Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ପୁରୀ ଗଜପତି ମହାରାଜା କଲେ ଏକ ନୂଆ ରେକର୍ଡ, ଛେରା ପହଁରା କରିବାରେ ପୁରିଲା ୫୦ ବର୍ଷ

ପୁରୀ, ଚଳିତ ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଶ୍ରୀଜିୟୁଙ୍କ ସେବା କରିବାରେ ୫୦ ବର୍ଷ ପୁରଣ କରିଛନ୍ତି। ସେ ୧୯୭୧ ମସିହାରୁ ଠାକୁରଙ୍କ ଏହି ସେବା କରି ଆସୁଛନ୍ତି।

କେବଳ ୧୯୭୬ ମସିହା ରଥଯାତ୍ରା ବେଳେ ସେ ପରୀକ୍ଷା ଦେବା ପାଇଁ ବିଦେଶରେ ଥିବାରୁ ଆସିପାରି ନ ଥିଲେ। ହେଲେ ପ୍ରତିବର୍ଷ ସେ ଏହି ବିରଳ ସେବାରେ ନିଜକୁ ନିୟୋଦିତ ରଖିଛନ୍ତି। ସୂଚନା ଅନୁସାରେ ତିନି ଶହ ବର୍ଷ ତଳେ ଜଣେ ଗଜପତି ୫୦ ବର୍ଷ ସେବା କରିଥିଲେ। ହେଲେ ଏ ନେଇ କୌଣସି ରେକର୍ଡ ନାହିଁ।

୬୮ ବର୍ଷୀୟ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ, ତୃତୀୟଙ୍କ ଦେହାନ୍ତ ପରେ ରାଜାଭିଷେକ ହୋଇଥିଲେ। ଗତ ବର୍ଷ ତାଙ୍କ ରାଜାଭିଷେକକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି। ଏହା ପୂର୍ବରୁ ପୁରୀରେ କୌଣସି ଗଜପତି ଏତେ ବର୍ଷ ଧରି ରାଜଗାଦିରେ ବସି ଥିବାର ମଧ୍ୟ ରେକର୍ଡ ନାହିଁ।

ଗଜପତି ଦିବ୍ୟସିଂହ ଦେବ ପାଠ ପଢୁଥିବା ବେଳେ ରାଜାଭିଷେକ ହୋଇଥିଲେ। ସେ ରାୟପୁର ରାଜକୁମାର କଲେଜରୁ ଆଇଏସସି ପାସ୍ କରିଥିଲେ। ଏହାପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଲାଭ କରିଥିଲେ।

ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କିଛି ମାସ ଧରି ସେ ଓକିଲାତି ମଧ୍ୟ କରୁ ଥିଲେ।ଏହି ପେଶାରେ ଥିଲେ ମଧ୍ୟ ସେ ରିତମତ ରଥଯାତ୍ରାକୁ ଆସି ପ୍ରଭୃଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ପରବର୍ତ୍ତି ସମୟରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ତାଙ୍କୁ ଅତିମାତ୍ରାରେ ଟାଣିଆଣିଲା। ଫଳରେ ସେ ଓକିଲାତି ପେଶା ଛାଡି ପୁରା ସମୟ ଶ୍ରୀଜଗନ୍ନାଥଙ୍କ ସେବା ନିଜକୁ ନିୟୋଜିତ କଲେ।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ବନ୍ଧାଗଲା ଚାରମାଳ, ରାତିରୁ କର୍ଫ୍ୟୁ ଜାରୀ

ପୁରୀ, ତିନିଠାକୁର ମଙ୍ଗଳବାର ଦିନ ଶ୍ରୀମନ୍ଦିରକୁ ଫେରିବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜ୍ଞାମାଳ ଆସିବା ପରେ ତିନିରଥରେ ଚାରମାଳ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ରାତି ଭିତରେ ଶେଷ କରାଯାଇଛି। ଏହା ପୂର୍ବରୁ ତିନିଠାକୁର ଆଡପ ମଣ୍ଡପରେ ଶେଷ ଦର୍ଶନ ଦେଇଛନ୍ତି। ତେବେ କୋଭିଡ କଟକଣା ପାଇଁ ବିରଳ ସଂଧ୍ୟା ଦର୍ଶନ କେହେ କରିପାରି ନ ଥିଲେ।

