ଓଡିଶାରେ ନୂଆ ବିମାନ ବନ୍ଦର ନେଇ କେନ୍ଦ୍ର ଅଧିକାରୀଙ୍କ ସହିତ ହେଲା ବୈଠକ, ଖୁବ ଶିଘ୍ର ହେବ ଘୋଷଣା

Published: Jul 3, 2021, 6:53 pm IST

ଭୁବନେଶ୍ବର, ଆଜି ଭୁବନେଶ୍ବରର ଖାରବେଳ ଭବନରେ ଓଡିଶାର ନୂଆ ବିମାନ ବନ୍ଦରକୁ ନେଇ ବସିଛି ଏକ ଉଚ୍ଚ ସ୍ତରୀୟ ବୈଠକ। ଓଡିଶା ପରିବହନ କମିସନର ମଧୂସୁଦନ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ବେସମାରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଉଷା ପାଢୀ ଯୋଗ ଦେଇଥିଲେ।

ଏଥିରେ ଓଡିଶାର ପ୍ରସ୍ତାବିତ ପୁରୀ, ରାଉରକେଲା, ଉତକେଲା ଏବଂ ଜୟପୁର ବିମାନ ବନ୍ଦର ଉପରେ ଆଲୋଚନା କରାଯାଇଥିଲା। ଏହି 4ଟିର କାର୍ଯ୍ୟ ଏବଂ ନିର୍ମାଣ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ଖୁବ ଶିଘ୍ର ଉଡାନ ଯୋଜନାରେ ଉତକେଲା ଏବଂ ଜୟପୁରକୁ ବିମାନ ଯୋଗାଯୋଗ କରାଯିବ ବୋଲି ନିଷ୍ପତି ହୋଇଛି। ତେବେ କେବେଠାରୁ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବ।

ପୂର୍ବରୁ ଉଡାନ ଯୋଜନାରେ ଓଡ଼ିଶାର ୧୦ଟି ନୂଆ ବିମାନପଥ ସାମିଲ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଟେଣ୍ଡର ଆହ୍ବାନ ମଧ୍ୟ କରିଛନ୍ତି। ଟେଣ୍ଡରରେ ସାମିଲ ହୋଇଥିବା ବିମାନପଥ ଗୁଡିକ ହେଲା ଭୁବନେଶ୍ବର-ଉତକେଲା, ଉତକେଲା-ଭୁବନେଶ୍ବର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ବର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ବର, ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ।

ଏହି ବୈଠକ ପରେ ଖୁବ ଶିଘ୍ର ଓଡିଶାର ଏ ସବୁ ସ୍ଥାନକୁ ବିମାନ ଉଡିବ ବୋଲି ଜଣାପଡିଛି।

Related posts