Categories
ଆଜିର ଖବର ଜାତୀୟ ଖବର

ଏହି ସବୁ ଟ୍ରେନ ନରଲା ରୋଡ ଏବଂ ରୁପ୍ରା ରୋଡ ଠାରେ କରିବ ରହଣି

ଭୁବନେଶ୍ବର: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନରଲା ରୋଡ ଷ୍ଟେସନରେ ତିନି ଯୋଡ଼ା ଟ୍ରେନ ଏବଂ ରୁପ୍ରା ରୋଡ ଷ୍ଟେସନରେ ଦୁଇ ଯୋଡ଼ା ଟ୍ରେନକୁ ପରୀକ୍ଷାମୂଳକ ଭିତ୍ତିରେ ଛଅ ମାସ ପର୍ଯ୍ୟନ୍ତ ରହଣି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (ସପ୍ତାହରେ ୪ ଦିନ ଚଳାଚଳ କରୁଥିବା), ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ଏବଂ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ନରଲା ରୋଡରେ ରହଣି କରିବ।

୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ଉଭୟ ଦିଗରୁ ୧୪.୦୫.୨୦୨୨ ଠାରୁ ନରଲା ରୋଡରେ ରହଣି କରିବ। ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାରୁ ୧୪.୦୫.୨୦୨୨ ଏବଂ ଜଗଦାଲପୁରରୁ ୧୫.୦୫.୨୦୨୨ ଠାରୁ ନରଲା ରୋଡରେ ଠାରେ ରହଣି କରିବ।

ସେହିଭଳି, ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ଏବଂ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ରୁପ୍ରା ରୋଡରେ ଅଟକି ରହିବ। ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ ଉଭୟ ଦିଗରୁ ୧୪.୦୫.୨୦୨୨ ଠାରୁ ଏବଂ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାରୁ ୧୪.୦୫.୨୦୨୨ ଏବଂ ଜଗଦଲପୁରରୁ ୧୫.୦୫.୨୦୨୨ ଠାରୁ ରୁପ୍ରା ରୋଡରେ ରହଣି କରିବ।

୧୨୮୪୩ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ, ୧୮୫୧୮ ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ଏବଂ ୧୮୦୦୬ ଜଗଦଲପୁର-ହାଓଡ଼ା ସାମଲେଶ୍ୱରୀ ଏକ୍ସପ୍ରେସର ସମୟ ସାରଣୀ କେସିଙ୍ଗା ଏବଂ ଟିଟିଲାଗଡ ଷ୍ଟେସନ ଠାରେ ସାମାନ୍ୟ ପରିବର୍ତନ କରାଯାଇଛି।