Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ ଉଦଘାଟିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି। ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ, ବାୟୋଟେକ କ୍ଷେତ୍ରର ଅଂଶୀଦାର, ବିଶେଷଜ୍ଞ, ପୁଞ୍ଜି ଲଗାଣକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଜୈବ ଅର୍ଥନୀତିରେ ଆଠ ବର୍ଷରେ ଆଠ ଗୁଣ ବୃଦ୍ଧି ଘଟିଛି। “ଆମେ ୧୦ ବିଲିୟନରୁ ୮୦ ବିଲିୟନ ଡଲାରରେ ପହଂଚିଛୁ। ବୈଶ୍ୱିକ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ହୁଏତ ଖୁବ କମ ଦିନରେ ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ସ୍ଥାନ ପାଇବ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଜୈବ ପ୍ରଯୁକ୍ତି ଶିଳ୍ପ ଗବେଷଣା ସହାୟତା ପରିଷଦ (ବିଆଇଆରଏସି)ର ଦେଶ ବିକାଶ କ୍ଷେତ୍ରରେ ଅବଦାନର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଜୈବ ପ୍ରଯୁକ୍ତି ଶିଳ୍ପର ଅବଦାନ ଦେଶର ବିକାଶରେ ଖୁବ ଗୁରୁତ୍ୱପୂର୍ଣ୍ଣ।

ବୈଶ୍ୱିକ ଦୃଶ୍ୟପଟ୍ଟରେ ୟୁରୋପୀୟ ବୃତ୍ତିଧାରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଖ୍ୟାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମର ଆଇଟି ବୃତ୍ତିଧାରୀଙ୍କ କୌଶଳ ଓ ନୂଆ କିଛି କରି ଦେଖାଇବାର ଦକ୍ଷତା ଆଜି ବିଶ୍ୱରେ ନୂତନ ଶିଖର ଛୁଇଁଚି। ଏହି ଦଶନ୍ଧିରେ ସେହି ଏକା ଭଳି ବିଶ୍ୱାସ ଓ କ୍ୟାତି ଦେଶର ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଓ ବୃତ୍ତିଧାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି।”

ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଭାରତ କାହିଁକି ଏକ ସୁଯୋଗ ପ୍ରାପ୍ତିର ଦେଶ ହୋଇ ପାଞ୍ଚଟି କାରଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଥମ ବିବିଧ ଜନସଂଖ୍ୟା ଓ ଜଳବାୟୁ କ୍ଷେତ୍ର, ଦ୍ୱିତୀୟ ଭାରତ ମେଧାସମ୍ପନ୍ନ ମାନବ ସମ୍ବଳ, ତୃତୀୟ ଭାରତରେ ବ୍ୟବସାୟ ପାଇଁ ଇଚ୍ଛା, ଚତୁର୍ଥ ଭାରତରେ ଜୈବ ସାମଗ୍ରୀର ଚାହିଦାରେ ଅଚାନକ ବୃଦ୍ଧି ଓ ପଞ୍ଚମରେ ଭାରତର ଜୈବ ପ୍ରଯୁକ୍ତି କ୍ଷେତ୍ର ଓ ଏହି ସଫଳତାର ରେକର୍ଡ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତୀୟ ଅର୍ଥନୀତିର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଅହରହ ଉଦ୍ୟମ କରୁଛନ୍ତି। ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିଭଙ୍ଗୀ ଉପରେ ମଧ୍ୟ ଚାପ ରହିଛି। ସବକା ସାଥ, ସବକା ବିକାଶ ମନ୍ତ୍ର ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେଉଛି ବୋଲି ସେ କହିଥିଲେ। ଏଥିପାଇଁ ସମଗ୍ର ଦୃଶ୍ୟପଟ ଓଲଟପାଲଟ ହୋଇଯାଇଛି। ଆଗରୁ କେତେକ ବଛା ବଛା କ୍ଷେତ୍ର ଉପରେ ଆଲୋକପାତ କରାଯାଉଥିବା ବେଳେ, ଅବଶିଷ୍ଟ କ୍ଷେତ୍ରକୁ ସେମାନେ ନିଜେ ନିଜର ଦିଗ ଦେଖିବାକୁ ଛାଡ଼ି ଦିଆ ହେଉଥିଲା। ଆଜି ପ୍ରତ୍ୟେକ କ୍ଷେତ୍ର ଦେଶର ବିକାଶ ପ୍ରତି ସେମାନଙ୍କ ଅବଦାନ ଦେଉଛନ୍ତି। ସେ ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରର ସାଥ ଓ ପ୍ରତ୍ୟେକ କ୍ଷେତ୍ରର ବିକାଶ ଆଜିର ଆବଶ୍ୟକତା। ଭାବନା ଓ କାର୍ଯ୍ୟରେ ପରିବର୍ତ୍ତନ ଆଜି ସଫଳତା ଆଣିଛି ବୋଲି ସେ କହିଥିଲେ। ସେ ନିକଟ ଅତୀତରେ ଅନେକ କ୍ଷେତ୍ର ପ୍ରତି ଦିଆଯାଇଥିବା ଧ୍ୟାନର ଉଦାହରଣ ଦେଇଥିଲେ।

