Categories
ଆଜିର ଖବର ରାଜ୍ୟ ଖବର

ମିଶନ ଶକ୍ତି ପକ୍ଷରୁ ପୁରୁଷୋତ୍ତମପୁରରେ ଋଣ ମେଳା ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୮୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩ କୋଟି ୧୬ ଲକ୍ଷ ଟଙ୍କା ରୁଣ ପ୍ରଦାନ କରାଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା ଓ ଏନ୍ ଏ ସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ପୁରୁଷୋତ୍ତମପୁରରେ ଅଧ୍ୟାପକ ଓ ଅଭିଭାବକ ବୈଠକ ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଅବସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ଆଜି ଅଧ୍ୟାପକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ଓ ଇତିହାସ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଗାୟତ୍ରୀ ଦାସ ମଞ୍ଚାସିନ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଆଜିର ବୈଠକରେ ଅଭିଭାବକ ମାନେ ମହାବିଦ୍ୟାଳୟର ପ୍ରଶାସନ କୁ ସହଯୋଗ କରିବା ସହିତ ସଚେତନତା ର ଆବଶ୍ୟକ ବୋଲି ଅଧ୍ୟକ୍ଷ ଓ ଅଧ୍ୟାପକ ଗଣ ବକ୍ତବ୍ୟ ଜରିଆରେ ବୁଝାଇଥିଲେ।କାରଣ ଗତ ୨୦୧୭ ମସିହା ଠାରୁ ରାଜ୍ୟ ସରକାର ମୋ ସ୍କୁଲ୍ ଅଭିଯାନ ନିୟମ ଅନୁଯାୟୀ ଛାତ୍ର ବ୍ରୁତି ପ୍ରଦାନ କରିଛନ୍ତି ଓ ଆମ ବିଦ୍ୟାଳୟ ର ଅଳ୍ପ ଛାତ୍ର ଏହାର ସୁବିଧା ପାଇଥିଲା ବେଳେ ସଚେତନତା ଅଭାବ ରୁ ବହୁତ ଛାତ୍ର ବଞ୍ଚିତ ହେଉଛନ୍ତି।

ଏତଦବ୍ୟତୀତ ଛାତ୍ର ମାନଙ୍କୁ କେବଳ ପାଠ ପଢ଼ିବାକୁ ଛାଡ଼ି ଚୁପ୍ ରହିଲେ ହେବ ନାହିଁ, ଛାତ୍ର ମାନଙ୍କୁ ନଜର ନରଖିଲେ ଅବାଟକୁ ଯିବାର ସମ୍ଭାବନା ରହିଛି। ତେଣୁ କରି ଅଭିଭାବକ ମାନେ ମହାବିଦ୍ୟାଳୟ ପ୍ରଶାସନ କୁ ସହଯୋଗ କରିବା ନିହାତି ଆବଶ୍ୟକ ବୋଲି ଅଧ୍ୟକ୍ଷ ଓ ଅଧ୍ୟାପକ ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି ବୈଠକରେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା।

ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।

Categories
ଆଞ୍ଚଳିକ ଖେଳ

ଦିବାରାତ୍ରି ମ୍ୟାଚରେ ବ୍ରହ୍ମପୁରକୁ ହରାଇ ଚମ୍ପିୟାନ ହେଲା ବାଲୁଗାଁ ୧୧ ଷ୍ଟାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଖେଳାଯାଇଥିବା ଦିବାରାତ୍ରି ମ୍ଯାଚରେ ବାଲୁଗାଁ ଇଲେଭେନ ଷ୍ଟାର ଚମ୍ପିୟାନ ହୋଇଛି।

ବ୍ରହ୍ମପୁରକୁ ହରାଇ ବାଲୁଗାଁ ଇଲେଭେନ ଷ୍ଟାର ଚମ୍ପିୟାନ ହୋଇଛି। ବ୍ରହ୍ମପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫୬ ରନ ସଂଗ୍ରହ କରିଥିଲା। ଜବାବରେ ବାଲୁଗାଁ ଇଲେଭେନ ଷ୍ଟାର ୭ ଓଭରରେ ଲକ୍ଷ୍ୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା।

ଫାଇନାଲ ମ୍ଯାଚରେ ବାଲୁଗାଁ ଇଲେଭେନ ଷ୍ଟାର ଦଳର ଅଧିନାୟକ ରାକେଶଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ରାଜେଶ ମନୋନୀତ ହୋଇଥିଲେ। ସେହିଭଳି ଲିପୁନ ଶ୍ରେଷ୍ଠ ବୋଲର ଏବଂ ବୈକୁଣ୍ଠଙ୍କୁ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଭାବେ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର

ମୋବାଇଲ୍‌ ଫୋନ୍‌ ଦେଖିବାକୁ ମନା କରିବାରୁ ପୁଅର ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ

ଭଦ୍ରକ, 23/12: ମୋବାଇଲ ପାଇଁ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ୍ ପୁରୁଷୋତ୍ତମପୁର ଗାଁରେ। ମାଆ ମୋବାଇଲ ଫୋନ ଦେଖିବାକୁ ମନା କରିବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଛି। ସୂଚନା ଅନୁଯାୟୀ, ସୋମବାର ମୋବାଇଲ ଦେଖିବାକୁ ନେଇ ମା ଗାଳି ଦେବାରୁ ଦଶମ ଶ୍ରେଣୀର ଛାତ୍ର ଦୀପଙ୍କର ନାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ନାୟକାଣୀଡିହି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।