Categories
ଆଜିର ଖବର ଜାତୀୟ ଖବର

ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍‌ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏଠାରେ ୩,୦୬୬ ପିତାମାତା କାହାଣୀ ଶୁଣାଇବା ମାଧ୍ୟମରେ ସମାଜରେ ପଢ଼ିବା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ପିଲାମାନଙ୍କୁ ପଢ଼ାଇଥିଲେ।

ନ୍ୟାସନାଲ ବୁକ୍ ଟ୍ରଷ୍ଟର ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ପଢ଼ିବାର ଖୁସିକୁ ପ୍ରସାର  କରିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ। ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରଶଂସା।’

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କଲେ ମାନବ ଜାତିର ପ୍ରଗତିରେ ହିଁ ନିବେଶ ହୋଇଥାଏ। ଜି-୨୦ର ରାଷ୍ଟ୍ର ସମୂହ ଓ ସଦସ୍ୟମାନେ ଜ୍ଞାନ, କୌଶଳ, ସାମାଜିକ ଆର୍ଥିକ ଦୂରତାକୁ ହ୍ରାସ କରିବା ସହ ଜୀବନବ୍ୟାପୀ ଶିକ୍ଷା ଗ୍ରହଣର ସୁଯୋଗ ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ସହ ଏକ ସମୃଦ୍ଧ ବିଶ୍ୱ ଗଢିବା ପାଇଁ ଆଗେଇ ଆସିବା ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁନେରେ ଅନୁଷ୍ଠିତ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ଫଳାଫଳର ପ୍ରତିବଦ୍ଧତାକୁ ଦୋହରାଇଛି। ସବୁ ଦେଶ ନାଗରିକଙ୍କୁ ଶିକ୍ଷା ଏବଂ ଦକ୍ଷତା ଉପରେ ଅଧିକ ପ୍ରଧାନ୍ୟ ଦେବା ସହ ନାଗରିକଙ୍କ ଶିକ୍ଷା ଆହରଣକୁ ଜୀବନବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବାକୁ ହେବ।

ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧି ମଣ୍ଡଳି ଓ ୟୁନିସ୍କୋ, ୟୁନିସେଫ ଓ ଓଇସିଡି ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି -୨୦ ବୈଠକ ମନ୍ତ୍ରୀସ୍ତରୀୟ ଆଲୋଚନାରୁ ଉର୍ଦ୍ଧ୍ୱକୁ ଯାଇ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ପରିସଂସ୍ଥାନର ୫.୨ କୋଟିରୁ ଉର୍ଦ୍ଧ୍ୱ ଷ୍ଟେକହୋଲଡର ଯୋଡି ହେବା ଖୁସିର ବିଷୟ। ଏହା ହିଁ ବାସ୍ତବରେ ବସୁଧୈବ କୁଟୁମ୍ବକମ କଥାବସ୍ତୁ ତଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଆତ୍ମାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ମାନବ ଜାତିର କଲ୍ୟାଣ ଏବଂ ଗୁଣାତ୍ମକ ଶିକ୍ଷା ସହ ସୁଶାସନ ହେଉଛି ଭାରତର ଉଦ୍ଦେଶ୍ୟ। ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସମଗ୍ର ବିଶ୍ୱର ଶିଶୁ ଓ ଯୁବପିଢି ସାମଗ୍ରିକ ଶିକ୍ଷାରୁ କିପରି ଲାଭ ପାଇବେ ଏବଂ ଏକବିଂଶ ଶତାବ୍ଦୀର କୌଶଳରେ ସଶକ୍ତ ହେବେ। ବ୍ରାଜିଲର ଅଧ୍ୟକ୍ଷତାରେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକକୁ ଭାରତ ସମର୍ଥନ କରୁଛି। ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବାରେ ଭାରତ ବ୍ରାଜିଲ ସହ କାର୍ଯ୍ୟ କରିବ ତଥା ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପକୁ ସକରାତ୍ମକ ପରିବର୍ତ୍ତନର ପ୍ରେରକ ଭାବେ ଉପସ୍ଥାପନା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ୟୋସେଫ୍ ଅଲ୍ ବେନୟାନଙ୍କ ସହ ଉଚ୍ଚ ଶିକ୍ଷାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ତଥା ବିଶେଷ ଭାବରେ ଉର୍ଜା ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ଜାପାନର ଶିକ୍ଷା ମନ୍ତ୍ରୀ ନାଗୋକା କେକୋଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଭାଗିତା ନେଇ ସମ୍ପର୍କକୁ ମଜଭୂତ କରିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତର ପ୍ରତିଭାଶାଳୀ ମାନବ ସମ୍ବଳ ଓ ଜାପାନର କ୍ଷମତା ଉଭୟ ଦେଶ ପାଇଁ ଅନେକ ସମ୍ଭାବନା ରଖିଛି। ଭାରତ ଏବଂ ଜାପାନ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କୌଶଳ, ପାଠ୍ୟକ୍ରମର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିପାରିବେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ପୁନେ ଟେକ୍ନୋଲୋଜି ୟୁନିଭର୍ସିଟିରେ ଇନୋଭେସନ, ଡିଜାଇନ ଓ ଏଣ୍ଟରପ୍ରିନେୟରସିପ ବୁଟ୍ କ୍ୟାମ୍ପର ଉଦଘାଟନ କରିଥିଲେ। ଏହି ବୁଟ୍ କ୍ୟାମ୍ପ ଦେଶର ଯୁବପିଢିଙ୍କୁ ବଡ଼ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ପାଇଁ ଅନୁପ୍ରାଣିତ କରିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାରେ ସହାୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୁନେ ଠାରେ ଅନୁଷ୍ଠିତ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ୟୁଏଇ, ୟୁକେ, ଓମାନ ଏବଂ ମରିସସର ଶିକ୍ଷା ମନ୍ତ୍ରୀଙ୍କ ସମେତ ୟୁନିସେଫ୍ ଓ ଓଇସିଡି ସଂଗଠନର ପ୍ରତିନିଧିଙ୍କ ସହ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