ଜୈବ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିଆଯାଇଥିବା ଅଦ୍ଭୁତପୂର୍ବ ପଦକ୍ଷେପ ଷ୍ଟାର୍ଟଅପ ପଦ୍ଧତିରେ ସ୍ପଷ୍ଟ ଭାବେ ପରିଦୃଷ୍ଟ। “ଗତ ଆଠ ବର୍ଷ ମଧ୍ୟରେ ଆମ ଦେଶରେ ଷ୍ଟାର୍ଟଅପ ସଂଖ୍ୟା ଅଳ୍ପ କେତେ ଶହରୁ ୭୦ ହଜାରରେ ପହଂଚିଛି। ଏହି ୭୦ ହଜାର ଷ୍ଟାର୍ଟଅପ ପ୍ରାୟ ୬୦ ବିଭିନ୍ନ ପ୍ରକାର ଶିଳ୍ପରେ ସୃଷ୍ଟି ହୋଇଛି। ଏଥିରେ ଜୈବ ପ୍ରଯୁକ୍ତି ମଧ୍ୟ ପାଞ୍ଚ ହଜାରରୁ ଅଧିକ ଷ୍ଟାର୍ଟଅପ ରହିଛି। ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପ୍ରତ୍ୟେକ ୧୪ରେ ଗୋଟିଏ ଷ୍ଟାର୍ଟଅପ ରହିଥିବା ବେଳେ ୧୧୦୦ ଏହିପରି ଷ୍ଟାର୍ଟଅପ କେବଳ ଗତ ବର୍ଷରେ ହିଁ ସୃଷ୍ଟି ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମେଧାର ଜୈବ ପ୍ରଯୁକ୍ତି ପ୍ରତି ପଟ୍ଟ ପରିପର୍ତ୍ତନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ନିବେଶକଙ୍କ ସଂଖ୍ୟା ଅନ ଗୁଣ ବୃଦ୍ଧି ପାଇଥିବା ବେଳେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପାଖାପାଖି ଥିବା ଉଦ୍ୟୋଗ ପ୍ରତି ପୁଞ୍ଜିଲଗାଣ ସାତ ଗୁଣ ବୃଦ୍ଧି ପାଇଛି। ଜୈବ ପ୍ରଯୁକ୍ତିରେ ନିବେଶକଙ୍କ ସଂଖ୍ୟା ୨୦୧୪ ମସିହାରେ ମାତ୍ର ଛଅ  ଥିବାବେଳେ ଏବେ ଏହା ୭୫ରେ ପହଂଚିଛି। ଜୈବ ପ୍ରଯୁକ୍ତି ସାମଗ୍ରୀ ମାତ୍ର ଦଶରୁ ବୃଦ୍ଧି ପାଇ ଏବେ ୭୦୦ରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୈନ୍ଦ୍ରିକ କାର୍ଯ୍ୟର ନିକଟବର୍ତ୍ତୀ ହେବା ନିମନ୍ତେ ସରକାର ନୂତନ ଆଦାନ ପ୍ରଦାନ ସଂସ୍କୃତି ପ୍ରୋତ୍ସାହିତ କରୁଛନ୍ତି। ବିଆଇଆରଏସି ଭଳି ମଞ୍ଚକୁ ସୁଦୃଢ଼ କରାଯାଇଛି