ପୁରୁଷୋତ୍ତମପୁରରେ ଅଧ୍ୟାପକ ଓ ଅଭିଭାବକ ବୈଠକ ଅନୁଷ୍ଠିତ

Published: Jan 28, 2023, 7:23 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଅବସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ଆଜି ଅଧ୍ୟାପକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ଓ ଇତିହାସ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଗାୟତ୍ରୀ ଦାସ ମଞ୍ଚାସିନ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଆଜିର ବୈଠକରେ ଅଭିଭାବକ ମାନେ ମହାବିଦ୍ୟାଳୟର ପ୍ରଶାସନ କୁ ସହଯୋଗ କରିବା ସହିତ ସଚେତନତା ର ଆବଶ୍ୟକ ବୋଲି ଅଧ୍ୟକ୍ଷ ଓ ଅଧ୍ୟାପକ ଗଣ ବକ୍ତବ୍ୟ ଜରିଆରେ ବୁଝାଇଥିଲେ।କାରଣ ଗତ ୨୦୧୭ ମସିହା ଠାରୁ ରାଜ୍ୟ ସରକାର ମୋ ସ୍କୁଲ୍ ଅଭିଯାନ ନିୟମ ଅନୁଯାୟୀ ଛାତ୍ର ବ୍ରୁତି ପ୍ରଦାନ କରିଛନ୍ତି ଓ ଆମ ବିଦ୍ୟାଳୟ ର ଅଳ୍ପ ଛାତ୍ର ଏହାର ସୁବିଧା ପାଇଥିଲା ବେଳେ ସଚେତନତା ଅଭାବ ରୁ ବହୁତ ଛାତ୍ର ବଞ୍ଚିତ ହେଉଛନ୍ତି।

ଏତଦବ୍ୟତୀତ ଛାତ୍ର ମାନଙ୍କୁ କେବଳ ପାଠ ପଢ଼ିବାକୁ ଛାଡ଼ି ଚୁପ୍ ରହିଲେ ହେବ ନାହିଁ, ଛାତ୍ର ମାନଙ୍କୁ ନଜର ନରଖିଲେ ଅବାଟକୁ ଯିବାର ସମ୍ଭାବନା ରହିଛି। ତେଣୁ କରି ଅଭିଭାବକ ମାନେ ମହାବିଦ୍ୟାଳୟ ପ୍ରଶାସନ କୁ ସହଯୋଗ କରିବା ନିହାତି ଆବଶ୍ୟକ ବୋଲି ଅଧ୍ୟକ୍ଷ ଓ ଅଧ୍ୟାପକ ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି ବୈଠକରେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ।

Related posts