ପୁଞ୍ଚରେ ଖାଇକୁ ଖସିଲା ବସ୍: ୯ ମୃତ ୨୭ ଆହତ

Published: Sep 14, 2022, 1:06 pm IST

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଏକ ମିନି ବସ୍ ଏକ ଗଭୀର ଖାଇକୁ ଖସିପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ବସ୍‌ରେ ପ୍ରାୟ ୩୬ଜଣ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଏହା ଗଲି ମଇଦାନରୁ ପୁଞ୍ଚକୁ ଯାଉଥିଲା। ତେବେ ବସ୍‌ଟି ସାଭୟାନର ସୀମାନ୍ତବର୍ତ୍ତୀ ଅଞ୍ଚଳର ବରାରି ନାଳ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା।

ଅଧିକାରୀଙ୍କ କହିବାନୁସାରେ, ସେନା, ପୋଲିସ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ମିଳିତ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Related posts