Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୂର୍ତ୍ତ ବିଭାଗର ସାବତ ପୁଅ ନୀତିକୁ ବିରୋଧ କଲେ ବାଣପୁରବାସୀ: ଆନ୍ଦୋଳନ ଚେତାବନୀ
ଆଞ୍ଚଳିକ

ପୂର୍ତ୍ତ ବିଭାଗର ସାବତ ପୁଅ ନୀତିକୁ ବିରୋଧ କଲେ ବାଣପୁରବାସୀ: ଆନ୍ଦୋଳନ ଚେତାବନୀ

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀ ଗ୍ରାମୀଣ କ୍ଷେତ୍ରର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଉଥିବା ବେଳେ ଗମନାଗମନ ପାଇଁ ସବୁ ସ୍ଥାନରେ ପକ୍କା/ପିଚୁ ସଡ଼କ ନିର୍ମାଣ କରାଯାଉଛି। କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଲାଗି ଏହାର ସଫଳ ରୂପାୟନ ହେଉପାରିନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ।

ପୂର୍ତ୍ତବିଭାଗ ଅଧୀନରେ ଥିବା ଦୋଳବେଦି ଠାରୁ ଆୟତ୍ତପୁର ରାସ୍ତା ମଧ୍ୟବର୍ତ୍ତୀ ବରଡ଼ି ଗ୍ରାମ ନିକଟରେ ପିଚୁ ରୋଡ ଅଧା ଧୋଇହୋଇ ନଷ୍ଟ ହୋଇଯାଇଛି। ତେବେ ଉକ୍ତ ସଡ଼କ ପାର୍ଶ୍ୱରେ ବାଉଁଶ ନଦୀ ପ୍ରବାହିତ ହୋଇଥିବାରୁ ବର୍ଷାଦିନେ ପ୍ରବଳ ଜଳସ୍ରୋତରେ ନଦୀ ଜଳ ରାସ୍ତାରେ ପ୍ରବାହିତ ହୋଇ ପିଚୁ ସଡ଼କକୁ ନଷ୍ଟ କରିଦେଉଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଯା’ ଆସ କରୁଥିବା ବେଳେ ରାସ୍ତାଟି ନଷ୍ଟହୋଇଯାଇଥିବାରୁ ଏକାଧିକ ଦୁର୍ଘଟଣା ନିତିଦିନର ଘଟଣା ପାଲଟିଛି। ଏପରିକି କିଛି ମାସ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ହେଲେ ନଦୀ ଜଳରୁ ରାସ୍ତାକୁ ରକ୍ଷା କରିବାପାଇଁ ସେଠାରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜନୈକ ଠିକାଦାରଙ୍କୁ ଦାଇତ୍ୱ ଦିଆଯାଇଥିଲା। କିନ୍ତୁ ସ୍ତାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ନିମ୍ନମାନର କାମ ଯୋଗୁଁ ଅଳ୍ପଦିନ ତଳେ ନିର୍ମାଣ କରାଯାଇଥିବା ସୁରକ୍ଷା ପ୍ରାଚୀରଟି ବର୍ଷାରେ ଭୁଶୁଡି ନଦୀ ମଧ୍ୟକୁ ଚାଲିଯିବାରୁ ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଛି।

ତେବେ ରାସ୍ତାଟି ଧୋଇ ହୋଇ ସଂକୀର୍ଣ୍ଣ ହୋଇଯିବା ଫଳରେ ମାସ ମାସ ଧରି ଏହାର ସ୍ଥାୟୀ ମରାମତି ପୂର୍ତ୍ତ ବିଭାଗ କରୁନାହିଁ। କେବେଳ ବାଉଁଶ ଓ ବାଲି ବସ୍ତା ପକାଇ ଉକ୍ତ ରାସ୍ତାକୁ ରଖାଯାଇଛି, ଯାହାକି ଦୂରରୁ ସମୁଦ୍ର ଜୁଆରର ଭ୍ରମ ସୃଷ୍ଟି କରୁଛି। ତେବେ ଏ ନେଇ ଵିଭାଗୀୟ ଯନ୍ତ୍ରୀ ପ୍ରଭାକର ଚୌଧୁରୀଙ୍କୁ ପଚାରିବାରୁ ରାସ୍ତାର ନିର୍ମାଣ ଦାଇତ୍ୱ ସନ୍ଧ୍ୟା କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ନେଇଥିଲା, କିନ୍ତୁ ପ୍ରାଚୀର ଭୁସିଡିଲା ପରେ ତାହାର କୌଣସି ବିଲ ପଇଠ କରାଯାଇନଥିବା ଯନ୍ତ୍ରୀ ପଶ୍ରୀ ଚୌଧୁରୀ ସଫେଇ ଦେଇଛନ୍ତି।