ଓ ଅନେକ କ୍ଷେତ୍ର ଏହାକୁ ଆପଣାଇଛନ୍ତି। ସେ ଷ୍ଟାର୍ଟଅପ ଇଣ୍ଡିଆ ପାଇଁ ଷ୍ଟାର୍ଟଅପର ଉଦାହରଣ ଦେଇଥିଲେ। ମହାକାଶ କ୍ଷେତ୍ର ନିମନ୍ତେ ଆଇଏନଏସପିଏସିଇ, ପ୍ରତିଶକ୍ଷା ଷ୍ଟାର୍ଟଅପ ନିମନ୍ତେ ଆଇଡିଇଏକ୍ସ, ସେମିକଣ୍ଡକ୍ଟର ପାଇଁ ଭାରତ ସେମି କଣ୍ଡକ୍ଟର ଅଭିଯାନ, ଯୁବାଶକ୍ତି ନିମନ୍ତେ ନବୋନ୍ମେଷ ପାଇଁ ସ୍ମାର୍ଟ ଇଣ୍ଡିଆ ହକାଥନ ଓ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ। ସବକା ପ୍ରୟାସର ଉତ୍ସାହକୁ ଉଜ୍ଜୀବୀତ କରିବା ପାଇଁ ନୂତନ ଅନୁଷ୍ଠାନଗୁଡ଼ିକୁ ସରକାର ଏକାଠି କରି ଶିଳ୍ପର ସବୁଠାରୁ ମେଧାବୀମାନଙ୍କୁ ଗୋଟିଏ ମଞ୍ଚରେ ରଖିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଶ ପାଇଁ ଆଉ ଗୋଟିଏ ଲାଭ। ଗବେଷଣା ଓ ଅନୁଷ୍ଠାନରୁ ସରକାର ନୂଆ କିଛି ସୂଚନା ପାଇବେ ଓ ସରକାର ଆବଶ୍ୟକ ନୀତିର ବାତାବରଣ ଓ ଭିତ୍ତିଭୂମି ଯୋଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଜୈବ ପ୍ରଯୁକ୍ତି ହେଉଛି ଆଜିର ସବୁଠାରୁ ଚାହିଦାଯୁକ୍ତ କ୍ଷେତ୍ର। ଆମେ ଦେଶରେ ଜୀବମାନଙ୍କର ସୁଗମତା ଜୈବ ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଅନେକ ସମ୍ଭାବନା ଆଣି ଦେଇଛି।”ସ୍ୱାସ୍ଥ୍ୟ, କୃଷି, ଶକ୍ତି, ପ୍ରାକୃତିକ କୃଷି ଓ ଜୈବିକ ନିରାପଦ ବିହନ ଇତ୍ୟାଦି ଏହି କ୍ଷେତ୍ର ନିମନ୍ତେ ନୂତନ ସୁଯୋଗ ଆଣି ଦେଇଛି ବୋଲି କହି ସେ ବକ୍ତବ୍ୟ ଶେଷ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବିଶ୍ୱ ବ୍ୟାପାର ସଂଗଠନରେ ଭାରତର ପାରମ୍ପରିକ, ଗରିବ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ

ନୂଆଦିଲ୍ଲୀ, ବାଣିଜ୍ୟ ଏବଂ ଉଦ୍ଦ୍ୟୋଗ, ଉପଭୋକ୍ତା ବ୍ୟାପାର ତଥା ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ କପଡ଼ା ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ବିଶ୍ୱ ବ୍ୟାପାର ସଂଗଠନର ମତ୍ସ୍ୟ ପାଳନ ସବସିଡ଼ି ଆଲୋଚନାର ଏକ ବିଶେଷ ମନ୍ତ୍ରିସ୍ତରୀୟ ବୈଠକରେ ବିକାଶଶୀଳ ଦେଶମାନଙ୍କ ଅଧିକାରଗୁଡ଼ିକ ନିମନ୍ତେ ଅତି ଦୃଢ଼ ଭାବେ ନିଜର ମତ ପୋଷଣ କରିଛନ୍ତି ।

ଏହି ବୈଠକରେ ବିଶ୍ୱ ବ୍ୟାପାର ସଂଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ମନ୍ତ୍ରୀଗଣ, ରାଷ୍ଟ୍ରଦୂତବୃନ୍ଦ ଏବଂ ବିଶ୍ୱ ବ୍ୟାପାର ସଂଗଠନର ମହାନିର୍ଦ୍ଦେଶକ ଡ. ନଗୋଜୀ ଅଂଶଗ୍ରହଣ କରିଥିଲେ ।
ଭାରତ ପକ୍ଷରୁ ଏକ ସୁଦୃଢ଼ ଯୁକ୍ତି ଉପସ୍ଥାପନ କରି ଶ୍ରୀ ଗୋଏଲ କହିଳେ ଯେ ଭାରତ ଏ ସଂକ୍ରାନ୍ତ ବୁଝାମଣାକୁ ଅନ୍ତିମ ରୂପ ପ୍ରଦାନ କରିବା ନିମନ୍ତେ ବେଶ୍‍ ଉତ୍ସୁକ ରହିଛି କାରଣ ତର୍କହୀନ ସବସିଡ଼ି ଆହୁରି କେତେକ ରାଷ୍ଟ୍ର ଦ୍ୱାରା ଅଧିକ ମାଛ ଧରିବା ଫଳରେ ଭାରତୀୟ ମତ୍ସ୍ୟଜୀବୀ ଏବଂ ସେମାନଙ୍କର ଆଜୀବିକାକୁ କ୍ଷତି ପହଞ୍ଚୁଛି ।

ଶ୍ରୀ ଗୋଏଲ ଏହି ପ୍ରସଙ୍ଗ ଉପସ୍ଥାପନ କରି କହିଲେ ଯେ ଆମେ ତିନି ଦଶନ୍ଧି ପୂର୍ବରୁ ଉରୁଗୁଏ ପର୍ଯ୍ୟାୟ ଆଲୋଚନାରେ ଯେଉଁ ଭୁଲ୍‍ କରିଥିଲୁ ତାହାକୁ ଦୋହରାଇବାକୁ ଚାହୁଁନା । ସେଥିରେ ବିଶେଷ ଭାବେ କୃଷି କ୍ଷେତ୍ରରେ ଅଳ୍ପ କେତେକ ବିକଶିତ ସଦସ୍ୟ ରାଷ୍ଟ୍ରଙ୍କୁ ଅସମାନ ଏବଂ ବ୍ୟାପାର ବିକୃତ ଅଧିକାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା । ସେହି ସମୟରେ ସ୍ୱଳ୍ପ ବିକଶିତ ସଦସ୍ୟ, ଯେଉଁମାନଙ୍କ ନିକଟରେ ନିଜସ୍ୱ ଉଦ୍ଦ୍ୟୋଗ କିମ୍ବା କୃଷକମାନଙ୍କୁ ସମର୍ଥନ କରିବା ଭଳି କ୍ଷମତା ଓ ସଂସାଧନ ନଥିଲା, ତାହାକୁ ସେତେବେଳେ ମାନିବାକୁ ସେମାନେ ବିବଶ ଥିଲେ ।