 

ଓମାନର ଉଚ୍ଚଶିକ୍ଷା, ଅନୁସନ୍ଧାନ ଏବଂ ନବସୃଜନ ମନ୍ତ୍ରୀ ଡା. ରହମା ଇବ୍ରାହିମ୍ ଅଲ୍ ମହାରୁକିଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷତଃ ଉଚ୍ଚଶିକ୍ଷା, ଗବେଷଣା, ଉର୍ଜା, ଖାଦ୍ୟ ସୁରକ୍ଷା, ବାୟୋଟେକ୍ ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ। ଅନୁରୂପ ଭାବରେ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ବେନହଲ୍ ଅଲ୍ ଫାଲାସୀଙ୍କ ସହ ‘ସ୍କୁଲରୁ ସ୍କିଲ୍’ର କଳ୍ପନାକୁ ପୂରଣ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସମ୍ମତି ପ୍ରକାଶ କରିଥିଲେ। ଏହି ବୈଠକରେ ଶ୍ରୀ ପ୍ରଧାନ ଭାରତ ଏବଂ ୟୁଏଇ ଛାତ୍ରଛାତ୍ରୀ ଏବଂ ଦକ୍ଷ ମାନବ ସମ୍ବଳର ସୁବିଧା ପାଇଁ ଡିଗ୍ରୀ ସମାନତା ଓ ଦକ୍ଷତା ସମନ୍ୱୟର ଫ୍ରେମଓ୍ୱାର୍କ ଉପରେ ଆଲୋଚନା କରିଥିଲେ।

ମରିସସର ଉପ ପ୍ରଧାନମନ୍ତ୍ରୀ ତଥା ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଲୀଲା ଦେବୀ ଡୁକୁନ – ଲୁଚୋମୁନଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଲୋଚନା ହୋଇଥିଲା। ମୋରିସସରେ ପାଠ୍ୟକ୍ରମ ଗବେଷଣା ଏବଂ ବିକାଶ ପାଇଁ ଅନୁଷ୍ଠାନ ପ୍ରତିଷ୍ଠା ତଥା କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ପ୍ରଦାନ କରିଥିଲେ । ୟୁକେର ସ୍କୁଲ ରାଷ୍ଟ୍ର ମନ୍ତ୍ରୀ ନିକ୍ ଗିବର ଶିକ୍ଷା ମନ୍ତ୍ରୀଙ୍କ ସହ ଧନ୍ଦାମୂଳକ ତାଲିମ ସହ ଦକ୍ଷତା ବିକାଶ କ୍ଷେତ୍ରରେ ବିଶେଷ ଭାବରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଆହୁରି ଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ ଦିଆଯାଇଥିଲା।

