Categories
ଆଜିର ଖବର ରାଜ୍ୟ ଖବର

ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ଚଳିତ ସପ୍ତାହରେ ସାମିଲ ହେଲେ ଆଉ ୬ ପ୍ରମୁଖ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଜାରି ରହିଛି।

ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଅଂଶସ୍ୱରୂପ ଚଳିତ ସପ୍ତାହରେ ଜିଓ ଟ୍ରୁ ୫ଜି କ୍ୟାମ୍ପସ ଅଭିଯାନରେ ହୋଇଛନ୍ତି ଆଉ ଛଅ ପ୍ରମୁଖ ଶିକ୍ଷାନୁଷ୍ଠାନ।

ଚଳିତ ସପ୍ତାହରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜଗାଙ୍ଗପୁରର ଏସ ଡି ମହିଳା ମହାବିଦ୍ୟାଳୟ, କଟକର ଡ୍ରିମ୍ସ , କୋଣାର୍କର ଭଗବତୀ କଲେଜ, ସୁନ୍ଦରଗଡର ସରକାରୀ ମହାବିଦ୍ୟାଳୟ ଏବଂ ଖୋର୍ଦ୍ଧାର ଗୀତା କଲେଜ ଜିଓ ଟ୍ରୁ ୫ଜି କ୍ୟାମ୍ପସରେ ପରିଣତ ହୋଇଛି।

ଏଥିପୂର୍ବରୁ ରାଉରକେଲାର ଏସକେଡ଼ିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଜିଲ୍ଲାର ଭଦ୍ରକ ଅଟୋନମସ କଲେଜ ଏବଂ କେନ୍ଦୁଝର ଜିଲ୍ଲାର ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସର ଜିଓ ଟ୍ରୁ୫ଜି କ୍ୟାମ୍ପସରେ ପରିଣତ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ସହ ଏକ ଭାବ ବିନିମୟ କାର‌୍ୟ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍ ପକ୍ଷରୁ ଟ୍ରୁ-୫ଜିର ବହୁମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନାକୁ ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡ଼ିଓ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହାର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା। ଏଥିସହିତ ଜିଓର ଅଭିନବ ଏଆର ଭିଆର ଡିଭାଇସ ଜିଓ ଡାଇଭ ବ୍ୟବହାର ଅନୁଭୂତି ନେଇଥିଲେ ଛାତ୍ରଛାତ୍ରୀ।

ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଅଧିକ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ନଜରରେ ରଖି ଜିଓ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଏବଂ ନିରବଚ୍ଛିନ୍ନ ୫ଜି ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍ ସ୍ଥାପନ କରାଯାଇଛି।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି।

ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରହିଛି ଯାହା ୫ଜି-ସ୍ଥାପନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି। ଜିଓ ଟ୍ରୁ-୫ଜିର ତିନି-ସ୍ତରୀୟ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି ଯେଉଁଥିରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଢାଂଚା ସହିତ ଉନ୍ନତ ୫ଜି ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ କୌଣସି ନିର୍ଭରଶୀଳତା ନାହିଁ; ୭୦୦ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍ ମିଶ୍ରଣ, କ୍ୟାରିୟର ଏଗ୍ରିଗେସନ ଯାହା କ୍ୟାରିୟର ଏଗ୍ରିଗେସନ ନାମକ ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ୫ଜି ଫ୍ରିକ୍ୟୁଏନ୍‌ସିଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ମିଶ୍ରଣ କରି ଏକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରିଛି।

ଭାରତର ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ଜିଓର ଟ୍ରୁ-୫ଜି ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦ୍ରୁତ ଓ ଭରସାଯୋଗ୍ୟ ଯୋଗାଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଥିବା ବେଳେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଫାକଲ୍‌ଟି ସଦସ୍ୟମାନଙ୍କୁ ସଶକ୍ତ କରୁଛି। ଅଧିକ ଶିକ୍ଷାନୁଷ୍ଠାନ ଏହି ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବାର ସମ୍ଭାବନା ଏହି ପ୍ରଯୁକ୍ତି ପାଖରେ ରହିଛି ଯାହା ଜ୍ଞାନ ପ୍ରସାରଣ, ନବସୃଜନ ଓ ସହଯୋଗିତାର ଅସୀମ ସମ୍ଭାବନାକୁ ଉଜାଗର କରୁଛି। ସାରା ଭାରତର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରର୍ବତୀ ପିଢ଼ିର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି

ଭୁବନେଶ୍ୱର/ ବିଶାଖପାଟଣା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ପୁଂଜିନିବେଶ କରିବ। ଆନ୍ଧ୍ର ପ୍ରଦେଶର ଉତ୍ପାଦଗୁଡ଼ିକୁ ସାରା ଦେଶରେ ପହଂଚାଇବା ଲାଗି ରିଲାଏନ୍ସ ରିଟେଲ୍ ଏହାର କୃଷି ଆଧାରିତ ଉତ୍ପାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର ଏହି ପଦକ୍ଷେପଗୁଡ଼ିକ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ‘ଆନ୍ଧ୍ରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ୨୦୨୩’ ରେ ଯୋଗଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ଏହି ସମ୍ମିଳନୀରେ ରିଟେଲ୍ କ୍ଷେତ୍ର ସମ୍ପର୍କରରେ ଉପସ୍ଥାପନା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ୬ ହଜାର ଗ୍ରାମର ୧ ଲକ୍ଷ ୨୦ ହଜାରରୁ ଅଧିକ କିରାନା ବ୍ୟବସାୟୀଙ୍କ ସହ ରିଲାଏନ୍ସ ରିଟେଲ୍ ସହଯୋଗିତା ସ୍ଥାପନ କରିଛି। ଡିଜିଟାଲ୍ ଯୁଗରେ ଛୋଟ ବ୍ୟବସାୟୀମାନେ ଯେଭଳି ସମୃଦ୍ଧ ହୋଇପାରିବେ ସେଥିପାଇଁ ସେମାନଙ୍କ ଲାଗି ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି। ରିଲାଏନ୍ସ ରିଟେଲ୍ ଆନ୍ଧ୍ରପ୍ରଦେଶରେ ୨୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି।

ରିଲାଏନ୍ସ ଜିଓ ବିଷୟରେ ପ୍ରକାଶ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ୍ ନେଟ୍‌ୱର୍କ ପ୍ରସ୍ତୁତ କରିଛି ଯାହା ରାଜ୍ୟର ୯୮ ପ୍ରତିଶତ ଲୋକମାନଙ୍କ ପାଖରେ ପହଂଚିପାରିଛି। ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ।

ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ କ୍ଷମତାକୁ ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ରାଜ୍ୟର ଆର୍ଥିକ କ୍ଷମତା ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କଂପାନିଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ। ରାଜ୍ୟର କେଜି-ଡି୬ ବେସିନ୍ ଓ ତାହାର ପାଇପ୍‌ଲାଇନ୍‌ରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ। ଦେଶର ମୋଟ ଗ୍ୟାସ୍ ଉତ୍ପାଦନରେ କେଜି-ଡି୬ର ପ୍ରାୟ ୩୦ ପ୍ରତିଶତ ଯୋଗଦାନ ରହିଛି।

ଆନ୍ଧ୍ରପ୍ରଦେଶର ବିଶେଷ ଗୁଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଏଠାରେ ଫାର୍ମା ଓ ଭିତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି। ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଭରସା ପ୍ରକଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ଟ୍ରୁ ୫ଜି ସେବା ଏବେ ଓଡ଼ିଶାର ୧୦ଟି ସହରରେ ଉପଲବ୍ଧ

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତର ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି।

ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି। ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍‍+ ସ୍ପିଡ୍‍ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ଅନୁଭୂତି ହାସଲ ନିମନ୍ତେ ଜିଓ ୱେଲ୍‍କମ ଅଫର୍‍କୁ ଆମନ୍ତ୍ରଣ କରାଯିବ, ଯାହା ଆଜିଠାରୁ ଆରମ୍ଭ ହେଉଛି।

ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି। ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି। ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି।

