Categories
ଆଜିର ଖବର ରାଜ୍ୟ ଖବର

ତିନୋଟି ଟ୍ରେନର ସମୟ ପ୍ରତ୍ୟକ ତିନୋଟି ଷ୍ଟେସନ ଠାରେ ସମୟରେ ପୁନଃ ନିର୍ଦ୍ଧାରଣ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପରିଚାଳନାଗତ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ, ଢେଙ୍କାନାଳ-ଅନୁଗୁଳ ଏବଂ ଜଖପୁରା-ନୟାଗଡ଼ ରେଳ ସେକ୍ସନ ର ପ୍ରତ୍ୟକ ତିନୋଟି ଭିନ୍ନ ଷ୍ଟେସନରେ ତିନୋଟି ଟ୍ରେନର ସମୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।

12894 ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଅନୁଗୁଳ, ତାଳଚେର ରୋଡ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମାନଙ୍କରେ 16 ଅଗଷ୍ଟ 2023 ଠାରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ ଯାହାକି ପୁରୁଣା ସମୟ ସାରଣୀ ଠାରୁ କିଛି ସମୟ ପୂର୍ବରୁ ଯାତ୍ରା କରିବ। ବାଲାଙ୍ଗୀରରୁ ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ଅନୁଗୁଳ ଠାରେ ସନ୍ଧ୍ୟା 07ଘ.10 ମି.ରେ ପହଞ୍ଚି ସନ୍ଧ୍ୟା 07ଘ.12 ମି.ରେ ଛାଡିବ, ତାଳଚେର ରୋଡ଼ ଠାରେ ସନ୍ଧ୍ୟା 07ଘ.15 ମି.ରେ ପହଞ୍ଚି ସନ୍ଧ୍ୟା 07ଘ.17 ମି.ରେ ଛାଡିବ ଓ ମେରାମଣ୍ଡଳୀ ଠାରେ ସନ୍ଧ୍ୟା 07ଘ.37 ମି.ରେ ପହଞ୍ଚି ସନ୍ଧ୍ୟା 07ଘ.38 ମି.ରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

18303 ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଅନୁଗୁଳ, ତାଳଚେର ରୋଡ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମାନଙ୍କରେ 16 ଅଗଷ୍ଟ 2023 ଠାରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ ଯାହାକି ପୁରୁଣା ସମୟ ସାରଣୀ ଠାରୁ କିଛି ସମୟ ପୂର୍ବରୁ ଯାତ୍ରା କରିବ। ସମ୍ବଲପୁରରୁ ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ଅନୁଗୁଳ ଠାରେ ପୂର୍ବାହ୍ନ 08ଘ.35 ମି.ରେ ପହଞ୍ଚି ପୂର୍ବାହ୍ନ 08ଘ.37 ମି.ରେ ଛାଡିବ, ତାଳଚେର ରୋଡ଼ ଠାରେ ପୂର୍ବାହ୍ନ 08ଘ.45 ମି.ରେ ପହଞ୍ଚି ପୂର୍ବାହ୍ନ 08ଘ.46 ମି.ରେ ଛାଡିବ ଓ ମେରାମଣ୍ଡଳୀ ଠାରେ ପୂର୍ବାହ୍ନ 09ଘ.03 ମି.ରେ ପହଞ୍ଚି ପୂର୍ବାହ୍ନ 09ଘ.04 ମି.ରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ସେହିଭଳି, 18415 ବଡ଼ବିଲ-ପୁରୀ ଏକ୍ସପ୍ରେସ ନୟାଗଡ଼, ପର୍ଜନପୁର ଏବଂ ଗୋଆଲଡିହ ରେଳ ଷ୍ଟେସନ ମାନଙ୍କରେ 20 ଅଗଷ୍ଟ 2023 ଠାରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ ଯାହାକି ପୁରୁଣା ସମୟ ସାରଣୀ ଠାରୁ କିଛି ସମୟ ପୂର୍ବରୁ ଯାତ୍ରା କରିବ। ବଡ଼ବିଲରୁ ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ନୟାଗଡ଼ ଠାରେ ଅପରାହ୍ନ 12ଘ.52 ମି.ରେ ପହଞ୍ଚି ଅପରାହ୍ନ 12ଘ.53 ମି.ରେ ଛାଡିବ, ପର୍ଜନପୁର ଠାରେ ଅପରାହ୍ନ 01ଘ.03 ମି.ରେ ପହଞ୍ଚି ଅପରାହ୍ନ 01ଘ.04 ମି.ରେ ଛାଡିବ ଓ ଗୋଆଲଡିହ ଠାରେ ଅପରାହ୍ନ 01ଘ.14 ମି.ରେ ପହଞ୍ଚି ଅପରାହ୍ନ 01ଘ.15 ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ।

ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଉପରୋକ୍ତ ଟ୍ରେନ୍ଗୁଡ଼ିକର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୫ ତାରିଖ: ୧୫୬ ଟ୍ରେନ ବାତିଲ, ୧୫ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୫୬ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୭ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ସମୁଦାୟ ୧୬୮ ଟ୍ରେନ୍ ବାତିଲ, ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୬୮ ଟ୍ରେନ୍ ବାତିଲ କରିଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାର ଉପାୟ ବିଷୟରେ-

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।