ରହିବା ପାଇଁ ବ୍ୟବସ୍ଥାକୁ ସମସ୍ତେ ଖୁସି ପ୍ରକଟ କରିଥିଲେ। ସମସ୍ତ ଅଭିଯୋଗ ଶୁଣିବା ପରେ ସେ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ସେ କହିଛନ୍ତି। ଏହି ବୈଠକରେ ପିପୁଲ ଫର ଆନିମାଲ ର ରାଜ୍ୟ ମେମ୍ବର ସେକ୍ରେଟାରୀ ଜୀବନ ବଲ୍ଲଭ ଦାଶ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମସି ର କୁକୁର ସ୍ଥାନାନ୍ତରକୁ ବିରୋଧ କଲେ ପ୍ରାଣୀସୁରକ୍ଷା କର୍ମୀ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମିଳନୀ ଓ ଉତ୍କର୍ଷ ଓଡିଶା କଂକ୍ଲେଭ ନାଁ ରେ ବିଏମସି କର୍ତ୍ତୃପକ୍ଷ ଜୀବେ ନିଷ୍ଠୁରତା ନିରୋଧ ଆଇନ କୁ ଭ୍ରୁକ୍ଷେପ ନ କରି ନୀରିହ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସେମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏହାକୁ ନେଇ ଆଜି ରାଜ୍ୟର ବିଭିନ୍ନ ପ୍ରାଣୀ କଲ୍ୟାଣ ସଂଗଠନ, ସ୍ବେଛାସେବୀ, କର୍ମୀ, ସଂଗଠକ ମାନେ ମିଳିତ ଭାବେ ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ରେ ନିରବ ପ୍ରତିବାଦ କରିଥିଲେ।

ଏଥିରେ ରାଜ୍ୟ ପିପୁଲ ଫର ଆନିମଲ, ଆଳାପ ପ୍ରାଣୀ କଲ୍ୟାଣ ସଙ୍ଗଠନ, ଜନକଲ୍ୟାଣ ମଞ୍ଚ, ଆନିମଲ ଓଲଫେଆର ଟ୍ରଷ୍ଟ, ରିହାବିଟାଟା ଫାଉଣ୍ଡେସନ, ସ୍ପିକ ଫର ଆନିମଲ, ପିପୁଲ ଫର ଆନିମଲ ଷ୍ଟୁଡେଣ୍ଟ ଉଇଙ୍ଗ, ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା, ଜୀବନ ବଲ୍ଲବ ଦାସ, ଡା ଦିଲୀପ ମିଶ୍ର, ବିକେ ପଟ୍ଟନାୟକ, ଅନ୍ୟାନ୍ୟ ଶତପଥୀ, ସନ୍ତୋଷ ଦାସ, ଇପିସିତା ମିଶ୍ର, ବିଜୟଲଷ୍ମୀ ଦାସ, ଦୀପ୍ତିମୟୀ ମିଶ୍ର, ଜୋତ୍ସା ମହାରଣା, ପୂଜା ଘୋଷ, ଜିତେନ୍ଦ୍ର ସିଂହ, ଦୁର୍ଗାପ୍ରସାଦ ପାଢ଼ୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବ ପ୍ରସାଦ ପରିଜା, ସନ୍ତୋସିନୀ ଭୋଇ, ବନିତା ନାୟକ, ବର୍ଷା ରାଣୀ ସାହୁ, ଶାରଦା ମହାପାତ୍ର, ବିଶାଳ ଧନରାଜ, ସୋନାଲ କବି ପ୍ରମୁଖ ଯୋଗ ଦେଇଥିଲେ।

ଏହାପରେ ଏକ ପ୍ରତିନିଧି ଦଳ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ସେ ତୁରନ୍ତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଏମସି ପକ୍ଷ ରୁ ଉଠାଯାଇଥିବା ନୀରିହ କୁକୁରଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ବ୍ୟବସ୍ଥା କରିବାକୁ ବିଏମସିକୁ କହିଥିଲେ।

ସୂଚନାଯୋଗ୍ୟ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ମଞ୍ଚେଶ୍ୱର ପ୍ରାଣୀଙ୍କ ବନ୍ଧ୍ୟାକରଣ କେନ୍ଦ୍ରରେ ଦୀର୍ଘ ୧୫ ଦିନଧରି ଆବଦ୍ଧ ବହୁ କୁକୁର ଭୋକରେ ରହି କାନ୍ଦୁ ଥିବାର ରିହାଵଟେଡ଼ ଫାଉଣ୍ଡେସନ ର ସଭାପତି ମିଲନ ରଥ, ପିପୁଲ ଫର ଆନିମାଲ ର ରାଜ୍ୟ ସଭାପତି ଜୀବନ ବଲ୍ବବ ଦାସ, ଓଡ଼ିଶା ଜୀବେ ନିଷ୍ଠୁରତା ନିରୋଧ ବା ଷ୍ଟେଟ ଏସ ପି ସି ଏ ର ସ୍ଥାୟୀ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା, ପ୍ରାଣୀ ସ୍ବେଛାସେବୀ ସୋନାଲ କବି, ଖୋରଧା ଏସ ପି ସି ଏ କାର୍ଯ୍ୟକାରୀ କମିଟି ସଦସ୍ୟ ସନ୍ତୋଷ ଦାସ ଆଦି ବହୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି।

ସେମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ପ୍ରାଣୀ କଲ୍ୟାଣ ବିଭାଗ, ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ପ୍ରାଣୀ କଲ୍ୟାଣ ମନ୍ତ୍ରୀ, ଜିଲ୍ଲାପାଳ ଖୋର୍ଦ୍ଧା, ଏସପି ସି ଏ ଅଧିକାରୀ ଙ୍କୁ ପତ୍ର ଲେଖିଥିଲେ।ଏଥିସହ ଖାଦ୍ୟ ଓ ପାଣି ଅଭାଵ ରୁ ଚିତ୍କାର କରୁଥିବା ଏହି ନୀରିହ ପ୍ରାଣୀ ମାନଙ୍କୁ ଦେଖିବା ପାଇଁ କୌଣସି ସ୍ବେଛାସେବୀ ଙ୍କୁ ଛଡ଼ା ଯାଉନଥିବା ଯୋଗୁଁ ବିଏମସି ଅଧିକାରୀ ଜୀବେ ନିଷ୍ଠୁରତା ନିରୋଧ ଆଇନର ଉଲଂଘନ କରିଛନ୍ତି ବୋଲି ବହୁ ସ୍ବେଛାସେବୀମାନେ ଉଦବେଗ ପ୍ରକାଶ କରିଥିଲେ।