ଆଜି ଠାରୁ ପୁନେରେ ଉପଲବ୍ଧ ହେବ ଜିଓ ଟ୍ରୁ-୫ଜି: “ଜିଓ ୱେଲକମ୍ ଅଫର’ରେ ଆମନ୍ତ୍ରଣ

Published: Nov 23, 2022, 7:05 pm IST

ଭୁବନେଶ୍ୱର/ ପୁନେ: ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ।

ଯେତେବେଳେ କୌଣସିି ସହରର ଏକ ବୃହତର ଅଂଶରେ ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ ହୋଇଯାଏ, ତା’ପରେ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥାଏ। ଏହା ଦ୍ୱାରା ଜିଓ ଗ୍ରାହକମାନେ ସବୁଠୁ ଉନ୍ନତ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଉତମ କଭରେଜ୍ ଏବଂ ଅନୁଭୁତି ପାଇପାରୁଛନ୍ତି।

ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “୧୨ଟି ସହରରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ପରେ ଜିଓ ଗ୍ରାହକମାନଙ୍କ ଏକ ବଡ଼ ସଂଖ୍ୟା ଜିଓ ୱେଲକମ୍ ଅଫରରେ ସାମିଲ ହୋଇଛନ୍ତି। ଫଳରେ ଗ୍ରାହକମାନଙ୍କ ଅନୁଭୂତି ଓ ସେବା ମତାମତ ଆଧାରରେ ଦୁନିଆର ଯେକୌଣସି ସ୍ଥାନର ସବୁଠୁ ଉନ୍ନତ ୫ଜି ନେଟୱର୍କ ସୃଷ୍ଟି କରିବାରେ ଏହା ଜିଓ ପାଇଁ ସହାୟକ ହୋଇପାରିଛି।’’

ଆଶାନୁସାରେ, ଜିଓର ୪ଜି ନେଟ୍‌ୱର୍କରେ ବ୍ୟବହାର ହେଉଥିବା ଡାଟା ତୁଳନାରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟାର ବ୍ୟବହାର ବହୁ ଗୁଣା ଅଧିକ ରହିଛି। ସବୁଠୁ ଉଲ୍ଲେଖନୀୟ ବିଷୟ ହେଉଛି ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ହାଇ ସ୍ପିଡ୍ ଏବଂ ଅତ୍ୟନ୍ତ ଲୋ ଲାଟେନ୍ସିରେ ଡାଟା ଅନୁଭୂତି ପ୍ରଦାନ କରାଯାଉଛି। କେବଳ ଟ୍ରୁ-୫ଜି ନେଟ୍‌ୱର୍କରେ ଯାହା ସମ୍ଭବ ସେଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି।’’

ପୁନେରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ରହୁଛନ୍ତି ଏବଂ ଏହା ଅଗ୍ରଣୀ ଆଇଟି ହବ୍ ଭାବେ ପରିଚିତ ତଥା ଏହା ହେଉଛି ଭାରତର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟୋମୋବାଇଲ୍ ଓ ମାନୁଫାକ୍‌ଚରିଂ ହବ୍। ପୁନେବାସୀଙ୍କ ପାଇଁ ଜିଓ ଟ୍ରୁ-୫ଜି ବାସ୍ତବରେ ପରିବର୍ତନକାରୀ ସାବ୍ୟସ୍ତ ହେବ।

ନଭେମ୍ବର ୨୩ ତାରିଖରୁ ପୁନେରେ ଥିବା ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ପାଇଁ ଆମନ୍ତ୍ରଣ କରାଯିବ ଯେଉଁଥିରେ ବିନା କୌଣସିି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ମିଳିପାରିବ।

Related posts