ଶ୍ରୀ ଗୋଏଲ କହିଲେ ଯେ କୌଣସି ବୁଝାମଣାକୁ ଏଭଳି ଭାବେ ପ୍ରସ୍ତୁତ କରାଯିବା ଦରକାର ଯାହା ଫଳରେ ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଥିବା ରାଷ୍ଟ୍ର ଏବଂ ସେମାନଙ୍କର ବର୍ତ୍ତମାନର ମାଛଧରା ବ୍ୟବସ୍ଥା ଓ ଆର୍ଥିକ କ୍ଷମତାର ମଧ୍ୟ ଉପଯୁକ୍ତ ଆକଳନ କରାଯାଇ ପାରିବ। ବୁଝାମଣାକୁ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ କରୁଥିବା ଭଳି ହେବା ଜରୁରି। ଭାରତର ଦାବିମାନ ଉପସ୍ଥାପନ କରି ସେ କହିଲେ ଯେ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ଦ୍ୱାର ଦିଆଯିବାକୁ ଥିପା ପ୍ରତି ବ୍ୟକ୍ତି ମତ୍ସ୍ୟ ପାଳନ ସବସିଡ଼ି ଉନ୍ନତ ମାଛଧରା ରାଷ୍ଟ୍ରମାନଙ୍କ ତୁଳନାରେ ଖୁବ୍‍ କମ୍‍ ।

ଶ୍ରୀ ଗୋଏଲ କହିଲେ ଯେ ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ଏହା ଦୋହରାଇ ଆସିଛନ୍ତି ଯେ ପର୍ଯ୍ୟାବରଣର ସୁରକ୍ଷା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ପରମ୍ପରା ଭାବେ ନିହିତ ହୋଇଆସିଛି । ଶ୍ରୀ ଗୋଏଲ କହିଲେ ଯେ ଯେପର୍ଯ୍ୟନ୍ତ ଏହି ଆଲୋଚନା ବର୍ତ୍ତମାନ ଏବଂ ଭବିଷ୍ୟର ମାଛଧରା ଆବଶ୍ୟକତାକୁ ସନ୍ତୁଳିତ କରିବା, ଏହି କ୍ଷେତ୍ରକୁ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ । ଏବଂ ଭବିଷ୍ୟତରେ ମାଛଧରା କ୍ଷମତାରେ ସମାନ ମାତ୍ରାର ବୃଦ୍ଧି ଓ କୌଣସି ଅସନ୍ତୁଳନର ଏକ ପ୍ରଭାବୀ ଏସଏଣ୍ଡଡ଼ିଟି ଲାଗୁ ହେଲେ ଭାରତ ଏହି ଆଲୋଚନାକୁ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରତିବଦ୍ଧ ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ବିଜେପିର ନେତା ହେଲେ ପୀୟୂଷ ଗୋଏଲ: ଲୋକସଭାର ନୂଆ ନେତା ଘୋଷଣା କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା ଭାବେ ପୀୟୂଷ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପୀୟୂଷ ଗୋଏଲଙ୍କୁ ବିଜେପି ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି। ତାଙ୍କ ପୂର୍ବରୁ ଧାୱାରଚାନ୍ଦ ଗେହେଲେତ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରୁଥିଲେ। ଧାୱାରଚାନ୍ଦଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ପୀୟୂଷଙ୍କୁ ବିଜେପି ଏବେ ଏହି ଦାୟିତ୍ଵ ପ୍ରଦାନ କରିଛି।

ତେବେ ପୀୟୂଷଙ୍କ ରାଜ୍ୟସଭାରେ ଆସନ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବ। ପୀୟୂଷ ୨୦୧୦ ମସିହାରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ପଦବୀ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା। ପୀୟୂଷ ଗୋଏଲ ରାଜ୍ୟସଭାରେ ନେତା ମନୋନୀତ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ଅପରପକ୍ଷେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସର ଲୋକସଭା ନେତା ଭାବେ ନୂଆ ଏକ ନେତାଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।