 

ୟୁନିସେଫର ଶିକ୍ଷା ଏବଂ କିଶୋର ବିକାଶର ନିର୍ଦ୍ଦେଶକ ରୋବର୍ଟ ଜେନକିନ୍ସ ତଥା ଓଇସିଡିର ଡେପୁଟି ସେକ୍ରେଟାରୀ ଜେନେରାଲ ୟୋସିକ୍ ଟି ଙ୍କ ସହ ଜି-୨୦ ସମ୍ପର୍କୀତ ବୈଠକ ଏବଂ ଗ୍ଲୋବାଲ ସାଉଥରେ ଭାରତର ପରିବର୍ତ୍ତନଶୀଳ ବିଷୟକୁ ରୂପାନ୍ତରଣ କରିବା ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ଦିଗରେ ଆଲୋଚନା କରିଥିଲେ। ସେହିପରି ୟୁନିସେଫ ଓ ଭାରତ ସରକାରଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟ ଏବଂ ଫଳାଫଳ ନେଇ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷା ନୀତି ଆଧାରରେ ଶିଶୁଯତ୍ନ ଏବଂ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ୟୁନିସେଫ୍ ଓ ଭାରତର ସହଯୋଗକୁ ବ୍ୟାପକ କରିବା ପାଇଁ ଚର୍ଚ୍ଚା ହୋଇଥିଲା।

ଶ୍ରୀ ପ୍ରଧାନ ଜି-୨୦ ସମ୍ମିଳନୀର କଥାବସ୍ତୁ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ପୁନେ ଯାଉଥିବା ବିମାନରେ ଧକ୍କା ହେଲା ପକ୍ଷୀ: ବନ୍ଦ ହେଲା ଉଡାଣ

ଭୁବନେଶ୍ଵର: ଭୁବନେଶ୍ଵରରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ଧକ୍କା ହୋଇଥିବା ସୂଚନା ରହିଛି। ଉଡାଣର କିଛି ସମୟ ପରେ ପକ୍ଷୀଟି ଧକ୍କା ହୋଇଛି। ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଛି। ବର୍ତ୍ତମାନ ବିମାନକୁ କର୍ତ୍ତୁପକ୍ଷ ଯାଞ୍ଚ କରୁଛନ୍ତି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଥିବା ବେଳେ ଏବେ ସମସ୍ତେ ବିମାନ ବନ୍ଦରରେ ଅଟକି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ଠାରୁ ପୁନେରେ ଉପଲବ୍ଧ ହେବ ଜିଓ ଟ୍ରୁ-୫ଜି: “ଜିଓ ୱେଲକମ୍ ଅଫର’ରେ ଆମନ୍ତ୍ରଣ

ଭୁବନେଶ୍ୱର/ ପୁନେ: ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ।

ଯେତେବେଳେ କୌଣସିି ସହରର ଏକ ବୃହତର ଅଂଶରେ ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ ହୋଇଯାଏ, ତା’ପରେ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥାଏ। ଏହା ଦ୍ୱାରା ଜିଓ ଗ୍ରାହକମାନେ ସବୁଠୁ ଉନ୍ନତ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଉତମ କଭରେଜ୍ ଏବଂ ଅନୁଭୁତି ପାଇପାରୁଛନ୍ତି।

ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “୧୨ଟି ସହରରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ପରେ ଜିଓ ଗ୍ରାହକମାନଙ୍କ ଏକ ବଡ଼ ସଂଖ୍ୟା ଜିଓ ୱେଲକମ୍ ଅଫରରେ ସାମିଲ ହୋଇଛନ୍ତି। ଫଳରେ ଗ୍ରାହକମାନଙ୍କ ଅନୁଭୂତି ଓ ସେବା ମତାମତ ଆଧାରରେ ଦୁନିଆର ଯେକୌଣସି ସ୍ଥାନର ସବୁଠୁ ଉନ୍ନତ ୫ଜି ନେଟୱର୍କ ସୃଷ୍ଟି କରିବାରେ ଏହା ଜିଓ ପାଇଁ ସହାୟକ ହୋଇପାରିଛି।’’