ଆସନ୍ତାକାଲି  ଦିନ ୧୨ଟାରୁ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ଅପରାହ୍ନ ୨ଟା ୩୦ ମିନିଟରୁ ଆରମ୍ଭ ହୋଇ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ନିଷ୍ପତି ହୋଇଛି। ତେବେ ରଥଯାତ୍ରା ବେଳେ ଯେପରି ସମୟ ପୂର୍ବରପ ସମସ୍ତ ନୀତିରିତ ହୋଇଥିଲା ବାହୁଡାରେ ମଧ୍ୟ ସେହିପରି ହେବ ବୋଲି ଜଣାପଡିଛି।

ତେବେ କୋଭିଡ କଟକଣା ପାଇଁ ବିନା ଭକ୍ତରେ ଠାକୁର ଶ୍ରୀମନ୍ଦିରକୁ ଫେରିବେ। ଏଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରାରେ ଯେପରି ଛାତ ଉପରେ ରଥ ଦେଖିବାରେ କଟକଣା ଥିଲା, ବାହୁଡାରେ ମଧ୍ୟ ସେହି କଟକଣା ଜାରୀ କରାଯାଇଛି। ଆଜି ରାତି ଆଠଟାରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ବୁଧବାର ରାତି ଆଠଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

କରୋନା ସଂକ୍ରାମଣକୁ ରୋକିବା ପାଇଁ ସମସ୍ତ ସେବାୟତ ଏବଂ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ପୂର୍ବରୁ ମଧ୍ୟ ସମସ୍ତଙ୍କର ପରୀକ୍ଷା କରାଯାଇଥିଲା। ଏଥିରେ ଯେଉଁମାନେ ପଜେଟିଭ ବାହାରିବେ ସେମାନଙ୍କୁ ସେବାରୁ ନିବୃତ କରାଯିବ। ସେହିପରି ପୁରୀ ସହରରେ ଥିବା ସମସ୍ତ ହୋଟେଲ ଏବଂ ଗେଷ୍ଟହାଉସ ଏବଂ ବଡଦାଣ୍ଡରେ ଥିବା ଘରଗୁଡିକୁ ଯାଞ୍ଚ କରାଯାଇଛି। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସାନିଟାଇଜ ମଧ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦେବସ୍ନାନ ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ, ୧୪୪ ଧାରା ଲାଗୁହେଲା

ପୁରୀ, ଦେବେସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ। ଏହି ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ। କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ। ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି।

ଚଳିତ ବର୍ଷ ବିଳମ୍ବିତ ରାତିରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ ବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦, ନୂଆଲୁଗା ଲାଗି- ୧୦ଟା, ଛେରାପହଁରା- ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ।

ହାତୀ ବେଶ ପରେ ସାହାଣ ମେଲା ବା ସାଧାରଣ ଦର୍ଶନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ସାହଣମେଲା ବନ୍ଦ କରାଯାଇଛି। ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତି କରିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସଂଧ୍ୟାରେ ଶ୍ରୀମନ୍ଦିରରେ ହେବ ରାଜେନ୍ଦ୍ରାଭିଷେକ ନୀତି, ଜାଣନ୍ତୁ ଏହା କଣ, କିପରି ପାଳିତ ହୋଇଥାଏ

ପୁରୀ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସନ୍ଧ୍ୟାଧୂପ ସରିବା ପରେ, ଶ୍ରୀ ମଦନମୋହନ ଆଜ୍ଞାମାଳ ପାଇ, ଭୋଗ ବାଟ ଗଣେଶଙ୍କ ପାଖରେ ପଡିଥିବା ଖଟୁଲି ଉପରେ ବିଜେ କରିଥାନ୍ତି। ଭିତର ଶୋଧ ହେବା ପରେ, ଜୟବିଜୟ ଦ୍ଵାର ବନ୍ଦ ହୋଇ ଜଗମୋହନ ଅନ୍ଧକାର କରାଯାଇଥାଏ ଏବଂ ପ୍ରଭୁଙ୍କୁ ଆଲଟ ଲାଗି ହୋଇଥାଏ।

ଏହା ପରେ ଜଣେ ସେବକ ଆସି ଶ୍ରୀ ମଦନମୋହନଙ୍କଠାରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇଥାନ୍ତି। ଏହା ପରେ, ମହାପ୍ରଭୁ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ବଟମୂଳ ସ୍ଥିତ ରଥରେ ବିଜେ କରିଥାନ୍ତି। ଏହା ପରେ ଘଣ୍ଟ ଓ କାହାଳୀ ବାଜି ମହାପ୍ରଭୁ ରଥରେ ବେଢା ପରିକ୍ରମା କରି ସାରି ବଟମୂଳଠାରେ ବିଜେ କରିଥାନ୍ତି ।

