Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ପୁରୀର ଶ୍ରୀଜଗନ୍ନାଥ ବିମାନ ବନ୍ଦର ପାଇଁ ହେଲା ଟେଣ୍ଡର, ତିନି ବର୍ଷରେ ଶେଷ ହେବ କାମ

ଭୁବନେଶ୍ବର: ଖୁବ ଶିଘ୍ର ପୁରୀର ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ ଆରମ୍ଭ ହେବ। ଏ ନେଇ ଇଡକୋ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ବିମାନ ବନ୍ଦ ଭୁବନେଶ୍ବର ବିମାନ ବନ୍ଦରଠାରୁ ବଡ ହେବ ବୋଲି ପରିକଳ୍ପନା କରାଯାଇଛି। ଏଥିପାଇଁ 22 ଶହ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ରଖାଯାଇଛି। ଏହା ପିପିପି ମୋଡରେ କରାଯିବ ବୋଲି ନିଷ୍ପତି କରାଯାଇଛି।

ପ୍ରାୟ 11 ଶହ ଏକର ପରିମିତ ସ୍ଥାନରେ ଏହି ବିମାନ ବନ୍ଦର ନିର୍ମାଣ କରାଯିବ ଏବଂ ରାଜ୍ୟ ସରକାର ସମସ୍ତ ଜମି ଯୋଗାଇ ଦେବେ। ଏହି ଟେଣ୍ଡର ଆସନ୍ତା ଏପ୍ରିଲ 21 ତାରିଖରେ ଖୋଲାଯିବ। ତେବେ ତା ପୂର୍ବରୁ ଏପ୍ରିଲ 15 ତାରିଖରେ ଏକ ପ୍ରିଟେଣ୍ଡର ବୈଠକ କରାଯିବ ବୋଲି କୁହାଯାଇଛି। ଆସନ୍ତା 2026 ବେଳକୁ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ଥିର କରାଯାଇଛି।

 

 

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ନୂଆ ବିମାନ ବନ୍ଦର ନେଇ କେନ୍ଦ୍ର ଅଧିକାରୀଙ୍କ ସହିତ ହେଲା ବୈଠକ, ଖୁବ ଶିଘ୍ର ହେବ ଘୋଷଣା

ଭୁବନେଶ୍ବର, ଆଜି ଭୁବନେଶ୍ବରର ଖାରବେଳ ଭବନରେ ଓଡିଶାର ନୂଆ ବିମାନ ବନ୍ଦରକୁ ନେଇ ବସିଛି ଏକ ଉଚ୍ଚ ସ୍ତରୀୟ ବୈଠକ। ଓଡିଶା ପରିବହନ କମିସନର ମଧୂସୁଦନ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ବେସମାରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଉଷା ପାଢୀ ଯୋଗ ଦେଇଥିଲେ।

ଏଥିରେ ଓଡିଶାର ପ୍ରସ୍ତାବିତ ପୁରୀ, ରାଉରକେଲା, ଉତକେଲା ଏବଂ ଜୟପୁର ବିମାନ ବନ୍ଦର ଉପରେ ଆଲୋଚନା କରାଯାଇଥିଲା। ଏହି 4ଟିର କାର୍ଯ୍ୟ ଏବଂ ନିର୍ମାଣ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ଖୁବ ଶିଘ୍ର ଉଡାନ ଯୋଜନାରେ ଉତକେଲା ଏବଂ ଜୟପୁରକୁ ବିମାନ ଯୋଗାଯୋଗ କରାଯିବ ବୋଲି ନିଷ୍ପତି ହୋଇଛି। ତେବେ କେବେଠାରୁ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବ।

ପୂର୍ବରୁ ଉଡାନ ଯୋଜନାରେ ଓଡ଼ିଶାର ୧୦ଟି ନୂଆ ବିମାନପଥ ସାମିଲ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଟେଣ୍ଡର ଆହ୍ବାନ ମଧ୍ୟ କରିଛନ୍ତି। ଟେଣ୍ଡରରେ ସାମିଲ ହୋଇଥିବା ବିମାନପଥ ଗୁଡିକ ହେଲା ଭୁବନେଶ୍ବର-ଉତକେଲା, ଉତକେଲା-ଭୁବନେଶ୍ବର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ବର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ବର, ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ।

ଏହି ବୈଠକ ପରେ ଖୁବ ଶିଘ୍ର ଓଡିଶାର ଏ ସବୁ ସ୍ଥାନକୁ ବିମାନ ଉଡିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର, ପୁରୀ ହେଉଛି ବିଶ୍ବ ସ୍ତରର ଏକ ସହର। ଏଠାକୁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ସେଥିପାଇଁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହିପରି ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ଯୋଗାଇ ଦେବେ। କେନ୍ଦ୍ର ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।