Categories
ଆଜିର ଖବର ରାଜ୍ୟ ଖବର

ପୁଣି ଆମ୍ବୁଲାନ୍ସ ସମସ୍ୟା: ଖୋଲା ଆକାଶ ତଳେ ପୁତ୍ର ସନ୍ତାନ ଜନ୍ମ କଲେ ମହିଳା

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ଜନୈକା ମହିଳା କିସିଣ୍ଡା ହାଟପଦା ଠାରେ ଖୋଲା ଆକାଶ ତଳେ ପ୍ରସବ କରିଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ମହୁକୁଦ ଗ୍ରାମର ପିଣ୍ଟୁ ବେହେରାଙ୍କ ସ୍ତ୍ରୀ ଅଞ୍ଜଳୀ ବେହେରା ଆଜି ସକାଳ ସମୟରେ ପ୍ରସବ ପାଇଁ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ତାଙ୍କୁ ଆମ୍ବଲାନ୍ସ ମିଳିପାରିନଥିଲା। ବାଧ୍ୟ ହୋଇ ଅଞ୍ଜଳୀକୁ ତାଙ୍କ ସ୍ୱାମୀ ଏକ ବସ୍ ରେ ସମ୍ବଲପୁର ମେଡିକାଲକୁ ନେଉଥିବା ସମୟରେ କିସିଣ୍ଡା ଠାରେ ଅଞ୍ଜଳୀ ପ୍ରସବ ପାଇଁ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ବାଧ୍ୟ ହୋଇ ସ୍ବାମୀ ତାଙ୍କୁ ପାଖରେ ଥିବା ସାପ୍ତାହିକ ହାଟ ପଦାକୁ ବସ୍ ରୁ ଓହ୍ଲାଇ ନେଇଯାଇଥିଲେ।

ସେଠାରେ ମହିଳାଜଣଙ୍କ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ପ୍ରସବ ସମୟରେ ଆଶାକର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଏ ଖବର କିସିଣ୍ଡାର ଫ୍ରେଣ୍ଡସ କ୍ଲବର ସଦସ୍ୟ ମାନେ ଜଣିବାପରେ ଘଟଣା ସ୍ଥଳକୁ ଯାଇ ଏକ ଆମ୍ବଲାନ୍ସ ଗାଡିକୁ ଯୋଗାଯୋଗ କରି ନାକଟିଦେଉଳ ମେଡିକାଲକୁ ପଠେଇଥିଲେ। ବର୍ତ୍ତମାନ ମା’ ଅଞ୍ଜଳୀ ଏବଂ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପୁତ୍ର ସନ୍ତାନ ଜନ୍ମ ଦେଲେ ଟିଏମସି ସାଂସଦ ନୁସରତ ଜହାଁ: ଗର୍ଭଧାରଣକୁ ନେଇ ସ୍ୱାମୀ ନିଖିଲଙ୍କର ଥିଲା ଏଭଳି ପ୍ରତିକ୍ରିୟା

କଲିକତା: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁଙ୍କ ଘରକୁ ଏକ ଛୋଟ ଅତିଥି ଆସିଛନ୍ତି। କିଛି ସମୟ ପୂର୍ବରୁ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଖବର ଅନୁଯାୟୀ ଗତକାଲି ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନୁସରତ ଜହାଁଙ୍କ ଗର୍ଭବତୀ ହେବା ଖବର ପରେ ଅନେକ ବିବାଦ ଦେଖାଦେଇଥିଲା। ଏଭଳି ଖବର ଆସିବା ପରେ ତାଙ୍କ ସ୍ୱାମୀ ନିଖିଲ ଜୈନ ଦାବି କରିଥିଲେ ଯେ, ସେ ତାଙ୍କଠାରୁ ଅଲଗା ରହୁଛନ୍ତି ଏବଂ ଗର୍ଭଧାରଣ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଏହାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ନିଜ ଛୁଆ ଉପରେ ପୁରା ଧ୍ୟାନ ରଖିଥିଲେ। ସେ କୌଣସି ପ୍ରକାରର ବିବୃତ୍ତିରୁ ଦୂରେଇ ରହିଥିବାର ଦେଖାଯାଇଥିଲା। ଆଜି ସେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି।

୨୦୧୯ ମସିହାରେ ତୁର୍କୀରେ ନିଖିଲ ଜୈନଙ୍କ ସହ ନୁସରତଙ୍କ ବିବାହ ହୋଇଥିଲା। କିନ୍ତୁ ଏହି ବିବାହ ବେଶୀ ଦିନ ତିଷ୍ଠି ରହିନଥିଲା। ବିବାହର କିଛି ମାସ ମଧ୍ୟରେ, ନୁସରତ ଏବଂ ନିଖିଲଙ୍କ ମଧ୍ୟରେ ଅଲଗା ହେବାର ଖବର ଆସିବାକୁ ଲାଗିଲା। ଅନେକ ସମୟରେ ଗୁଜବ ପ୍ରଚାରିତ ହୋଇଥିଲା ଯେ, ନୁସରତଙ୍କ ସହ ଅଭିନେତା ଯଶ ଦାସଗୁପ୍ତଙ୍କ ସମ୍ପର୍କ ରହିଛି। ସେହି ସମୟରେ ଦୁହେଁ ଏକାଠି ରାଜସ୍ଥାନ ଯାତ୍ରା ମଧ୍ୟ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ମନୋରଂଜନ

ଦ୍ଵିତୀୟ ଥର ପାଇଁ ବାପା ମା’ ହେଲେ ଗୀତା ବସରା ଏବଂ ହରଭଜନ ସିଂହ: ଜନ୍ମ ଦେଲେ ପୁତ୍ର ସନ୍ତାନ

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ପୂର୍ବତନ କ୍ରିକେଟ ଖେଳାଳି ହରଭଜନ ସିଂହଙ୍କ ପତ୍ନୀ ଗୀତା ବସରା ଦ୍ଵିତୀୟ ସନ୍ତାନର ମା’ ହୋଇଛନ୍ତି। ଗୀତା ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୂର୍ବରୁ ଏହି ଦମ୍ପତି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ମା’ ବାପା ହେବାରେ ସୌଭାଗ୍ୟ ଲାଭ କରିଥିଲେ।

ତେବେ ସେମାନେ ତାଙ୍କ ଝିଅର ନାମ ହିନାୟା ରଖିଛନ୍ତି। ଜୁଲାଇ ୨୭ ତାରିଖ ୨୦୧୬ରେ ହିନାୟାର ଜନ୍ମ ହୋଇଥିଲା। ବର୍ତ୍ତମାନ ନୂଆ ଅତିଥିକୁ ପାଇ ହରଭଜନ ଏବଂ ଗୀତା ବହୁତ ଖୁସି ନଜର ଆସିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗୀତା ବସରା ୨୦୧୫ ମସିହା ୨୯ ଅକ୍ଟୋବର ଦିନ ହରଭଜନ ସିଂହଙ୍କୁ ପଞ୍ଜାବର ଜଳନ୍ଧରରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କ୍ରିକେଟ ଜଗତ ଏବଂ ସିନେମା ଜଗତର ବହୁ ତାରକାମାନେ ସାମିଲ ହୋଇଥିଲେ।