କୁତ କୌତୁକ ଋଷି ଭେଶରେ ଜଣେ ସେବକ ପାଳିଆ ସେବକଙ୍କଠାରୁ ଶୁକ୍ଳ ଫୁଲ ନେଇ ଆଞ୍ଜୁଳି କରି ରାସ୍ତା ଯାକ ଥରକୁ ଥର ଦଣ୍ଡ ପ୍ରଣାମ କରି ଦକ୍ଷିଣୀ ଘରକୁ ନେଇଥାନ୍ତି। ଏଠାରେ ଖଟ ଉପରେ ବିଜେ କରିବା ପରେ ପ୍ରଭୁଙ୍କ ପଞ୍ଚାମୃତ ମହାସ୍ନାନ ହୋଇ, ଫୁଲ ଚନ୍ଦନ ଲାଗି ବେଶ କରାଯାଇଥାଏ ଏବଂ ଶୀତଳ ଭୋଗ ମଣୋହି ହୋଇ, ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ବଢ଼ିଥାଏ ।

ଏହି ନୀତି କାନ୍ତି ପରେ ପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି। ଅଭିଷେକ ସମୟରେ ଛତା ଟେକା ହୋଇ ଘଣ୍ଟ କାହାଳୀ ମହୁରୀ ବାଜୁ ଥାଏ ଏବଂ ଅଭିଷେକ ସରିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ବେଆଇନ ଚିଙ୍ଗୁଡି ଘେରି ମାମଲା: ଚାରି ଜିଲ୍ଲାପାଳଙ୍କୁ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବେଆଇନ ଚିଙ୍ଗୁଡି ଘେରି ମାମଲାରେ ଚାରି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଦାଲତରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାରି ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯାଇଛି, ତାହା ନେଇ ଅଦାଲତଙ୍କୁ ଜିଲ୍ଲାପାଳମାନେ ଜଣାଇବା ପାଇଁ କୁହାଯାଇଛି। ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଭୁବନେଶ୍ବର/ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଏକ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି। ଭିଡିଓ କଂଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି। ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବା ବେଳେ ଏଥିରେ ୨୦ ଟି ଆଇସିୟୁ, ୪୦ ଟି ଏଚଡିୟୁ ଏବଂ ୯୦ ଟି ସାଧାରଣ ଶଯ୍ୟାର ବ୍ୟବସ୍ଥା ରହିଛି। ପୁରୀର ବାଲିଗୁଆଳିରେ ଉକ୍ତ ହସ୍ପିଟାଲକୁ ନିର୍ମାଣ କରାଯାଇଛି। ସମ ହସ୍ପିଟାଲର ତତ୍ବାବଧାନରେ ଚାଲିବ ଏହି ନୂଆ କୋଭିଡ ହସ୍ପିଟାଲ।

ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଦ୍ଵାରା ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀ ରଥ ଖଳାରୁ ପୁଣି ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ

ପୁରୀ: ପୁରୀ ରଥ ଖଳାରୁ ପୁଣି ୬ କରୋନା ଆକ୍ରାନ୍ତ ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଭୋଇ ସେବକ ଏବଂ ଜଣେ ବିଶ୍ଵକର୍ମା ସେବକ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜିର ୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ପୁରୀ ରଥ ଖଳାରୁ ମୋଟ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଭିଡ଼ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା: ଲାଗିବ ୧୪୪ ଧାରା

ଭୁବନେଶ୍ବର: ପୁରୀରେ ଚନ୍ଦନ ଯାତ୍ରା ପାଇଁ କଟକଣାକୁ କଡାକଡି କରାଯାଇଛି। କୋଭିଡ଼ କଟକଣା ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ସହ ଶ୍ରୀମନ୍ଦିର ସମ୍ମୁଖରେ ୧୪୪ ଧାରା ଲାଗିବ ବୋଲି ଏସପି କହିଛନ୍ତି।

ଏହି ଚନ୍ଦନ ଯାତ୍ରା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ନିୟନ୍ତ୍ରଣ ପାଇଁ ୨ ଟି ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଥିବା ବେଳେ ୬ ଟି ଏନଫୋର୍ସମେଣ୍ଟ ଟିମ ଗଠନ ହୋଇଛି। ଏହି ସମୟରେ କେହି କୋଭିଡ଼ କଟକଣାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି,

