Categories
ଆଜିର ଖବର ରାଜ୍ୟ ଖବର

ବିନା ଫଳକରେ ଚାଲିଛି ରଣପୁର-ଦର୍ପନାରାୟଣପୁର ରାସ୍ତା କାମ: ପ୍ରତ୍ୟେହ ଦୁର୍ଘଟଣା ଘଟୁଥିବା ଅଭିଯୋଗ

ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ ରଣପୁର -ଦର୍ପନାରାୟଣପୁର ରାସ୍ତା ଏବେ ପ୍ରଶସ୍ତିକରଣ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ କାମ ଚାଲିଛି। ତେବେ ଉକ୍ତ କାମ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମାନୀ ଚରମ ସୀମାରେ ପହଂଚି ଥିବା ଦେଖିବାକୁ ମିଳିଛି। ଏପରିକି ବିନା ଫଳକରେ ଅତି ନିମ୍ମମାନର କାମ ହେଉଥିବା ବେଳେ ଅଧା ପନ୍ତରିଆ କାମ ଯୋଗୁଁ ପ୍ରତ୍ୟେହ ଦୁର୍ଘଟଣା ବଢିବାରେ ଲାଗିଛି। ଫଳରେ ଅଚଂଳବାସୀ ଅତିଷ୍ଠ ହୋଇପଡିଥିବା ଅଭିଯୋଗ ହେଉଛି।

ତେବେ ଗତ ଦେଢ ମାସ ତଳେ ଉକ୍ତ ରାସ୍ତାରେ ସାନଗଡ ଠାରେ ନିର୍ମାଣଧିନ ଏକ ଶଙ୍ଖ ଭିତରେ ପଡି ଜୈନିକ ବାଇକ ଚାଳକ ଅତି ଗୁରୁତର ହୋଇ ପଡିଥିବା ବେଳେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ। ସେହିପରି ଅନୁରୂପ ଭାବେ ଆଜି ଭୋର ୫ ଟାରେ ଏକ ବାଇକ ଆରୋହୀ ଉକ୍ତ ରାସ୍ତା ଦେଇ ନୟାଗଡ ଆଡୁ ରଣପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ହରିପୁର ଗାଁ ମୁଣ୍ଡରେ ଅଧା-ପନ୍ତରିଆ ଶଙ୍ଖ ଭିତରକୁ ଖସି ପଡିଥିଲେ। ସକାଳ ୮ ଟାରେ ଘଟଣା ସ୍ଥଳରେ ରଣପୁର ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ବାଇକ (ନମ୍ବର ଙଜ-୦୪-ଓ-୨୩୮୦) , ହେଲମେଟ ଓ ଚପଲ ଉଦ୍ଧାର କରିଥିଲେ। କିନ୍ତୁ ବାଇକ ଚାଳକଙ୍କର କୌଣସି ପତା ମିଳି ନ ଥିବା ପୁଲିସ ସୂତ୍ରରୁ ଜଣା୍ ଯାଇଛି। ତେବେ ଏହାର ଅନୁସନ୍ଧାନ ଜାରି ରହିଛି ବୋଲି ଏଏସଅ୍ଧବ ବିଶ୍ୱଭୂଷଣ ସିଂ କହିଛନ୍ତି।

ଅପରପକ୍ଷେ ହରିପୁର ଗାଁ ମୁଣ୍ଡରେ ଦୀର୍ଘ ମାସ ଧରି ନିର୍ମାଣଧିନ ଶଙ୍ଖ ଏବେ ଅଧା-ପନ୍ତରିଆ ଭାବେ ପଡି ରହିଥିବାରୁ ଏବଂ କୌଣସି ସଙ୍କେତ ଦିଆ ଯାଇ ନ ଥିବାରୁ ଅଜଣା ଯାନବାହନ ଓ ବାଇକ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଅନୁରୂପ ଭାବେ ଅଢେଇ ମାସ ତଳେ ଅସୁରକୁମାରୀ ନିକଟରେ ନିର୍ମାଣ ହେଉଥିବା ଶଙ୍ଖରେ ଏକ ବାଇକ ଦୁର୍ଘଟଣା ଘଟିଥିଲା।

