ପୁଲୱାମାରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

Published: Jun 3, 2021, 10:56 am IST

ଶ୍ରୀନଗର: ଗତ ରାତିରେ ବିଜେପିର ଏକ ନେତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବିଜେପି ନେତା ରାକେଶ ପଣ୍ଡିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ରାତି ପ୍ରାୟ ୧୦.୧୫ ମିନିଟ ସମୟରେ ତିନି ଜଣ ଆତଙ୍କବାଦୀ ଆସି ଗୁଳି ବିର୍ଷଣ କରିଥିଲେ। ଗୁରୁତର ଅବସ୍ଥାରେ ରାକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ରାକେଶଙ୍କ ବନ୍ଧୁଙ୍କ ଝିଅ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି।

ପୋଲିସ କହିବା ମୁତାବକ, ରାକେଶ ପଣ୍ଡିତଙ୍କୁ ସୁରକ୍ଷା ପ୍ରଦାନ କରାଯିଥିଲା। ତାଙ୍କ ପାଇଁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଉପଲବ୍ଧ ଥିଲେ। କିନ୍ତୁ ସେ ବିନା ସୁରକ୍ଷାକର୍ମୀଙ୍କୁ ନେଇ ନିଜ ପୈତୃକ ଗାଁକୁ ଚାଲିଯାଇଥିଲେ। ବର୍ତ୍ତମାନ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଦନ୍ତ ଅଭିଯାନ ଜାରି ରହିଛି।

Related posts