ଆଶାନୁସାରେ, ଜିଓର ୪ଜି ନେଟ୍‌ୱର୍କରେ ବ୍ୟବହାର ହେଉଥିବା ଡାଟା ତୁଳନାରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟାର ବ୍ୟବହାର ବହୁ ଗୁଣା ଅଧିକ ରହିଛି। ସବୁଠୁ ଉଲ୍ଲେଖନୀୟ ବିଷୟ ହେଉଛି ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ହାଇ ସ୍ପିଡ୍ ଏବଂ ଅତ୍ୟନ୍ତ ଲୋ ଲାଟେନ୍ସିରେ ଡାଟା ଅନୁଭୂତି ପ୍ରଦାନ କରାଯାଉଛି। କେବଳ ଟ୍ରୁ-୫ଜି ନେଟ୍‌ୱର୍କରେ ଯାହା ସମ୍ଭବ ସେଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି।’’

ପୁନେରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ରହୁଛନ୍ତି ଏବଂ ଏହା ଅଗ୍ରଣୀ ଆଇଟି ହବ୍ ଭାବେ ପରିଚିତ ତଥା ଏହା ହେଉଛି ଭାରତର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟୋମୋବାଇଲ୍ ଓ ମାନୁଫାକ୍‌ଚରିଂ ହବ୍। ପୁନେବାସୀଙ୍କ ପାଇଁ ଜିଓ ଟ୍ରୁ-୫ଜି ବାସ୍ତବରେ ପରିବର୍ତନକାରୀ ସାବ୍ୟସ୍ତ ହେବ।

ନଭେମ୍ବର ୨୩ ତାରିଖରୁ ପୁନେରେ ଥିବା ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ପାଇଁ ଆମନ୍ତ୍ରଣ କରାଯିବ ଯେଉଁଥିରେ ବିନା କୌଣସିି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ମିଳିପାରିବ।

Categories
ଆଜିର ଖବର

ପୁନେରେ ଛାତ୍ରଙ୍କ ସହ ଆଲୋଚନା କଲେ ରାହୁଲ୍‌

ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି  ପୁନେଠାରେ ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପରେ  ସମ୍ପ୍ରତି ଦେଶର ରାଜନୈତିକ ମାହୋଲକୁ ଦେଖି ନିର୍ମାଣ ହେଉଥିବା ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫିଲ୍ମକୁ ନେଇ ଆଲୋଚନା କରାଯାଇଥିଲା। ଏହି ସମୟରେ ରାହୁଲ୍‌ଙ୍କ ଜୀବନୀ ଫିଲ୍ମରେ ହିରୋଇନ୍‌ କିଏ ହେବ ନେଇ କିଛି ଛାତ୍ର ପ୍ରଶ୍ନ କରିଥିଲେ, ତେବେ ଏହି ପ୍ରଶ୍ନର ଉତ୍ତରରେ ରାହୁଲ୍‌ କହିଥିଲେ ଯେ, ସେ ତାଙ୍କ କାମକୁ ବିବାହ କରିସାରିଛନ୍ତି। ସେହିପରି ସୋସିଆଲ୍‌ ମିଡିଆାରେ ଆଲୋଚନା କରିବା ସମୟରେ ସେ କହିଛନ୍ତି ଯେ  ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ଭଲ ପା‘’ନ୍ତି। ମୋଦିଙ୍କ ପାଇଁ ତାଙ୍କ ହୃଦୟରେ ଘୃଣା କି ରାଗ ନାହିଁ ବୋଲି ସେ କହିଛନ୍ତି। ଏହି ଅବସରରେ କଂଗ୍ରେସ ତରଫରୁ ଘୋଷଣା କରା ଯାଇଥିବା ନ୍ୟାୟ ଯୋଜନା ବିଷୟରେ କହିବା ସହିତ ଗରିବଙ୍କ ପାଇଁ  ସେ ଦୃଢ ଭାବରେ ଠିଆ ହୋଇଛନ୍ତି ବୋଲି କହିଥିଲେ। ସେହିପରି ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ବଢାଇବା ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବଦ୍ଧ ରହିଛନ୍ତି ବୋଲି କହିଥିଲେ କଂଗ୍ରେସ। ସେହିପରି ମୋଦି ସରକାରଙ୍କ ବିମୁଦ୍ରାକରଣକୁ ବିଧ୍ବଂସକାରୀ ବିଚାର ବୋଲି ଅଭିହିତ କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )