Categories
ଆଞ୍ଚଳିକ

କାନ୍ତକବିଙ୍କ ସୃଷ୍ଟି ଉତ୍କଳର ସର୍ବକାଳୀନ ଦର୍ଶନ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଜାତିର ଗୌରବ, ମହାନ୍ କବି, ସ୍ୱାଧୀନତା ସଂଗ୍ରାମୀ, ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟ ମହାଡ଼ାକପାଳସ୍ଥିତ କାନ୍ତକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ସ୍ମୃତିଚାରଣ କରି ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ, କାନ୍ତକବି ଥିଲେ ଓଡ଼ିଆ ଜାତିର ଚିର ବନ୍ଦନୀୟ, କବି, ସମ୍ପାଦକ, ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ।

ଏହା ବ୍ୟତୀତ ତାଙ୍କ ରଚିତ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି। ଏହା ହେଉଛି ଉତ୍କଳର ଆଗ୍ନେୟ ଆହ୍ୱାନ ଓ ସର୍ବକାଳୀନ ଉଚ୍ଚାରଣ ସିଦ୍ଧ ଦର୍ଶନ। ତାଙ୍କ ରଚିତ ଗଳ୍ପ, ଉପନ୍ୟାସ, ନାଟକ ଯଥା ଜାତୀୟ ପତାକା, ବୁଢା ଶଙ୍ଖାରୀ, ପ୍ରଣୟ ଦୁନ୍ଦୁଭି ଅମର କୀତ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ। ତାଙ୍କ ନିଷ୍ଠା, ଆଦର୍ଶ, ସାରସ୍ୱତ କୃତି ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା।

ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସାରସ୍ୱତ ପ୍ରତିଭା କାମଦେବ ମହାପାତ୍ରଙ୍କୁ କାନ୍ତକବି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଉକ୍ତ ସ୍ମୃତିଚାରଣ ସଭାରେ ଅଭିଯାନର ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ରୋହିତ କୁମାର, ରମେଶ ଚନ୍ଦ୍ର ପାତାଳସିଂ, ତନ୍ମୟ ସାମନ୍ତରାୟ, କବି ନିରାକାର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ସଭାରେ ଯୋଗ ଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Categories
ଆଞ୍ଚଳିକ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଭଙ୍ଗାଗଲା ବିଜ୍ଞାପନ ଫଳକ, ଏଣିକି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଥିବା ବିଜ୍ଞାପନ ଫଳକକୁ ଅଭିଯାନ ତରଫରୁ ଭାଙ୍ଗି ଦିଆଯାଇଛି। ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, କୌଣସି ବ୍ୟକ୍ତିବିଶେଷ, ସଂଗଠନ ଏପରି ବେଆଇନ୍ କାର୍ଯ୍ୟ କଲେ ତାଙ୍କ ବିରୁଦ୍ଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସାମାଜିକ ବାସନ୍ଦ କରାଯିବ।

ପୂର୍ବରୁ ଏ ନେଇ ଓଡ଼ିଶା ବୌଦ୍ଧିକ ସମାଜ ପକ୍ଷରୁ ସୌଭାଗ୍ୟ ରଞ୍ଜନ ମହାନ୍ତି ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ବିଜ୍ଞାପନ ବୋର୍ଡ଼ଟିକୁ ହଟାଇବା ପାଇଁ ସରକାରଙ୍କୁ ସୂଚନା ପ୍ରଦାନ କରିଥିଲେ। ମାତ୍ର ସରକାର ଏଥିପ୍ରତି ସାମାନ୍ୟତମ କର୍ଣ୍ଣପାତ କରିନଥିଲେ। ତେଣୁ ପୂର୍ବ ଘୋଷଣା ଅନୁଯାୟୀ ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ସଦସ୍ୟ ନାରାୟଣ ଖୁଣ୍ଟିଆ, ଡ. ଅସିତ ଦାସ ପ୍ରମୁଖ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ôଚ ବିଜ୍ଞାପନ ଫଳକଟିକୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ହଟାଇ ଦେଇଥିଲେ। ଭବିଷ୍ୟତରେ କୌଣସି ମହାପୁରୁଷଙ୍କୁ ଏପରି ଅସମ୍ମାନ କଲେ, ତାର ପରିଣତି ଭୟାବହ ହେବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ଚେତାବନୀ ଦେଇଛନ୍ତି।