Categories
ଅପରାଧ ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କୁ ଝଟକା, ମନି ଲଣ୍ଡରିଂ ମାମଲାରେ ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ପ୍ରସଙ୍ଗରେ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଆଜି ତାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ବର୍ତ୍ତମାନ ସିସୋଦିଆ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବେ।

କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଛି। ଇଡି କହିଛି ଯେ, ଏହି ଅନୁସନ୍ଧାନ ଏକ ଗୁରୁତର ପର୍ଯ୍ୟାୟରେ ଅଛି ଏବଂ ବରିଷ୍ଠ AAP ନେତା ଏହି ନୀତିର ଜନସାଧାରଣଙ୍କ ଅନୁମୋଦନ ଥିବା ଦର୍ଶାଇ ଇମେଲ ତିଆରି କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରାଜସ୍ଥାନ କଂଗ୍ରେସର ବିବାଦ ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ବଡ ବିବୃତ୍ତି: ସଚିନ ପାଇଲଟଙ୍କୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦକୁ ନେଇ ରାହୁଲ ଗାନ୍ଧୀଙ୍କ ଉଦ୍ୟମ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ଯାଦବ କଂଗ୍ରେସର ବରିଷ୍ଠ ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ସର୍ବୋଚ୍ଚ ଯୁଦ୍ଧକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଆମେ କାହିଁକି ସଚିନ ପାଇଲଟଙ୍କୁ ବିଜେପିକୁ ଆଣିବୁ?

ବାସ୍ତବରେ, ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଯେତେବେଳେ ଏହି ପ୍ରଶ୍ନ ପଚାରାଗଲା, ସେତେବେଳେ ସେ ଉତ୍ତର ଦେଲେ ଯେ, ଆମେ କାହିଁକି ସଚିନ ପାଇଲଟଙ୍କୁ ଆମ ଦଳକୁ ଆଣିବୁ? ଏହା ପରେ ଯେତେବେଳେ ଭୁପେନ୍ଦ୍ର ଯାଦବଙ୍କୁ ପଚରାଯାଇଥିଲା ଯେ ପାଇଲଟଙ୍କ ଦୀର୍ଘ ଦିନ ଧରି ବିଜେପିରେ ଯୋଗଦେବା କଥା ଚର୍ଚ୍ଚା ହେଉଛି। ଏହା ଉପରେ ସେ କହିଥିଲେ ଯେ, ରାଜସ୍ଥାନରେ ବିଜେପି ସମ୍ପୂର୍ଣ୍ଣ ମଜବୁତ ସ୍ଥିତିରେ ଅଛି। ରାଜସ୍ଥାନର କଂଗ୍ରେସ ନେତାମାନେ ଗତ ପାଞ୍ଚ ବର୍ଷ ଧରି ରୁମାଲ ଛଡ଼ାଇବା ଖେଳ ଖେଳୁଛନ୍ତି।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ଯେ, ଉଭୟେ ପରସ୍ପର ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରୁଛନ୍ତି। ତଥାପି, ଏହା ତାଙ୍କର ବ୍ୟକ୍ତିଗତ ବିଷୟ। ମୋର ଏଥିରେ କିଛି କହିବାର ନାହିଁ, କିନ୍ତୁ ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ‘ଗଦ୍ଦାର’ ଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ। ଏହାକୁ କୌଣସି ପ୍ରକାରେ ସଠିକ୍ ବିବେଚନା କରାଯାଇପାରିବ ନାହିଁ।

ଏଥିସହ ସେ କହିଛନ୍ତି ଯେ, ଗେହଲୋଟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜସ୍ଥାନ ଆଇନ ଶୃଙ୍ଖଳା, ବିଦ୍ୟୁତ୍, ଜଳ, ରୋଜଗାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପଛରେ ପଡିଛି। ଯେଉଁ ସ୍ଥାନରୁ ଆମେ ରାଜସ୍ଥାନ ଛାଡିଥିଲୁ, ଆଜି ଏହା ପଛରେ ପଡିଛି, ତେଣୁ ରାଜସ୍ଥାନରେ ବିଜେପି ସରକାର ଗଠନ ହେବା ନିଶ୍ଚିତ।

Categories
ଆଜିର ଖବର ଜାତୀୟ ଖବର

ସଚିନ ପାଇଲଟ ଜଣେ ବିଶ୍ଵାସଘାତକ: ଅଶୋକ ଗେହଲୋଟ୍

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପୁଣି ଥରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ସଚିନ ପାଇଲଟଙ୍କୁ ସମାଲୋଚନା କରି ଅଶୋକ ଗେହଲୋଟ ତାଙ୍କୁ ଗଦ୍ଦାର ବୋଲି କହିଛନ୍ତି। ସେ କହିଛନ୍ତି ଯେ, “ଜଣେ ଗଦ୍ଦାର ମୁଖ୍ୟମନ୍ତ୍ରୀ ହୋଇପାରିବ ନାହିଁ। ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିବେ ନାହିଁ। ଯେଉଁ ବ୍ୟକ୍ତିଙ୍କର ୧୦ ଜଣ ବିଧାୟକ ନାହାଁନ୍ତି, ଯିଏ ବିଦ୍ରୋହ କରିଛନ୍ତି, ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ସେ ଗଦ୍ଦାର।”

୨୦୨୦ ର ରାଜନୈତିକ ସଙ୍କଟ ସମ୍ପର୍କରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଦେଶର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥଲା ଯେ ଦଳର ସଭାପତି ତାଙ୍କ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ବିଜେପି ଟଙ୍କା ଦେଇଥିଲା ବୋଲି ସେ କହିଛନ୍ତି। ବିଜେପିର ଦିଲ୍ଲୀ କାର୍ଯ୍ୟାଳୟରୁ ୧୦ କୋଟି ଟଙ୍କା ଆସିଥିଲା, ମୋ ପାଖରେ ପ୍ରମାଣ ଅଛି। କାହାକୁ କେତେ ଟଙ୍କା ଦିଆଗଲା ମୁଁ ଜାଣେ ନାହିଁ।