Categories
ଆଜିର ଖବର ରାଜ୍ୟ ଖବର

ପୁଲୱାମା ବଳିଦାନ ଦିବସ ପାଳିଲା ବଜରଙ୍ଗ ଦଳ

ରଣପୁର: ୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ଭାରତ ପାଇଁ ଏକ କଳା ଦିବସ। ଏହି ଦିନ ଭାରତର ୪୦ ଜଣ ସି.ଆର.ପି.ଏଫ ଯବାନ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇ ଶହୀଦ ହୋଇଥିଲେ। ୪୦ ଜଣ ସି.ଆର.ପି.ଏଫ ଯବାନ ଏକ ବସରେ ଜାମ୍ମୁ କାଶ୍ମୀରର ପୁଲୱାମାର ଲେଥପୋରା ଅଞ୍ଚଳରେ ଯାଉଥିବା ବେଳେ ଏକ ବୋମା ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣରେ ୪୦ ଜଣ ଯବାନ ପ୍ରାଣତ୍ୟାଗ କରି ଦେଶ ପାଇଁ ଶହୀଦ ହୋଇଥିଲେ।  ଏହି ବିସ୍ପୋରଣ ପାକିସ୍ତାନ ଦ୍ୱାରା କରାଯାଇଥିଲା ବୋଲି ଜଣା ପଡିଥିଲା। ଶହୀଦମାନଙ୍କୁ ମନେ ପକାଇବା ପାଇଁ ସେହି ଦିବସକୁ “ପୁଲୱାମା ବଳିଦାନ ଦିବସ” ଭାବେ ନାମିତ କରାଯାଇଛି।

ଆଜି ରଣପୁର ବଜରଙ୍ଗ ଦଳ ଏହି “ପୁଲୱାମା ବଳିଦାନ ଦିବସ” କୁ ମନେ ପକାଇ ପାଳନ କରିଛି। ଏହି ଅବସରରେ ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ସମୟରେ ପାକିସ୍ତାନ ମୃଦାବାଦ, ଭାରତ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ବଜରଙ୍ଗ ଦଳର ସମସ୍ତ କର୍ମୀ ଏଥିରେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆତଙ୍କବାଦୀ ପାଣ୍ଠି ବିରୋଧରେ କାର୍ଯ୍ୟାନୁଷ୍ଠାନ: ଜମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଏନଆଇଏ ର ଚଢାଉ

ଶ୍ରୀନଗର: ଶ୍ରୀନଗର, ଶୋପିଆନ୍, ପୁଲୱାମା, ଅନନ୍ତନାଗ ଏବଂ କୁଲଗାମ ସମେତ କାଶ୍ମୀରର ଅନେକ ସ୍ଥାନରେ ଏନଆଇଏ ଟିମ୍ ଚଢାଉ କରୁଛି। ସୂଚନାନୁସାରେ, ଏହି ଚଢାଉ ଆତଙ୍କବାଦୀ ପାଣ୍ଠି ଏବଂ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ। ଏହି ଚଢାଉରେ ଜମାତ-ଇ-ଇସଲାମି (ଜେଇ) ସହ ଜଡିତ ଅଧିକାଂଶ ଲୋକଙ୍କ ଘର ତଲାସୀ ନିଆଯାଉଛି।

ସୂଚନା ଅନୁଯାୟୀ, ଶୋପିଆନ୍ ଜିଲ୍ଲାର ୱାଚି ଅଞ୍ଚଳରେ ଏନଆଇଏ ଟିମ୍ ଚଢାଉ କରିଛି। ଏଥିସହ ପୁଲୱାମା ଜିଲ୍ଲାର ନେହମା, ଲିଟର ଏବଂ କୁଲଗାମ ଜିଲ୍ଲାର ଫ୍ରେସଲ ଅଞ୍ଚଳରେ ଚଢାଉ ଜାରି ରହିଛି। ଏନେଇ ଏକ ଟିମ୍ ମଧ୍ୟ ଅନନ୍ତନାଗର ଅଚୱଲ୍ ଜିଲ୍ଲାରେ ପହଞ୍ଚିଛି ଯେଉଁଠାରେ ଚଢାଉ ଆରମ୍ଭ ହୋଇନାହିଁ।

ଏହାପୂର୍ବରୁ ସକାଳେ ଶ୍ରୀନଗରରେ ମହିଳା ବିଚ୍ଛିନ୍ନତାବାଦୀ ଆସିଆ ଅନ୍ଦ୍ରାବୀଙ୍କ ଘରେ ମଧ୍ୟ ତଲାସୀ ନେଇଛି। ଆସିଆ ବର୍ତ୍ତମାନ ଜେଲରେ ଅଛି। ତାଙ୍କ ଘର ୨୦୧୯ ରେ NIA ଦ୍ୱାରା ସଂଲଗ୍ନ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣିଥରେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା, ଆତଙ୍କବାଦୀଙ୍କ ଗୁଳି ପରେ ଡାକ୍ତରଖାନାରେ ହେଲା ମୃତ୍ୟୁ