ସେହିପରି ଅଧା ନିର୍ମାଣ ରାସ୍ତା ଯୋଗୁ ରାସ୍ତାରେ ପ୍ରବଳ ଧୂଳି ଉଡୁଛି, ଯାହା ଫଳରେ ଯାତ୍ରୀମାନେ ଅଣ ନିଶ୍ୱାସ ହେଇ ଯାଉଥିବା ଅଭିଯୋଗ ହେଉଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଦୀଜିବୀ ଓ ଅଚଂଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ପୈତୃକ ଘର ବାଣପୁର ସମେତ ୭ ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରରେ ଭିଜିଲାନ୍ସ ଚଢ଼ାଉ। ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଜାର ସାହିରେ ଚଢ଼ାଉ ଜାରି ରଖିଛନ୍ତି।

ଖବର ମୁତାବକ ବାଲେଶ୍ୱର ଡିଭିଜନ ୨ ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଅଜୟଙ୍କ ମୂଳ ଘର ବାଣପୁର ହୋଇଥିବା ବେଳେ ଏକାକାଳୀନ ଭାବେ ସାତ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ତାଙ୍କ ପୈତୃକ ଘର ବାଣପୁର, ସମ୍ପର୍କୀୟଙ୍କ ଘର ବାଲୁଗାଁ, ଟାଙ୍ଗୀ, ବାଲେଶ୍ଵରର ସରକାରୀ ବାସଭବନ, ପୁରୀସ୍ଥିତ ଅନନ୍ୟା ପାମ ବିଚ୍ ଏବଂ ବାଲେଶ୍ଵର ତାଙ୍କ ଅଫିସରେ ସକାଳୁ ଚଢ଼ାଉ ଜାରି ରହିଛି। ବାଣପୁରରେ ଭିଜିଲାନ୍ସ ଇନ୍ସପେକ୍ଟର ଅଶୋକ କୁମାର ବେଉରାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି।

Categories
ଆଞ୍ଚଳିକ

ପୂର୍ତ୍ତ ବିଭାଗର ସାବତ ପୁଅ ନୀତିକୁ ବିରୋଧ କଲେ ବାଣପୁରବାସୀ: ଆନ୍ଦୋଳନ ଚେତାବନୀ

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀ ଗ୍ରାମୀଣ କ୍ଷେତ୍ରର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଉଥିବା ବେଳେ ଗମନାଗମନ ପାଇଁ ସବୁ ସ୍ଥାନରେ ପକ୍କା/ପିଚୁ ସଡ଼କ ନିର୍ମାଣ କରାଯାଉଛି। କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଲାଗି ଏହାର ସଫଳ ରୂପାୟନ ହେଉପାରିନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ।

ପୂର୍ତ୍ତବିଭାଗ ଅଧୀନରେ ଥିବା ଦୋଳବେଦି ଠାରୁ ଆୟତ୍ତପୁର ରାସ୍ତା ମଧ୍ୟବର୍ତ୍ତୀ ବରଡ଼ି ଗ୍ରାମ ନିକଟରେ ପିଚୁ ରୋଡ ଅଧା ଧୋଇହୋଇ ନଷ୍ଟ ହୋଇଯାଇଛି। ତେବେ ଉକ୍ତ ସଡ଼କ ପାର୍ଶ୍ୱରେ ବାଉଁଶ ନଦୀ ପ୍ରବାହିତ ହୋଇଥିବାରୁ ବର୍ଷାଦିନେ ପ୍ରବଳ ଜଳସ୍ରୋତରେ ନଦୀ ଜଳ ରାସ୍ତାରେ ପ୍ରବାହିତ ହୋଇ ପିଚୁ ସଡ଼କକୁ ନଷ୍ଟ କରିଦେଉଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଯା’ ଆସ କରୁଥିବା ବେଳେ ରାସ୍ତାଟି ନଷ୍ଟହୋଇଯାଇଥିବାରୁ ଏକାଧିକ ଦୁର୍ଘଟଣା ନିତିଦିନର ଘଟଣା ପାଲଟିଛି। ଏପରିକି କିଛି ମାସ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ହେଲେ ନଦୀ ଜଳରୁ ରାସ୍ତାକୁ ରକ୍ଷା କରିବାପାଇଁ ସେଠାରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜନୈକ ଠିକାଦାରଙ୍କୁ ଦାଇତ୍ୱ ଦିଆଯାଇଥିଲା। କିନ୍ତୁ ସ୍ତାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ନିମ୍ନମାନର କାମ ଯୋଗୁଁ ଅଳ୍ପଦିନ ତଳେ ନିର୍ମାଣ କରାଯାଇଥିବା ସୁରକ୍ଷା ପ୍ରାଚୀରଟି ବର୍ଷାରେ ଭୁଶୁଡି ନଦୀ ମଧ୍ୟକୁ ଚାଲିଯିବାରୁ ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଛି।

