ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ପାଇଁ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

Published: Dec 7, 2022, 5:32 pm IST

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍‌ସେସ୍ (ଆଇବିଏଲ୍‌ଏସ୍‌) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି। ଜିଓ ଟ୍ରୁ-୫ଜିର ଅନ୍ୟତମ ଲକ୍ଷ୍ୟ ହେଉଛି ପ୍ରତି ଭାରତୀୟଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସଫଳତା ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ପ୍ରସ୍ତୁତ କରିବାରେ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହାୟକ ହେବ।

ଲୋ ଲାଟେନ୍‌ସି ସହ ଟ୍ରୁ-୫ଜି ପ୍ରଯୁକ୍ତି କେବଳ ପୁରୁଣା ପ୍ରଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ରୋବୋଟିକ୍ସ ଭିତିକ ଚିକିତ୍ସା/ ଅସ୍ତ୍ରୋପଚାର, ରିମୋଟ-ଆଇସିୟୁ, ଆଇସିୟୁ-ଆମ୍ବୁଲାନ୍ସ, ଗୋଷ୍ଠୀ କ୍ଲିନିକ୍ ଭଳି ସ୍ୱାସ୍ଥ୍ୟ ସେବାର ବହୁ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିବ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଇଲଖୁଂଟ ସାବ୍ୟସ୍ତ ହେବ।

ସୂଚନାଯୋଗ୍ୟ ଯେ, ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ। ଟ୍ରୁ-୫ଜି ନେଟ୍‌ୱର୍କର ବହୁ ବିଶେଷ ଗୁଣ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି।

Related posts