Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ୱ ବ୍ୟାପାର ସଂଗଠନରେ ଭାରତର ପାରମ୍ପରିକ, ଗରିବ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ
ଅନ୍ତରାଷ୍ଟ୍ରୀୟ

ବିଶ୍ୱ ବ୍ୟାପାର ସଂଗଠନରେ ଭାରତର ପାରମ୍ପରିକ, ଗରିବ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ

July 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ବ୍ୟାପାର ସଂଗଠନରେ ଭାରତର ପାରମ୍ପରିକ, ଗରିବ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ

ନୂଆଦିଲ୍ଲୀ, ବାଣିଜ୍ୟ ଏବଂ ଉଦ୍ଦ୍ୟୋଗ, ଉପଭୋକ୍ତା ବ୍ୟାପାର ତଥା ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ କପଡ଼ା ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ବିଶ୍ୱ ବ୍ୟାପାର ସଂଗଠନର ମତ୍ସ୍ୟ ପାଳନ ସବସିଡ଼ି ଆଲୋଚନାର ଏକ ବିଶେଷ ମନ୍ତ୍ରିସ୍ତରୀୟ ବୈଠକରେ ବିକାଶଶୀଳ ଦେଶମାନଙ୍କ ଅଧିକାରଗୁଡ଼ିକ ନିମନ୍ତେ ଅତି ଦୃଢ଼ ଭାବେ ନିଜର ମତ ପୋଷଣ କରିଛନ୍ତି ।

ଏହି ବୈଠକରେ ବିଶ୍ୱ ବ୍ୟାପାର ସଂଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ମନ୍ତ୍ରୀଗଣ, ରାଷ୍ଟ୍ରଦୂତବୃନ୍ଦ ଏବଂ ବିଶ୍ୱ ବ୍ୟାପାର ସଂଗଠନର ମହାନିର୍ଦ୍ଦେଶକ ଡ. ନଗୋଜୀ ଅଂଶଗ୍ରହଣ କରିଥିଲେ ।
ଭାରତ ପକ୍ଷରୁ ଏକ ସୁଦୃଢ଼ ଯୁକ୍ତି ଉପସ୍ଥାପନ କରି ଶ୍ରୀ ଗୋଏଲ କହିଳେ ଯେ ଭାରତ ଏ ସଂକ୍ରାନ୍ତ ବୁଝାମଣାକୁ ଅନ୍ତିମ ରୂପ ପ୍ରଦାନ କରିବା ନିମନ୍ତେ ବେଶ୍‍ ଉତ୍ସୁକ ରହିଛି କାରଣ ତର୍କହୀନ ସବସିଡ଼ି ଆହୁରି କେତେକ ରାଷ୍ଟ୍ର ଦ୍ୱାରା ଅଧିକ ମାଛ ଧରିବା ଫଳରେ ଭାରତୀୟ ମତ୍ସ୍ୟଜୀବୀ ଏବଂ ସେମାନଙ୍କର ଆଜୀବିକାକୁ କ୍ଷତି ପହଞ୍ଚୁଛି ।

ଶ୍ରୀ ଗୋଏଲ ଏହି ପ୍ରସଙ୍ଗ ଉପସ୍ଥାପନ କରି କହିଲେ ଯେ ଆମେ ତିନି ଦଶନ୍ଧି ପୂର୍ବରୁ ଉରୁଗୁଏ ପର୍ଯ୍ୟାୟ ଆଲୋଚନାରେ ଯେଉଁ ଭୁଲ୍‍ କରିଥିଲୁ ତାହାକୁ ଦୋହରାଇବାକୁ ଚାହୁଁନା । ସେଥିରେ ବିଶେଷ ଭାବେ କୃଷି କ୍ଷେତ୍ରରେ ଅଳ୍ପ କେତେକ ବିକଶିତ ସଦସ୍ୟ ରାଷ୍ଟ୍ରଙ୍କୁ ଅସମାନ ଏବଂ ବ୍ୟାପାର ବିକୃତ ଅଧିକାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା । ସେହି ସମୟରେ ସ୍ୱଳ୍ପ ବିକଶିତ ସଦସ୍ୟ, ଯେଉଁମାନଙ୍କ ନିକଟରେ ନିଜସ୍ୱ ଉଦ୍ଦ୍ୟୋଗ କିମ୍ବା କୃଷକମାନଙ୍କୁ ସମର୍ଥନ କରିବା ଭଳି କ୍ଷମତା ଓ ସଂସାଧନ ନଥିଲା, ତାହାକୁ ସେତେବେଳେ ମାନିବାକୁ ସେମାନେ ବିବଶ ଥିଲେ ।

ଶ୍ରୀ ଗୋଏଲ କହିଲେ ଯେ କୌଣସି ବୁଝାମଣାକୁ ଏଭଳି ଭାବେ ପ୍ରସ୍ତୁତ କରାଯିବା ଦରକାର ଯାହା ଫଳରେ ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଥିବା ରାଷ୍ଟ୍ର ଏବଂ ସେମାନଙ୍କର ବର୍ତ୍ତମାନର ମାଛଧରା ବ୍ୟବସ୍ଥା ଓ ଆର୍ଥିକ କ୍ଷମତାର ମଧ୍ୟ ଉପଯୁକ୍ତ ଆକଳନ କରାଯାଇ ପାରିବ। ବୁଝାମଣାକୁ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ କରୁଥିବା ଭଳି ହେବା ଜରୁରି। ଭାରତର ଦାବିମାନ ଉପସ୍ଥାପନ କରି ସେ କହିଲେ ଯେ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ଦ୍ୱାର ଦିଆଯିବାକୁ ଥିପା ପ୍ରତି ବ୍ୟକ୍ତି ମତ୍ସ୍ୟ ପାଳନ ସବସିଡ଼ି ଉନ୍ନତ ମାଛଧରା ରାଷ୍ଟ୍ରମାନଙ୍କ ତୁଳନାରେ ଖୁବ୍‍ କମ୍‍ ।

ଶ୍ରୀ ଗୋଏଲ କହିଲେ ଯେ ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ଏହା ଦୋହରାଇ ଆସିଛନ୍ତି ଯେ ପର୍ଯ୍ୟାବରଣର ସୁରକ୍ଷା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ପରମ୍ପରା ଭାବେ ନିହିତ ହୋଇଆସିଛି । ଶ୍ରୀ ଗୋଏଲ କହିଲେ ଯେ ଯେପର୍ଯ୍ୟନ୍ତ ଏହି ଆଲୋଚନା ବର୍ତ୍ତମାନ ଏବଂ ଭବିଷ୍ୟର ମାଛଧରା ଆବଶ୍ୟକତାକୁ ସନ୍ତୁଳିତ କରିବା, ଏହି କ୍ଷେତ୍ରକୁ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ । ଏବଂ ଭବିଷ୍ୟତରେ ମାଛଧରା କ୍ଷମତାରେ ସମାନ ମାତ୍ରାର ବୃଦ୍ଧି ଓ କୌଣସି ଅସନ୍ତୁଳନର ଏକ ପ୍ରଭାବୀ ଏସଏଣ୍ଡଡ଼ିଟି ଲାଗୁ ହେଲେ ଭାରତ ଏହି ଆଲୋଚନାକୁ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରତିବଦ୍ଧ ।

ପୀୟୂଷ ଗୋଏଲ
Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.