ଶ୍ରୀନଗର: ସ୍ଥାନୀୟ ବଜାରକୁ ଯାଉଥିବାବେଳେ ପୁଲୱାମାର କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କାଶ୍ମୀର ପୋଲିସ କହିଛି। ଏହି ଘଟଣା ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଘଟଣାର ଏକ ଧାରା ବୋଲି ବିଶ୍ୱାସ କରାଯାଏ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ସଞ୍ଜୟ ଶର୍ମା ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଥିଲେ। ସେଦିନ ସକାଳ ପ୍ରାୟ ୧୦ ଟା ବେଳେ ବଜାରକୁ ଯାଉଥିବା ବେଳେ ତାଙ୍କୁ ନିକଟରୁ ଗୁଳି କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଲୱାମାରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଲସ୍କର ଆତଙ୍କବାଦୀ ନିହତ

ପୁଲୱାମା: ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଏକ ଏନକାଉଣ୍ଟରରେ ମୋଟ ତିନି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ପୁଲୱାମାର ଦ୍ରବଗାମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। ନିହତ ହୋଇଥିବା ତିନିଜଣ ଆତଙ୍କବାଦୀ ସ୍ଥାନୀୟ ଏବଂ ସମସ୍ତେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ସହିତ ଜଡିତ ଥିଲେ। ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ନିହତ ଆତଙ୍କବାଦୀଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ: ପୁଲୱାମାରେ ୟୁପିର ଆକ୍ରମଙ୍କୁ ମାରିଲେ ଗୁଳି

ଶ୍ରୀନଗର: ଗତକାଲି ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି କାରଣରୁ ସେ ଗୁରୁତର ଆହତ ହୋଇଥିଲେ। ପୋଲିସ ଏହି ସୂଚନା ଦେଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ରାତି ପ୍ରାୟ ୯.୧୦ ସମୟରେ ମହମ୍ମଦ ଆକ୍ରାମ (୪୦) ଙ୍କୁ ଗୁଳି କରାଯାଇଥିଲା।

ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ SMHS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ଆକ୍ରାମ ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା। ସେ ପୁଲୱାମାର ଆରିହଲରେ ରୁହନ୍ତି।

ଅନ୍ୟପକ୍ଷରେ ଆତଙ୍କବାଦୀମାନେ ଗତକାଲି ଜମ୍ମୁ କାଶ୍ମୀରର ଶୋପିଆନ୍ ଏବଂ ପୁଲୱାମା ଜିଲ୍ଲାରେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) କ୍ୟାମ୍ପରେ ଗ୍ରେନେଡ୍ ଫିଙ୍ଗି ତିନିଜଣ ଯବାନ ଆହତ ହୋଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଲୱାମା: ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଉପରେ ସୁରକ୍ଷା ବାହିନୀ ଏକ ଅପରେସନ୍ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ସୁରକ୍ଷା ବାହିନୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲା। ଯେଉଁଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି।

ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେ କେଉଁ ଆତଙ୍କବାଦୀ ସଂଗଠନର ସହ ଜଡିତ, ତାହାର ଅନୁସନ୍ଧାନ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ପୁଲୱାମା: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଆଉ ୩ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ଥାନୀ ଆତଙ୍କି ସାମିଲ ଅଛି। ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ଥାନର ଲସ୍କର ଆତଙ୍କି ଅୟାଜ ମୃତ୍ୟୁବରଣ କରିଛି। ଏଥିରେ ଭାରତୀୟ ସୈନ୍ୟ ଏବଂ ସିଆରପିଏଫ ସାମିଲ ଥିଲେ।

ସୂଚନା ଅନୁଯାୟୀ, ପୁଲୱାମା ସହରସ୍ଥିତ ଜିଲ୍ଲା ଚିକିତ୍ସାଳୟ ନିକଟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାବାହିନୀଙ୍କୁ ମିଳିଥିଲା। ଏହାପରେ ସଂପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷାବାହିନୀ ଘେରାବନ୍ଦି କରିନେଇଥିଲେ। ଏହା ଜାଣିପାରି ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଜବାବରେ ସୁରକ୍ଷାବାହିନୀ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏବଂ ୩ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ। ବର୍ତ୍ତମାନ ସହରରେ କର୍ଫ୍ୟୁ ଲଗାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ଯବାନ ସହିଦ, ୪ ଜଣ ଆତଙ୍କିକୁ କରାଗଲା ଘେରାବନ୍ଦୀ

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ଜଣେ ଭାରତୀୟ ଯବାନ ସହୀଦ ହୋଇଯାଇଥିବା ବେଳେ ୪ ଜଣ ଆତଙ୍କବାଦୀଙ୍କ ଘେରାବନ୍ଦୀ କରାଯାଇଛି।

ସୂଚନା ମୁତାବକ, ପୁଲୱାମା ଜିଲ୍ଲାର ରାଜପୋରା ଅନ୍ତର୍ଗତ ହଂଜିନ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବାର କୌଣସି ସୂତ୍ରରୁ ଖବର ପାଇଁ ଆଜି ସୁରକ୍ଷା ବାହିନୀ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହଠାତ ଆତଙ୍କବଦୀମାନେ ସୁରକ୍ଷାବାହିନୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ। ଫଳରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା।

ସେଠାରେ ୩ ରୁ ୪ ଜଣ ଆତଙ୍କି ମହଜୁଦ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଗୁଳିବିନିମୟ ଜାରି ରହିଥିବା ବେଳେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି। ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚିପାରିନହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଲୱାମାରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଗତ ରାତିରେ ବିଜେପିର ଏକ ନେତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବିଜେପି ନେତା ରାକେଶ ପଣ୍ଡିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ରାତି ପ୍ରାୟ ୧୦.୧୫ ମିନିଟ ସମୟରେ ତିନି ଜଣ ଆତଙ୍କବାଦୀ ଆସି ଗୁଳି ବିର୍ଷଣ କରିଥିଲେ। ଗୁରୁତର ଅବସ୍ଥାରେ ରାକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ରାକେଶଙ୍କ ବନ୍ଧୁଙ୍କ ଝିଅ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି।

ପୋଲିସ କହିବା ମୁତାବକ, ରାକେଶ ପଣ୍ଡିତଙ୍କୁ ସୁରକ୍ଷା ପ୍ରଦାନ କରାଯିଥିଲା। ତାଙ୍କ ପାଇଁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଉପଲବ୍ଧ ଥିଲେ। କିନ୍ତୁ ସେ ବିନା ସୁରକ୍ଷାକର୍ମୀଙ୍କୁ ନେଇ ନିଜ ପୈତୃକ ଗାଁକୁ ଚାଲିଯାଇଥିଲେ। ବର୍ତ୍ତମାନ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଦନ୍ତ ଅଭିଯାନ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ପୁଲୱାମାରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥଳକୁ ଧ୍ୱଂସ୍ତ କଲେ ସୁରକ୍ଷାକର୍ମୀ

ପୁଲୱାମା: ବୁଧବାର ଦିନ ସୁରକ୍ଷାବାହିନୀ ପୁଲୱାମା ଜିଲ୍ଲାର ଅବନ୍ତିପୁର ଅନ୍ତର୍ଗତ ତ୍ରାଲ ଜଙ୍ଗଲ ଅଂଚଳରେ ଏକ ଆତଙ୍କବାଦୀ ଲୁଚି ରହିଥିଲେ। ସର୍ଚ୍ଚ ଅପରେସନ ସମୟରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସନ୍ଦେହଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

ତ୍ରାଲର ସିର/ପାସ୍ତୁନା ଜଙ୍ଗଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ଉପରେ ୪୨ ଆରଆର, ପୋଲିସ ଏବଂ ୧୮୦ଟି ବାଟାଲିୟନ ସିଆରପିଏଫ ମିଳିତ ଭାବେ ଜଙ୍ଗଲ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଏହି ସମୟରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ପାଇଥିଲେ। ଆତଙ୍କୀ ଠିକଣା ଖୋଜିବା ପରେ ମୁଜାହିଦ୍ଦିନର ସନ୍ଦେହଜନକ ସାମଗ୍ରୀ, ବାସନ ଏବଂ ଖାଦ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।
ଆତଙ୍କବାଦ ଲୁଚାଇ ରଖିଥିବା ସାମଗ୍ରୀକୁ ସୁରକ୍ଷାବଳ ତାଙ୍କ କବଜାକୁ ଆଣି ଆତଙ୍କୀ ଠିକଣା ଧ୍ୱଂସ କରିଦେଇଥିଲେ।

ଏହି ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ଭାବନା ଥିବାରୁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି। କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଉପତ୍ୟାକାରେ କମ୍ ଆତଙ୍କବାଦୀ ରହିଛନ୍ତି। ସୀମାରେ ସଜାଗ ସୁରକ୍ଷା ବାହିନୀ ହେତୁ ପାକିସ୍ଥାନୀ ପାର୍ଶ୍ଵ ଉପତ୍ୟାକାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ମଧ୍ୟ ବହୁତ କମିଛି।

ତେବେ ବର୍ତମାନ ବିଶ୍ୱାସ କରାଯାଉଛି ଯେ, ଆତଙ୍କବାଦୀଙ୍କ୍ ଅନୁପ୍ରବେଶ ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ଭାରତୀୟ ସେନାର କାର୍ଯ୍ୟକଳାପ ଏବଂ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମା।