Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ, ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ, ଅନ୍ୟ ଦୁଇଙ୍କ ତଲାସୀ ଜାରୀ

ନୂଆଦିଲ୍ଲୀ: ଆଜି ସକାଳେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ରେ ଏକ ବଡ ଅନୁପ୍ରବେଶକୁ ଭାରତୀୟ ସେନା ପଣ୍ଡ କରିଛି। ଏଥିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀନିହତ ହୋଇଛି। ଅନ୍ୟ ଦୁଇ ଜଣଙ୍କ ତଲାସୀ ଜାରୀ ରହିଛି। ଜଣେ ସେନା ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ଭୋର ପ୍ରାୟ ୨.୧୫ ସମୟରେ ଶାହପୁର ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସେତେବେଳେ ଏଲଓସି ରେ ପ୍ରହରା ଦେଉଥିବା ଭାରତୀୟ ଯବାନମାନେ ଅନୁପ୍ରବେଶକାରୀଙ୍କୁ ଦେଖି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁଞ୍ଚରେ ଖାଇକୁ ଖସିଲା ବସ୍: ୯ ମୃତ ୨୭ ଆହତ

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଏକ ମିନି ବସ୍ ଏକ ଗଭୀର ଖାଇକୁ ଖସିପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ବସ୍‌ରେ ପ୍ରାୟ ୩୬ଜଣ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଏହା ଗଲି ମଇଦାନରୁ ପୁଞ୍ଚକୁ ଯାଉଥିଲା। ତେବେ ବସ୍‌ଟି ସାଭୟାନର ସୀମାନ୍ତବର୍ତ୍ତୀ ଅଞ୍ଚଳର ବରାରି ନାଳ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା।

ଅଧିକାରୀଙ୍କ କହିବାନୁସାରେ, ସେନା, ପୋଲିସ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ମିଳିତ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।