ଏହି ଅବସରରେ ପ୍ରକାଶ କରି ଜିଓ ମୁଖପାତ୍ର କହିଛନ୍ତି, “ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏଥିସହିତ ଦେଶର ମୋଟ ୧୮୪ଟି ସହରରେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି। ଏହା ଏପର୍ଯ୍ୟନ୍ତ କେବଳ ଭାରତ ନୁହେଁ, ପୃଥିବୀର ଯେକୌଣସି ସ୍ଥାନରେ ଅନ୍ୟତମ ସର୍ବବୃହତ ୫ଜି ସେବା ପ୍ରଚଳନ ହୋଇଛି।

ସମଗ୍ର ଦେଶରେ ଆମେ ଟ୍ରୁ ୫ଜି ସେବା ପ୍ରଚଳନର ବେଗ (ସ୍ପିଡ) ଓ ସାନ୍ଦ୍ରତା (ଇଣ୍ଟେନ୍‍ସିଟି)କୁ ତ୍ୱରାନ୍ୱିତ କରିଛୁ, କାରଣ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ଜିଓ ଟ୍ରୁ ୫ଜି ପ୍ରଯୁକ୍ତିର ରୂପାନ୍ତରଣକାରୀ ଫାଇଦା ନୂଆବର୍ଷ ୨୦୨୩ରେ ପାଆନ୍ତୁ ବୋଲି ଆମେ ଚାହୁଁଛୁ। ଜିଓ ଟ୍ରୁ ୫ଜି ସେବାରୁ ସମଗ୍ର ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ଏବଂ ସମସ୍ତ ଉପଭୋକ୍ତା ଏହା ଉପଭୋଗ କରିବାକୁ ସମର୍ଥ ହେବେ।

ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳକୁ ଡିଜିଟାଇଜ କରିବା ଦିଗରେ ଆମ ପ୍ରୟାସରେ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଆମେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ସରକାରମାନଙ୍କ ନିକଟରେ କୃତଜ୍ଞ।”

ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:

୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ।

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ।

୩. କ୍ୟାରିୟର ଆଗ୍ରିଗେସନ୍‍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ପାଇଁ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍‌ସେସ୍ (ଆଇବିଏଲ୍‌ଏସ୍‌) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି। ଜିଓ ଟ୍ରୁ-୫ଜିର ଅନ୍ୟତମ ଲକ୍ଷ୍ୟ ହେଉଛି ପ୍ରତି ଭାରତୀୟଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସଫଳତା ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ପ୍ରସ୍ତୁତ କରିବାରେ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହାୟକ ହେବ।

ଲୋ ଲାଟେନ୍‌ସି ସହ ଟ୍ରୁ-୫ଜି ପ୍ରଯୁକ୍ତି କେବଳ ପୁରୁଣା ପ୍ରଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ରୋବୋଟିକ୍ସ ଭିତିକ ଚିକିତ୍ସା/ ଅସ୍ତ୍ରୋପଚାର, ରିମୋଟ-ଆଇସିୟୁ, ଆଇସିୟୁ-ଆମ୍ବୁଲାନ୍ସ, ଗୋଷ୍ଠୀ କ୍ଲିନିକ୍ ଭଳି ସ୍ୱାସ୍ଥ୍ୟ ସେବାର ବହୁ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିବ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଇଲଖୁଂଟ ସାବ୍ୟସ୍ତ ହେବ।

ସୂଚନାଯୋଗ୍ୟ ଯେ, ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ। ଟ୍ରୁ-୫ଜି ନେଟ୍‌ୱର୍କର ବହୁ ବିଶେଷ ଗୁଣ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ଠାରୁ ପୁନେରେ ଉପଲବ୍ଧ ହେବ ଜିଓ ଟ୍ରୁ-୫ଜି: “ଜିଓ ୱେଲକମ୍ ଅଫର’ରେ ଆମନ୍ତ୍ରଣ

ଭୁବନେଶ୍ୱର/ ପୁନେ: ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ।

ଯେତେବେଳେ କୌଣସିି ସହରର ଏକ ବୃହତର ଅଂଶରେ ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ ହୋଇଯାଏ, ତା’ପରେ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥାଏ। ଏହା ଦ୍ୱାରା ଜିଓ ଗ୍ରାହକମାନେ ସବୁଠୁ ଉନ୍ନତ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଉତମ କଭରେଜ୍ ଏବଂ ଅନୁଭୁତି ପାଇପାରୁଛନ୍ତି।

ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “୧୨ଟି ସହରରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ପରେ ଜିଓ ଗ୍ରାହକମାନଙ୍କ ଏକ ବଡ଼ ସଂଖ୍ୟା ଜିଓ ୱେଲକମ୍ ଅଫରରେ ସାମିଲ ହୋଇଛନ୍ତି। ଫଳରେ ଗ୍ରାହକମାନଙ୍କ ଅନୁଭୂତି ଓ ସେବା ମତାମତ ଆଧାରରେ ଦୁନିଆର ଯେକୌଣସି ସ୍ଥାନର ସବୁଠୁ ଉନ୍ନତ ୫ଜି ନେଟୱର୍କ ସୃଷ୍ଟି କରିବାରେ ଏହା ଜିଓ ପାଇଁ ସହାୟକ ହୋଇପାରିଛି।’’

ଆଶାନୁସାରେ, ଜିଓର ୪ଜି ନେଟ୍‌ୱର୍କରେ ବ୍ୟବହାର ହେଉଥିବା ଡାଟା ତୁଳନାରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟାର ବ୍ୟବହାର ବହୁ ଗୁଣା ଅଧିକ ରହିଛି। ସବୁଠୁ ଉଲ୍ଲେଖନୀୟ ବିଷୟ ହେଉଛି ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ହାଇ ସ୍ପିଡ୍ ଏବଂ ଅତ୍ୟନ୍ତ ଲୋ ଲାଟେନ୍ସିରେ ଡାଟା ଅନୁଭୂତି ପ୍ରଦାନ କରାଯାଉଛି। କେବଳ ଟ୍ରୁ-୫ଜି ନେଟ୍‌ୱର୍କରେ ଯାହା ସମ୍ଭବ ସେଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି।’’

ପୁନେରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ରହୁଛନ୍ତି ଏବଂ ଏହା ଅଗ୍ରଣୀ ଆଇଟି ହବ୍ ଭାବେ ପରିଚିତ ତଥା ଏହା ହେଉଛି ଭାରତର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟୋମୋବାଇଲ୍ ଓ ମାନୁଫାକ୍‌ଚରିଂ ହବ୍। ପୁନେବାସୀଙ୍କ ପାଇଁ ଜିଓ ଟ୍ରୁ-୫ଜି ବାସ୍ତବରେ ପରିବର୍ତନକାରୀ ସାବ୍ୟସ୍ତ ହେବ।

ନଭେମ୍ବର ୨୩ ତାରିଖରୁ ପୁନେରେ ଥିବା ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ପାଇଁ ଆମନ୍ତ୍ରଣ କରାଯିବ ଯେଉଁଥିରେ ବିନା କୌଣସିି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର

ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇର ଶୁଭାରମ୍ଭ

ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍‌, କମର୍ସିଆଲ୍ ହବ୍ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଜିଓ) ପକ୍ଷରୁ ଘୋଷଣା କରାଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ନିକଟରେ ଶୁଭାରମ୍ଭ କରାଯାଇଥିବା ଜିଓ ଟ୍ରୁ-୫ଜି ସେବା ଏବଂ ଜିଓ ୱେଲ୍‌କମ ଅଫର ସହ ଏହି ସେବାକୁ ଯୋଡ଼ାଯାଇଛି। ଅଧିକରୁ ଅଧିକ ସହରରେ ଏହି ସେବା ପହଂଚାଇବା ଏବଂ ଟ୍ରୁ-୫ଜି ଲାଗି ପ୍ରସ୍ତୁତ ହାଣ୍ଡସେଟ୍ ଉପଲବ୍ଧତା ବଢ଼ାଇବା ଲାଗି ଜିଓ ଟିମ୍ ଅବିରତ କାର୍ଯ୍ୟ କରୁଛନ୍ତି।

ଏକ ଶୁଭ ଆରମ୍ଭ ସ୍ୱରୂପ, ଜିଓ ଟ୍ରୁ-୫ଜି ସେବା ସହିତ ରାଜସ୍ଥାନର ନାଥଦ୍ୱାରାରେ ଜିଓ ପକ୍ଷରୁ ଆଜି ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଜିଓ ୱେଲକମ୍ ଅଫର ଅବଧିରେ ଜିଓର ଗ୍ରାହକମାନେ ବିନା କୌଣସି ଚାର୍ଜରେ ଏହି ସେବା ପାଇପାରିବେ ଏବଂ ଅଣ-ଜିଓ ଗ୍ରାହକମାନେ ଜିଓକୁ ଆସି ପୂର୍ଣ୍ଣ ଏବଂ ଅସୀମିତ ସେବା ଅନୁଭବ ହାସଲ କରିବା ପୂର୍ବରୁ ମଧ ଏହି ସେବାକୁ ବ୍ୟବହାର କରିପାରିବେ। ଜିଓର “ଉଇ କେୟାର’ ଦର୍ଶନ ଯାହା ଏହାର ବ୍ରାଣ୍ଡ୍ ମୂଲ୍ୟବୋଧର ମୂଳମନ୍ତ୍ର ରହିଛି ସେଥିପ୍ରତି ଏହା ହେଉଛି ଆଉ ଏକ ପରିଚାୟକ।

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ମାନବତା ପ୍ରତି ସେବା ହେଉଛି ଭାରତୀୟ ସଂସ୍କୃତିର ଏକ ସ୍ନେହଭରା ଦିଗ ଯାହାର ମୂଳ ଆମର ସାମାଜିକ-ଧାର୍ମିକ ପରମ୍ପରାରେ ଦେଖିବାକୁ ମିଳୁଛି।

ପୂର୍ବରୁ କୁହାଯାଇଥିବା ଅନୁସାରେ ୫ଜି କେବଳ କିଛି ସ୍ୱଚ୍ଛଳ କିମ୍ବା ବୃହତ ସହରରେ ବାସ କରୁଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନାହିଁ। ଏହା ଭାରତର ପ୍ରତି ନାଗରିକ, ପ୍ରତି ଘର ଏବଂ ପ୍ରତି ବ୍ୟବସାୟ ପାଇଁ ନିଶ୍ଚିତ ରୂପେ ଉପଲବ୍ଧ ହେବ। ପ୍ରତି ଭାରତୀୟଙ୍କ ପାଖରେ ଜିଓ ଟ୍ରୁ-୫ଜି ପହଂଚାଇବା ଦିଗରେ ଏହା ହେଉଛି ଏକ ପଦକ୍ଷେପ।
ଆଜି ଆମେ ପବିତ୍ର ସହର ନାଥଦ୍ୱାରା ଏବଂ ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ପ୍ରଥମ ଟ୍ରୁ-୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରିଛୁ। ଏହା ସହିତ ଆମେ ଏଭଳି ଆହୁରି ଅଧିକ ସ୍ଥାନରେ ଏହି ସେବା ପହଂଚାଇବୁ ଏବଂ ଆମ ସେବାକୁ ବ୍ୟବହାର କରିବା ଲାଗି ସେମାନଙ୍କୁ ସୁଯୋଗ ଦେବୁ। ଏହା ସହିତ ଜିଓ ଟ୍ରୁ-୫ଜି ୱେଲକମ୍ ଅଫରରେ ଯୋଡ଼ି ହେବା ଲାଗି ଆମେ ଆମର ବୃହତ ସହର ଚେନ୍ନାଇକୁ ସ୍ୱାଗତ କରୁଛୁ।’’

ନିକଟରେ ହୋଇଥିବା ଉନ୍ମୋଚନ ଅବସରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଜିଓ ଟ୍ରୁ-୫ଜିକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରିତ କରାଯିବ ଏବଂ ଜିଓ ୱେଲକମ୍ ଅଫରରେ ସାମିଲ କରାଯିବ। ଏବେ ଚେନ୍ନାଇରେ ଆମନ୍ତ୍ରିତ କରାଯାଇଥିବା ଜିଓ ବ୍ୟବହାରକାରୀମାନେ ୧ ଜିବିପିଏସ୍ ପର୍ଯ୍ୟନ୍ତ ଅସୀମିତ ଡାଟାକୁ ହାସଲ କରିପାରିବେ ଏବଂ ଜିଓ ଟ୍ରୁ-୫ଜିର ଅନୁଭବ ନେଇପାରିବେ।