ତେବେ ରାସ୍ତାଟି ଧୋଇ ହୋଇ ସଂକୀର୍ଣ୍ଣ ହୋଇଯିବା ଫଳରେ ମାସ ମାସ ଧରି ଏହାର ସ୍ଥାୟୀ ମରାମତି ପୂର୍ତ୍ତ ବିଭାଗ କରୁନାହିଁ। କେବେଳ ବାଉଁଶ ଓ ବାଲି ବସ୍ତା ପକାଇ ଉକ୍ତ ରାସ୍ତାକୁ ରଖାଯାଇଛି, ଯାହାକି ଦୂରରୁ ସମୁଦ୍ର ଜୁଆରର ଭ୍ରମ ସୃଷ୍ଟି କରୁଛି। ତେବେ ଏ ନେଇ ଵିଭାଗୀୟ ଯନ୍ତ୍ରୀ ପ୍ରଭାକର ଚୌଧୁରୀଙ୍କୁ ପଚାରିବାରୁ ରାସ୍ତାର ନିର୍ମାଣ ଦାଇତ୍ୱ ସନ୍ଧ୍ୟା କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ନେଇଥିଲା, କିନ୍ତୁ ପ୍ରାଚୀର ଭୁସିଡିଲା ପରେ ତାହାର କୌଣସି ବିଲ ପଇଠ କରାଯାଇନଥିବା ଯନ୍ତ୍ରୀ ପଶ୍ରୀ ଚୌଧୁରୀ ସଫେଇ ଦେଇଛନ୍ତି।

ବର୍ତ୍ତମାନ ସ୍ଥାୟୀ ମରାମତି ପାଇଁ ଅଟକଳ ସରିଛି ଓ ୨-୩ ମାସରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ମଧ୍ୟ ଶ୍ରୀ ଚୌଧୁରୀ କହିଛନ୍ତି। ଏଠି ପୂର୍ତ୍ତବିଭାଗର ଦାୟିତ୍ୱହୀନତା ସ୍ପଷ୍ଟ ବାରି ହେଉଛି। ଧନଜୀବନ ଗଲାପରେ ମଧ୍ୟ ଯଦି ପୂର୍ତ୍ତ ବିଭାଗ ଏହାକୁ ହାଲୁକାରେ ନେଉଛି, ତେବେ ଆଗାମୀ ଦିନରେ ବୋଧେ କିଛି ବଡ ଅଘଟଣ ଘଟିଲେ ପୂର୍ତ୍ତବିଭାଗ ଚେତିବ।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ସତୀଶ ପଟ୍ଟନାୟକଙ୍କୁ ଏକାଧିକ ଥର ଫୋନ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ନିର୍ବାହୀ ଯନ୍ତ୍ରୀ କୁଆଡ଼େ ନିଜର ଅବସର ଆଉ ମାତ୍ର ଦୁଇ ମାସ ଥିବା ସମସ୍ତଙ୍କୁ କହି ବୁଲୁଥିବାର ଶୁଣାଯାଉଛି। ହେଲେ ଅବସର ଖୁସିରେ ନିଜ ରାଜଧର୍ମ ଭୁଲିଯିବା କେବେବି ଶୋଭନୀୟ ନୁହେଁ।

ଜନସାଧାରଣଙ୍କ ଅଭିଯୋଗର ମାଧ୍ୟମ ଗଣମାଧ୍ୟମ ହୋଇଥିବା ବେଳେ ତାହାକୁ ଗୁରୁତ୍ୱ ନଦେବା ବୁଦ୍ଧିଜୀବୀ ମହଲରେ ନାପସନ୍ଦର ବିଷୟ ପାଲଟିଛି। ଯେଉଁଠି ଗୋଟାଏ ସ୍ଥାନରେ ୫ଟି ସଚିବଙ୍କ ଗସ୍ତ ଉପଲକ୍ଷେ ପୂର୍ତ୍ତବିଭାଗ ତତ୍ପରତା ଦେଖାଇ ଶୀତୁଆ ରାତିରେ ଲାଗିପଡ଼ି ନୂଆ ପିଚୁ ଚକଚକ ରୋଡ ନିର୍ମାଣ କରିପାରୁଛି, ଅନ୍ୟ ସ୍ଥାନରେ ହଜାର ହଜାର ଜନସାଧାରଣ ପ୍ରତି ମୁହୂର୍ତ୍ତରେ ମରଣାନ୍ତକ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ପୂର୍ତ୍ତବିଭାଗ ନୂଆ ରୋଡ ନିର୍ମାଣ ତ ଦୂରର କଥା ଏହାର ପକ୍କା ମରାମତି କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛି।

ଜନସାଧାରଣମାନେ ପୂର୍ତ୍ତବିଭାଗର ଏପରି ସାବତ ପୁଅ ନୀତିକୁ ବିରୋଧ କରିବା ସହ ଆଗାମୀ ଏକ ସପ୍ତାହରେ ଯଦି ଉକ୍ତ ରାସ୍ତାର ପକ୍କା ମରାମତି କାର୍ଯ୍ୟ ନକରାଯାଏ, ତେବେ ବାଧ୍ୟହୋଇ ରାସ୍ତା ଅବରୋଧ କରି ଧାରଣା ଦେବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଗସ୍ତ ପରେ ସରକାରଙ୍କ ତତ୍ପରତା: ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସିଲା ଓବିସିସି ଟିମ୍

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନ କରି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ଉନ୍ନତିକୁ ନେଇ ତତ୍ପରତା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ଅଧିନସ୍ଥ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ଼ (ଓବିସିସି) ର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ ଏକ ଟିମ ସହ ଆଜି ମନ୍ଦିର ଏବଂ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫେରିଯାଇଛନ୍ତି।

ପାଣ୍ଡିଆନଙ୍କ ଗସ୍ତ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରସ୍ତାବର ବ୍ଲୁ ପ୍ରିଣ୍ଟକୁ ପରଖିଛି ଏହି ଟିମ। ଭଗବତୀ ମନ୍ଦିର, ବସ ଷ୍ଟାଣ୍ଡ ପାଇଁ ଅପ୍ରୋଚ ରୋଡ ସ୍ଥାନ ଆଦି ନିରୀକ୍ଷଣ କରିଛନ୍ତି ଏହି ଟିମ।

ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କ କହିବା ମୁତାବକ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୁବଶୀଘ୍ର ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ। ସାଧାରଣତଃ ୫-ଟି ଅଧୀନରେ ରୁପାନ୍ତର ହୋଇଥିବା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକର ଦାଇତ୍ୱ ଓବିସିସି ନେଇଥାଏ। ଏହି ପରିପ୍ରେକ୍ଷୀରେ ମା’ ଭଗବତୀ ମନ୍ଦିର ପାଇଁ ଦିଆଯାଇଥିବା ଉନ୍ନୟନ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ କୁ ପରଖି ୫-ଟି ସଚିବଙ୍କୁ ଓବିସିସି ଏହାର ଏକ ରିପୋର୍ଟ ଦେବ। ଏହା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଣପୁର ନାଗରିକଙ୍କ ଏକ ବୈଠକ କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ୫-ଟି ସଚିବଙ୍କୁ ହସ୍ତାନ୍ତର କରାଯିବ। ଉଭୟ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଉଗ୍ରତାରାଙ୍କ ପୀଠର ହେବ ଉନ୍ନତିକରଣ: ୧ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଖୋର୍ଦ୍ଧା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି।

ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଵିଧାୟକଙ୍କ ସହ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧତା, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ପ୍ରମୁୁଖ ଉପସ୍ଥିତ ଥିଲେ।