ବର୍ତ୍ତମାନ ସ୍ଥାୟୀ ମରାମତି ପାଇଁ ଅଟକଳ ସରିଛି ଓ ୨-୩ ମାସରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ମଧ୍ୟ ଶ୍ରୀ ଚୌଧୁରୀ କହିଛନ୍ତି। ଏଠି ପୂର୍ତ୍ତବିଭାଗର ଦାୟିତ୍ୱହୀନତା ସ୍ପଷ୍ଟ ବାରି ହେଉଛି। ଧନଜୀବନ ଗଲାପରେ ମଧ୍ୟ ଯଦି ପୂର୍ତ୍ତ ବିଭାଗ ଏହାକୁ ହାଲୁକାରେ ନେଉଛି, ତେବେ ଆଗାମୀ ଦିନରେ ବୋଧେ କିଛି ବଡ ଅଘଟଣ ଘଟିଲେ ପୂର୍ତ୍ତବିଭାଗ ଚେତିବ।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ସତୀଶ ପଟ୍ଟନାୟକଙ୍କୁ ଏକାଧିକ ଥର ଫୋନ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ନିର୍ବାହୀ ଯନ୍ତ୍ରୀ କୁଆଡ଼େ ନିଜର ଅବସର ଆଉ ମାତ୍ର ଦୁଇ ମାସ ଥିବା ସମସ୍ତଙ୍କୁ କହି ବୁଲୁଥିବାର ଶୁଣାଯାଉଛି। ହେଲେ ଅବସର ଖୁସିରେ ନିଜ ରାଜଧର୍ମ ଭୁଲିଯିବା କେବେବି ଶୋଭନୀୟ ନୁହେଁ।

ଜନସାଧାରଣଙ୍କ ଅଭିଯୋଗର ମାଧ୍ୟମ ଗଣମାଧ୍ୟମ ହୋଇଥିବା ବେଳେ ତାହାକୁ ଗୁରୁତ୍ୱ ନଦେବା ବୁଦ୍ଧିଜୀବୀ ମହଲରେ ନାପସନ୍ଦର ବିଷୟ ପାଲଟିଛି। ଯେଉଁଠି ଗୋଟାଏ ସ୍ଥାନରେ ୫ଟି ସଚିବଙ୍କ ଗସ୍ତ ଉପଲକ୍ଷେ ପୂର୍ତ୍ତବିଭାଗ ତତ୍ପରତା ଦେଖାଇ ଶୀତୁଆ ରାତିରେ ଲାଗିପଡ଼ି ନୂଆ ପିଚୁ ଚକଚକ ରୋଡ ନିର୍ମାଣ କରିପାରୁଛି, ଅନ୍ୟ ସ୍ଥାନରେ ହଜାର ହଜାର ଜନସାଧାରଣ ପ୍ରତି ମୁହୂର୍ତ୍ତରେ ମରଣାନ୍ତକ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ପୂର୍ତ୍ତବିଭାଗ ନୂଆ ରୋଡ ନିର୍ମାଣ ତ ଦୂରର କଥା ଏହାର ପକ୍କା ମରାମତି କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛି।

ଜନସାଧାରଣମାନେ ପୂର୍ତ୍ତବିଭାଗର ଏପରି ସାବତ ପୁଅ ନୀତିକୁ ବିରୋଧ କରିବା ସହ ଆଗାମୀ ଏକ ସପ୍ତାହରେ ଯଦି ଉକ୍ତ ରାସ୍ତାର ପକ୍କା ମରାମତି କାର୍ଯ୍ୟ ନକରାଯାଏ, ତେବେ ବାଧ୍ୟହୋଇ ରାସ୍ତା ଅବରୋଧ କରି ଧାରଣା ଦେବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ଆନ୍ଦୋଳନ ଚେତାବନୀ ପୂର୍ତ୍ତ ବିଭାଗ ବାଣପୁରବାସୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.