Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାନ୍ତକବିଙ୍କ ସୃଷ୍ଟି ଉତ୍କଳର ସର୍ବକାଳୀନ ଦର୍ଶନ
ଆଞ୍ଚଳିକ

କାନ୍ତକବିଙ୍କ ସୃଷ୍ଟି ଉତ୍କଳର ସର୍ବକାଳୀନ ଦର୍ଶନ

December 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଜାତିର ଗୌରବ, ମହାନ୍ କବି, ସ୍ୱାଧୀନତା ସଂଗ୍ରାମୀ, ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟ ମହାଡ଼ାକପାଳସ୍ଥିତ କାନ୍ତକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ସ୍ମୃତିଚାରଣ କରି ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ, କାନ୍ତକବି ଥିଲେ ଓଡ଼ିଆ ଜାତିର ଚିର ବନ୍ଦନୀୟ, କବି, ସମ୍ପାଦକ, ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ।

ଏହା ବ୍ୟତୀତ ତାଙ୍କ ରଚିତ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି। ଏହା ହେଉଛି ଉତ୍କଳର ଆଗ୍ନେୟ ଆହ୍ୱାନ ଓ ସର୍ବକାଳୀନ ଉଚ୍ଚାରଣ ସିଦ୍ଧ ଦର୍ଶନ। ତାଙ୍କ ରଚିତ ଗଳ୍ପ, ଉପନ୍ୟାସ, ନାଟକ ଯଥା ଜାତୀୟ ପତାକା, ବୁଢା ଶଙ୍ଖାରୀ, ପ୍ରଣୟ ଦୁନ୍ଦୁଭି ଅମର କୀତ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ। ତାଙ୍କ ନିଷ୍ଠା, ଆଦର୍ଶ, ସାରସ୍ୱତ କୃତି ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା।

ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସାରସ୍ୱତ ପ୍ରତିଭା କାମଦେବ ମହାପାତ୍ରଙ୍କୁ କାନ୍ତକବି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଉକ୍ତ ସ୍ମୃତିଚାରଣ ସଭାରେ ଅଭିଯାନର ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ରୋହିତ କୁମାର, ରମେଶ ଚନ୍ଦ୍ର ପାତାଳସିଂ, ତନ୍ମୟ ସାମନ୍ତରାୟ, କବି ନିରାକାର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ସଭାରେ ଯୋଗ ଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.