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଢିଲା କଟକଣା

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ।

ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ସମୟ ସାରଣୀ ପରିବର୍ତ୍ତିତ

ଭୁବନେଶ୍ବର: ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୦୨୮୦୧ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ୍ ୧୦ ଏପ୍ରିଲ, ୨୦୧୧ ଠାରୁ ପୁରୀରୁ ରାତ୍ରି ୯ଘ.୪୫ମି. ପରିବର୍ତ୍ତେ ରାତ୍ରି ୯ଘ.୫୫ମି.ରେ ଛାଡିବ।

ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ରାତ୍ରି ୧୦ଘ.୩୦ମି. ପରିବର୍ତ୍ତେ ରାତ୍ରି ୧୦ଘ.୩୫ମି.ରେ ପହଞ୍ଚି ରାତ୍ରି ୧୦ଘ.୩୫ମି ପରିବର୍ତ୍ତେ ରାତ୍ରି ୧୦ଘ.୪୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନର ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ୦୨୮୦୨ ନୂଆଦିଲ୍ଲୀ-ପୁରୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ ପ୍ରାରମ୍ଭିକ ଷ୍ଟେସନ ଠାରୁ ଗନ୍ତବ୍ୟ ଷ୍ଟେସନ ମଧ୍ୟରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ବିଶେଷ ଖବର ରାଜ୍ୟ ଖବର

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ: ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:

୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।

କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ

୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ

୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।

୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନାରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଉଚ୍ଛା ରଖିଛନ୍ତି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ର ଜରିଆରେ କହିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ଆମର ପୁରୁଣା ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ପୁରୀ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଓ ନିରଳସ ଉଦ୍ୟମ କରି ଆସୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ପୁରୀ ଗଜପତି ମହାରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା। ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା କିମ୍ବା ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କୋରିଡ଼ର ଯୋଜନାକୁ ଆଗେଇ ନେବାରେ କୋଟି କୋଟି ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗ, ଶ୍ରଦ୍ଧା ଏବଂ ଭକ୍ତିଭାବନାକୁ ଉଜ୍ଜୀବିତ କରିଥିବାରୁ ପୁରୀ ଗଜପତି ମହାରାଜାଙ୍କ ନିକଟରେ ଶ୍ରୀ ପ୍ରଧାନ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ। ଏ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସମ୍ଭବ ନୁହେଁ। ତେବେ ପ୍ରତ୍ୟେକ ହିନ୍ଦୁ ବିଶେଷ ଭାବରେ ଓଡ଼ିଆ ଲୋକମାନେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁଙ୍କ ସେବା କରିବା ତଥା ଶ୍ରୀମନ୍ଦିରର ବିକାଶ ପାଇଁ ଏହି ଧାମର ସହଯୋଗ ନିମନ୍ତେ ଶ୍ରମଦାନ ଏବଂ ଅର୍ଥଦାନ ପାଇଁ ସୁଯୋଗ ଦିଆଯିବା ନିମନ୍ତେ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରମ ଓ ଅର୍ଥଦାନ ସେମାନଙ୍କୁ ସ୍ୱର୍ଗୀୟ ଆଶୀର୍ବାଦରେ ଆଧ୍ୟାତ୍ମିକ ଶାନ୍ତି ସହ ଅଭୁତପୂର୍ବ ଆନନ୍ଦ ଦେବ।

ଏହି ମର୍ମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆପଣଙ୍କ ଦକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ବଡ ଆକାରର ଧନ ସଂଗ୍ରହ ଅଭିଯାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତ ସହଯୋଗରେ ହାତ ବଢାଇପାରିବେ ତା’ର ବ୍ୟବସ୍ଥା ତିଆରି କରାଯିବା ନେଇ ଗଜପତି ମହାରାଜାଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବର ପ୍ରକାଶ କରି ଆସୁଛନ୍ତି। ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି।
ତେବେ ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ।

ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି  ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜିକରଣ (ନିୟମାବଳି) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଂଚ୍ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ତଦାରଖ କରୁଥିବାରୁ ଶ୍ରୀ ପ୍ରଧାନ ମହାରାଜାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଧାନ ସେବକ ଭାବରେ ଗଜପତି ମହାରାଜ କୋଟି କୋଟି ହିନ୍ଦୁ ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ମହାପ୍ରଭୁ ତଥା ଶ୍ରୀମନ୍ଦିର ପ୍ରତି ଥିବା ଧାର୍ମିକ ଆସ୍ଥାର ପବିତ୍ର ପ୍ରତୀକ। ଗଜପତି ମହାରାଜାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର କ୍ରିୟାନ୍ୱୟନ ବଡ ସଫଳତା ପାଇବ ବୋଲି ଦୃଢ ଆଶାବାଦୀ ଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ପ୍ରଧାନ।

ମହାପ୍ରଭୁ ଜଗନ୍ନାଥଙ୍କୁ ଆର୍ଥିକ ସହାୟତା କିମ୍ବା ଶ୍ରମଦାନ ମାଧ୍ୟମରେ ସେବା କରିବା ପାଇଁ ହିନ୍ଦୁ ବିଶେଷ ଭାବରେ ଓଡ଼ିଆଙ୍କୁ ସୁଯୋଗ ମିଳିବା ଗୌରବ ଏବଂ ସୌଭାଗ୍ୟର ବିଷୟ। ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଦୋହରାଇବା ସହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନ ଓ ସହଯୋଗରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏହି ପବିତ୍ର ପ୍ରକଳ୍ପ ପ୍ରତ୍ୟେକ ଓଡ଼ିଆ ଏବଂ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ବିଶାଳ ସଫଳତା ହେବ ବୋଲି ଶ୍ରୀ ପ୍ରଧାନ ଆଶାବାଦୀ ଅଛନ୍ତି।

ଓଡ଼ିଶା, ଭାରତ ତଥା ବିଶ୍ୱରେ ଏକ ବିଶାଳ ଦାନ ଅଭିଯାନକୁ ସ୍ୱେଚ୍ଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ସହଯୋଗ ନିମନ୍ତେ ଗଜପତି ମହାରାଜାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ସମଗ୍ର ବିଶ୍ୱରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତମାନେ ସମ୍ପୂର୍ଣ୍ଣ ଜୀବନରେ ଗୋଟିଏ ଥର ସେବା କରିବାର ମହାନ୍ ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଡିପୋ ଠାରେ କାର୍ଯ୍ୟକ୍ଷମ ହେଲା ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ

ପୁରୀ: ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଅଛି। ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଭବ କରି ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟାକୁ ଫଳପ୍ରଦ ଭାବରେ ସମାପ୍ତ କରିବାକୁ ସ୍ୱଳ୍ପ ସମୟ ବ୍ୟୟ କରାଯାଉଥିବାବେଳେ ଜଳ ଏବଂ ମାନବ ଶକ୍ତି କମ କରିବାରେ ସାହାଯ୍ୟ କରିଥାଏ।

ଟ୍ରେନର ବେଗକୁ ସ୍ୱୟଂଚାଳିତ ଭାବେ ଗ୍ରହଣ କରି ଏହି ପ୍ଲାଣ୍ଟ ଆପେ ଆପେ ଧୋଇବା କାର୍ଯ୍ୟ କରାଇଥାଏ। ମାତ୍ର ୫ ରୁ ୭ ମିନିଟ ମଧ୍ୟରେ ସମ୍ପୂର୍ଣ ଟ୍ରେନ ରେକର ବାହ୍ୟ ପାର୍ଶ୍ୱ ସଫାଇ କରାଯାଇଥାଏ। ବିଭିନ୍ନ ଉପାୟ ମାଧ୍ୟମରେ ଏହି ସଫାଇ କାର୍ଯ୍ୟ ସ୍ୱୟଂ ଚଳିତ ଭାବେ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ କୋଚ ଗୁଡିକୁ ପୁନଃ ବ୍ୟବହୃତ ଜଳ ଦ୍ୱାରା ଓଦା କରାଯାଇ ଡିଟରଜେଣ୍ଟ ସ୍ପ୍ରେ କରାଯାଏ ଓ ପରେ ସ୍ୱୟଂଚାଳିତ ଭାବେ ପାଣି ଦ୍ୱାରା ବ୍ରସ ମାଧ୍ୟମରେ ସଫା କରାଯାଇଥାଏ। ଏହା ପରେ ଡିସ୍କ ବ୍ରସ ଦ୍ୱାରା ଖାଲି ପାଣିରେ ସଫା କରାଯାଇଥାଏ। ତା ପରେ ଆରଓ ସ୍ପ୍ରେ କରାଯାଇଥାଏଅଟୋ।

ମେଟିକ୍ କୋଚ୍ ୱାଶିଂ ପ୍ଲାଣ୍ଟ ଏକ କ୍ୟାପ୍ଟିଭ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ସଜ୍ଜିତ ହୋଇଛି ଏବଂ ଇଟିଏଫରୁ ନିର୍ଗତ ଆବର୍ଜନା ଓ ମଇଳା ପାଣିକୁ ପୁନଃ ବ୍ୟବହାର କରିବାପାଇଁ ପରିବେଶ ନିୟମକୁ ପୂରଣ କରୁଅଛି। ଏହି ପ୍ଲାଣ୍ଟରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଇଟିପି, କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ ଅଛି। ଏହି ସଫାଈ କାର୍ଯ୍ୟ ପାଇଁ ଭର୍ଟିକାଲ୍ ଏବଂ ଡିସ୍କ ବ୍ରସ୍, ହାଇପ୍ର ନୋଜଲ୍ ଏବଂ ଏୟାର ବ୍ଲୋୟର ବ୍ୟବହାର କରାଯାଇଥାଏ। ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟର ସ୍ୱୟଂଚାଳିତତା ଏବଂ ଦକ୍ଷତା ହେତୁ ଏହା ଡିପୋ ପାଇଁ ବାହ୍ୟ ଧୋଇବା ମୂଲ୍ୟରେ ରାଜସ୍ୱ ସଞ୍ଚୟ କରିବ ବୋଲି ଆଶା କରାଯାଉଛି।

ଏହି ପ୍ଲାଣ୍ଟ ଜଳର ବ୍ୟବହାରରେ ଅତ୍ୟନ୍ତ ଦକ୍ଷ ଏବଂ ମନବିକୃତ ଧୋଇବା ତୁଳନାରେ କମ୍ ଜଳ ବ୍ୟବହାର କରେ ଯାହା ଦ୍ୱାରା ପ୍ରତିବର୍ଷ ବିପୁଳ ନିୟୁତ ଲିଟର ମଧୁର ଜଳ ସଞ୍ଚୟ ହୁଏ।  ଏହି ପ୍ଲାଣ୍ଟକୁ ୧୨ ନଭେମ୍ବର, ୨୦୨୦ ଠାରୁ କାର୍ଯ୍ୟକ୍ଷମ କରାଯାଇଅଛି। ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ ଏକ ପରିବେଶ ଅନୁକୂଳ ଏବଂ ବ୍ୟୟବହୁଳ ବିକଳ୍ପ ଏବଂ ଟ୍ରେନ୍ ରକ୍ଷଣାବେକ୍ଷଣରେ ସ୍ୱୟଂଚାଳିତ ଦିଗରେ ଏକ ବଡ଼ ପଦକ୍ଷେପ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିବ ଶ୍ରୀମନ୍ଦିର : ସକାଳ ସାଢେ ସାତରୁ ଦର୍ଶନ

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ 10 ମାସ ହେବ ବନ୍ଦ ରହିଥିବା ଶ୍ରୀମନ୍ଦିର ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିବ । ଆସନ୍ତା 23 ତାରିଖରୁ ଖୋଲିବ ପୁରୀ ଶ୍ରୀ ମନ୍ଦିର । ପ୍ରଥମ ତିନି ଦିନ ଅର୍ଥାତ୍‌ 23ରୁ 25 ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଦର୍ଶନ କରିବେ। ଏହାପରେ  26ରୁ 31 ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ସହରବାସୀଙ୍କୁ ଦର୍ଶନ ପାଇଁ ୱାର୍ଡୱାରୀ ବ୍ୟବସ୍ଥା କରାଯିବ । ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ୱାର୍ଡ ନିର୍ଦ୍ଧାରଣ ହେବ । ଯେଉଁ ୱାର୍ଡ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ଟୋକନ ମିଳିବ । ଦୈନିକ ଚାରି ଘଣ୍ଟା ଦର୍ଶନ ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ । ଆଧାର କାର୍ଡ ଏବଂ ଟୋକନ ଦେଖାଇଲା ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତିନି ତାରିଖ ଠାରୁ ସାଧାରଣ ଦର୍ଶାନାର୍ଥୀଙ୍କୁ ଅନୁମତି ମିଳିବ । ସକାଳ ସାଢେ 7ଟାରୁ ରାତି ପହୁଡ ଯାଏ ଦର୍ଶନ ସୁଯୋଗ ମିଳିବ । ସେହିପରି ଦର୍ଶନାର୍ଥୀ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଶହେ ଟଙ୍କିଆ ଭକ୍ତ ନିବାସ !

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ ଏଥିରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ। ଭକ୍ତ ନିବାସ ନିର୍ମାଣ ଲାଗି ପ୍ରାୟ 10 ଏକର ଜାଗା ଚିହ୍ନଟ ହୋଇଛି। 3ରୁ 4 ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ।

ସୂଚନାଯୋଗ୍ୟ, କରୋନା ପାଇଁ ପ୍ରାୟ 10 ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ତେବେ ଆସନ୍ତା 23 ତାରିଖଠାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ । ତେବେ ପ୍ରଥମେ ସେବାୟତ ଓ ପରେ ପୁରୀ ବାସୀଙ୍କ ପରେ ଆସନ୍ତା 3 ତାରିଖଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ହେବ ।

Categories
ଆଜିର ଖବର ବିଶେଷ ଖବର

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଫାଇଭ୍‌ ଟି ସଚିବ

ପୁରୀ: ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ମନ୍ଦିର ଖୋଲିବାକୁ ଆଉ ୩ ଦିନ ରହିଥିବାବେଳେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍‌ଟି ସଚିବ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍‌ ଟି ସଚିବ। ସେହିଭଳି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି ଫାଇଭ୍‌ ଟି ସଚିବ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହିତ ଭିତର ଦର୍ଶନ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ଫାଇଭ୍‌ ଟି ସଚିବ।  ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ବଫର ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି  ଫାଇଭ୍‌ ଟି ସଚିବ। ଫାଇଭ୍‌ ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି କନଓ୍ଵର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ପ୍ରଥମ ଦୁଇ ଦିନ ଅର୍ଥାତ୍‌ ୨୩ ଓ ୨୪ ତାରିଖରେ ସେବାୟତ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି। ତା’ପରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ପର୍ଯ୍ୟାୟକ୍ରମେ ଦର୍ଶନ ସୁବିଧା ମିଳିବ। ନୂଆବର୍ଷ ଉପଲକ୍ଷେ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଆସନ୍ତା ୩ ତାରିଖରୁ ସର୍ବସାଧାରଣ ଦର୍ଶନ ନିମେନ୍ତ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି। ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ କରାଯାଇଛି। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ସୂଚନା ରହିଛି। ଦର୍ଶନ ସମୟରେ କୋଭିଡ୍‌ ନିୟମ ପାଳନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଶେଷ ହେଲା ଭକ୍ତଙ୍କ ଅପେକ୍ଷା : 23ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଭକ୍ତଙ୍କ ଅପେକ୍ଷା ଶେଷ ହୋଇଛି । ଆସନ୍ତା 23ରୁ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦୁଇଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । ତା’ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଓ୍ବାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ। ଓ୍ବାର୍ଡଓ୍ବାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ ବୋଲି ସୂଚନା ରହିଛି ।  ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ପୁରୀ ବାସୀ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ । ସେହିପରି ଜାନୁଆରୀ ତିନି ତାରିଖରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ । ଜାନୁଆରୀ 1 ଓ 2 ତାରିଖ ଦର୍ଶନକୁ ବାରଣ କରାଯାଇଛି ।  କୋଭିଡ୍‌ ଗାଇଡଲାଇନ୍‌ରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶନପାଇଁ ଆସୁଥିବା ପୁରୀ ସହରବାସୀ ଭୋଟର ଓ ଆଧାର କାର୍ଡ ଆଣିବାକୁ ବାଧ୍ୟତାମୂଳକ ରଖାଯାଇଛି। ତେବେ ଦର୍ଶନ ପାଇଁ କୋଭିଡ୍‌ ଗାଇଡଲାଇନ୍‌ର ପାଳନ କରାଯିବ ।

ସେହିପରି ଆସନ୍ତା 23 ତାରିଖରୁ ପୁରୀ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ । ମଙ୍ଗଳା ମନ୍ଦିର, ଅଲରାନାଥ ଆଦି ବଡ ମନ୍ଦିର ଖୋଲିବା ପାଇଁ ମିଟିଂ କରି ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସ୍ଥାନୀୟ ତହସିଲଦାର, ଆଇଆଇସି ମିଟିଂ କରି ଦର୍ଶନ ବ୍ୟବସ୍ଥା କରିବେ । ସେହିପରି ଗାଁ ଗହଳିର ଛୋଟ ମନ୍ଦିର ପାଇଁ ଆର୍‌ଆଇ, ସରପଞ୍ଚ ସ୍ଥିର କରିବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ 144 ଧାରା : ପତିତ ପାବନ ଦର୍ଶନ ବନ୍ଦ

ପୁରୀ :  ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ 144 ଧାରା ଜାରି ହେବ । ଆଜି ରାତି 2ଟାରୁ ଜାରି ହେବ ଏହି କଟକଣା । ଶ୍ରୀ ମନ୍ଦିର ଚାରିପାଖେ ମଧ୍ୟ 144 ଧାରା ଜାରି ହେବ । ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ 144 ଧାରା ଲାଗିବ । ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ ବଳବତ୍ତର ରହିବ 144 ଧାରା । ନାଗାର୍ଜୁନ ବେଶ ଓଲାଗି ଶେଷ ହେବା ପରେ ପତିତପାବନ ଦର୍ଶନ କରିପାରିବେ ଭକ୍ତ । 144 ଧାରା ଯୋଗୁଁ ଭକ୍ତମାନେ ପତିତ ପାବନ ଦର୍ଶନରୁ ବଞ୍ଚିତ ରହିବେ ବୋଲି ସୂଚନା ରହିଛି ।  ସୁରକ୍ଷା ବ୍ୟବସ୍ଥା ପାଇଁ  ସହରରେ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । 2 ଅତିରିକ୍ତ ଏସପି, 7 ଡିଏସପି, 250 ହୋମଗାର୍ଡ, 77 ଏସଆଇ ଓ 19 ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ ।

Categories
ଆଜିର ଖବର ରାଜ୍ୟ ଖବର

କାଉଁରିଆ ଉପରେ ଲାଗିଲା କଟକଣା

ପୁରୀ : ଦୀପାବଳିରେ ହେଉଥିବା ପୟା ଶ୍ରାଦ୍ଧ ଉପରେ ପ୍ରଶାସନ କଟକଣା ଲଗାଇଛି। ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ତେବେ ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ଅନୁରୋଧ କରିଛି ପ୍ରଶାସନ । ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ଏପରି କଟକଣା ଲଗାଇଛି ।  ଏହି କଟକଣା ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ

ପୁରୀ : ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ । ପ୍ରତ୍ନତତ୍ତ୍ବ ବିଭାଗ ଟିମ୍‌ ଦ୍ବାରା ବାଇଶି ପାହାଚର ଅନୁଧ୍ୟାନ କରାଯାଇଛି । ଏହି ଅନୁଧ୍ୟାନବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଛି । ଆବଶ୍ୟକ ପଡିଲେ ଦୁର୍ବଳ ପଥରର ପରିବର୍ତ୍ତନ କରାଯିବ । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ବାର ପଟୁ ପାହାଚ ମରାମତି ହୋଇଥିଲା । ଏଏସ୍‌ଆଇ ଟିମ୍‌ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛି ।

ଅପରପକ୍ଷରେ ଶ୍ରୀମନ୍ଦିରର ଆଠଟି ଦ୍ବାରକୁ ରୂପାରେ ଛାଉଣୀ କରାଯିବ । ପୂର୍ବରୁ ତିନୋଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ 5ଟି ଦ୍ୱାରକୁ ରୁପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବୌଦ୍ଧ ଓ ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି ହୋଇଛି ।

କଟକ ଜିଲ୍ଲାର 60 ଓ 38 ବର୍ଷୀୟ ମହିଳା ଓ 85 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀର ତିନି ମୃତକଙ୍କ  ବୟସ ଯଥାକ୍ରମେ 75, 62 ଓ 40 ବର୍ଷୀୟ ପୁରୁଷ ରହିଛନ୍ତି । ବାଲେଶ୍ବରର ଦୁଇ ମୃତକ ହେଲେ 58 ଓ 25 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧର 64 ଓ 44 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାର ଦୁଇ ମୃତକ ଭୁବନେଶ୍ବରର ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 78 ଓ 60 ବର୍ଷୀୟ ପୁରୁଷ । ଅନୁଗୁଳରୁ 40 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ଓ କେନ୍ଦୁଝରର 45 ବର୍ଷୀୟ ପୁରୁଷ, ରାୟଗଡାରୁ 45 ବର୍ଷୀୟ ମହିଳା , ସୁନ୍ଦରଗଡର 67 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।